ଭାରତରେ ସାମସଙ୍ଗର ନୂଆ ଗ୍ୟାଲାକ୍ସି ଏସ୍୨୧ ସିରିଜ୍ର ପ୍ରି-ବୁକଙ୍ଗର ଆରମ୍ଭ

0 68

ଭୁବନେଶ୍ୱର: ଭାରତର ସର୍ବାଧିକ ବିଶ୍ୱସନୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ ସାମ୍ସଙ୍ଗ ଏହାର ନୂତନ ଫ୍ଲାଗ୍ସିପ୍ ସ୍ମାର୍ଟଫୋନ୍ ଗ୍ୟାଲାକ୍ସି ଏସ୍୨୧ ସିରିଜ୍ ପାଇଁ ପ୍ରି-ବୁକିଙ୍ଗ୍ ଆରମ୍ଭ କରିଛି । ଗ୍ୟାଲାକ୍ସି ଏସ୍୨୧ ଅଲ୍ଟ୍ରା ସବୁଠାରୁ ଆଡ୍ଭାନ୍ସଡ୍ ପ୍ରୋ-ଗ୍ରେଡ୍ କ୍ୟାମେରା ସିଷ୍ଟମ ଓ ସାମ୍ସଙ୍ଗର ଇଂଟେଲିଜେଂଟ୍ ଡିସ୍ପ୍ଲେ ସହିତ ଆସୁଛି । ଗ୍ୟାଲାକ୍ସି ଏସ୍୨୧ ଅଲ୍ଟ୍ରା ସହିତ ଆପଣ ପ୍ରଥମ ଥର ପାଇଁ ଗ୍ୟାଲାକ୍ସି ଏସ୍ ସିରିଜ୍ରେ ଏସ୍ ପେନ୍ର ଅନୁଭବ ପାଇପାରିବେ । ଗ୍ୟାଲାକ୍ସି ଏସ୍୨୧ ଅଲ୍ଟ୍ରାରେ ଏକ କ୍ୱାଡ୍ ରିୟର କ୍ୟାମେରା ରହିଛି ଯେଉଁଥିରେ ଏକ ଅପ୍ଗ୍ରେଡେଡ୍ ୧୦୮ ଏମ୍ପି ପ୍ରୋ ସେନ୍ସର ଓ ୧୦୦ଏକ୍ସ ସ୍ପେସ୍ ଜୁମ୍ ରହିଛି, ଯାହାକି ସାମ୍ସଙ୍ଗର ପ୍ରଥମ ଡୁଆଲ-ଟେଲି ଲେନ୍ସ ସିଷ୍ଟମ ଦ୍ୱାରା ପରିଚାଳିତ । ଗ୍ୟାଲାକ୍ସି ଏସ୍୨୧ ଅଲ୍ଟ୍ରାର ୫୦୦୦ ମେଗାହର୍ଜ ବ୍ୟାଟେରୀ ମାତ୍ର ୩୦ ମିନିଟ୍ରେ ୫୦% ପର୍ଯ୍ୟ” ଚାର୍ଜ ହୋଇପାରେ । ଗ୍ୟାଲାକ୍ସି ଏସ୍୨୧ ହାଲୁକା ଡିଜାଇନ୍ ଓ କମ୍ପାକ୍ଟ ୬.୨ ଇଂଚ୍ ଡିସ୍ପ୍ଲେ ସହିତ ବ୍ୟବସ୍ଥିତ ହୋଇଛି । ଗ୍ୟାଲାକ୍ସି ଏସ୍୨୧+ରେ ଏକ ସମ୍ପ୍ରସାରିତ ୬.୭ ଇଂଚ୍ ଡିସ୍ପ୍ଲେ ଓ ଏକ ବିଶାଳ ବ୍ୟାଟେରୀ ରହିଛି, ଯାହା ଗେମର୍ ଓ ବି୍ ୱାଚର୍ଙ୍କ ପାଇଁ ଉପଯୁକ୍ତ ଅଟେ । ଗ୍ୟାଲାକ୍ସି ଏସ୍୨୧ ସିରିଜ୍ର ଉନ୍ନତ ୮କେ ସ୍ନାପ୍ ଆପଣଙ୍କୁ ନିଜର ୮କେ ଭିଡିଓ ଫୁଟେଜ୍ରୁ କ୍ରିଷ୍ଟାଲ କ୍ଲିୟର ଫଟୋ ହାସଲ କରିବାକୁ ଦେଇଥାଏ ।
ଏହି ସମସ୍ତ ୩ଟି ସ୍ମାର୍ଟଫୋନ୍ ହାଇପର୍ ଫାଷ୍ଟ ୫ଜି ରେଡ୍ଡୀ ହୋଇଥିବା ବେଳେ ଏଗୁଡିକ ସାମ୍ସଙ୍ଗର ନିଜସ୍ୱ ଏକ୍ସିନସ୍ ୨୧୦୦ ଚିପ୍ସେଟ୍ ଦ୍ୱାରା ପରିଚାଳିତ । ଗ୍ୟାଲାକ୍ସି ଏସ୍୨୧ ସିରିଜ୍ ୬ଟି ଆକର୍ଷଣୀୟ ରଙ୍ଗ: ଫାଂଟମ୍ ବ୍ଲାକ୍, ଫାଂଟମ୍ ସିଲ୍ଭର, ଫାଂଟମ୍ ଭାୟୋଲେଟ୍, ଫାଂଟମ୍ ହ୍ୱାଇଟ୍, ଫାଂଟମ୍ ଗ୍ରେ ଓ ଫାଂଟମ୍ ପିଙ୍କ୍ରେ ଉପଲବ୍ଧ ହେବ । ଉପଭୋକ୍ତାମାନେ ସାମ୍ସଙ୍ଗର ଏକ୍ସକ୍ଲୁସିଭ୍ ଷ୍ଟୋର୍ ଓ ରିଟେଲ ଷ୍ଟୋର ଏବଂ ସାମ୍ସଙ୍ଗ୍ ଡଟ୍ କମ୍ ଓ ଅଗ୍ରଣୀ ଅନ୍ଲାଇନ୍ ପୋର୍ଟାଲଗୁଡିକରେ ଗ୍ୟାଲାକ୍ସି ଏସ୍୨୧ ସିରିଜ୍ର ସ୍ମାର୍ଟଫୋନ୍ ପାଇଁ ପ୍ରି-ବୁକ୍ କରିପାରିବେ । ପ୍ରି-ବୁକ୍ କରିଥିବା ସମସ୍ତ ଉପଭୋକ୍ତା ମାଗଣାରେ ଗ୍ୟାଲାକ୍ସି ସ୍ମାର୍ଟ ଟ୍ୟାକ୍ ଓ ୧୦,୦୦୦ ଟଙ୍କା ପର୍ଯ୍ୟ” ମୂଲ୍ୟର ସାମ୍ସଙ୍ଗ ଇ-ସପ୍ ଭାଉଚର ପାଇବେ । ଏକ ସ୍ୱତନ୍ତ୍ର ଅଫର୍ ଭାବେ ପ୍ରି-ବୁକ୍ କରିଥିବା ସମସ୍ତ ଉପଭୋକ୍ତା ଗ୍ୟାଲାକ୍ସି ୱାଚ୍ ଆକ୍ଟିଭ୍ ୨ କିମ୍ବା ଗ୍ୟାଲାକ୍ସି ବଡ୍ସ+ ଓ ନିଜ ପସନ୍ଦର ଏକ ଡିଭାଇସ୍ ସହ ଟ୍ରାଭେଲ୍ ଆଡାପ୍ଟରର ଏକ କମ୍ବୋ ପାଇପାରିବେ । ଏହି ସ୍ମାର୍ଟଫୋଗୁଡ଼ିକର ମୂଲ୍ୟ ୬୯,୯୯୯ଟଙ୍କାରୁ ଆରମ୍ଭ କରି ୧,୧୬,୯୯୯ଟଙ୍କା ପର୍ଯ୍ୟ” ରହିଛି । ଏଥିସହିତ ଉପଭୋକ୍ତାମାନେ ୧୦,୦୦୦ ଟଙ୍କା ପର୍ଯ୍ୟ” ଏଚ୍ଡିଏଫ୍ସି ବ୍ୟାଙ୍କ କ୍ୟାଶବ୍ୟାକ୍ ପାଇପାରିବେ କିମ୍ବା ୫୦୦୦ ଟଙ୍କା ପର୍ଯ୍ୟ”ର ଅପ୍ଗ୍ରେଡ୍ ବୋନସ୍ ପାଇଁ ବିକଳ୍ପ ବାଛିପାରିବେ । ପ୍ରି-ବୁକ୍ କରିଥିବା ଉପଭୋକ୍ତାମାନେ ଆସ”ା ଜାନୁଆରୀ ୨୫ ତାରିଖରୁ ଡେଲିଭରି ହାସଲ କରିବା ଆରମ୍ଭ କରିବେ ଏବଂ ଭାରତରେ ଗ୍ୟାଲାକ୍ସି ଏସ୍୨୧ ସିରିଜ୍ର ସେଲ୍ ଆସ”ା ଜାନୁଆରୀ ୨୯ ତାରିଖରେ ଆରମ୍ଭ ହେବ ।

Leave A Reply

Your email address will not be published.