ଉହାନ୍ ଡାକ୍ତରଖାନା ପରିଦର୍ଶନ କଲେ “ହୁ’ ଟିମ୍

0 71

ଊହାନ୍, ୩୦ ।୧ : ଶୁକ୍ରବାର ଦିନ “ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ର ଏକ ଟିମ୍ ପ୍ରାୟ ବର୍ଷେ ତଳେ ପ୍ରଥମେ କୋଭିଡ୍-୧୯ ରୋଗୀମାନଙ୍କୁ ଚିକିତ୍ସିତ କରାଯାଇଥିଲା ବୋଲି ଚୀନ୍ କହୁଥିବା ଏକ ଡାକ୍ତରଖାନା ପରିଦର୍ଶନ କରିଛନ୍ତି । କରୋନାଭାଇରସ୍ର ଉତ୍ପତ୍ତି ତଲାସ ଅଭିଯାନରେ ବାହାରିଥିବା ବିଶେଷଜ୍ଞମାନଙ୍କୁ ଏଥିପାଇଁ ଦୀର୍ଘଦିନ ଅପେକ୍ଷା କରିବାକୁ ପଡ଼ିଥିଲା । ଆଗାମୀ ଦିନମାନଙ୍କରେ କେନ୍ଦ୍ରୀୟ ସହର ଉହାନ୍ ଭିତରେ ଏବଂ ବାହାରେ ଥିବା କ୍ଷେତ୍ର ପରିଦର୍ଶନରେ ଯିବା ଆଗରୁ “ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ ଦଳର ସଦସ୍ୟମାନେ ଏକ ହୋଟେଲ୍ରେ ଚୀନ୍ ଅଧିକାରୀମାନଙ୍କ ସହ ପ୍ରତ୍ୟକ୍ଷ ବୈଠକ କରିଥିଲେ । ଟୁଇଟ୍ କରି “ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ ଲେଖିଛି: ସମସ୍ତ ପରିକଳ୍ପନା ଉପସ୍ଥାପିତ ହୋଇଥିଲେ ମଧ୍ୟ କୋଭିଡ୍-୧୯ ଭୂତାଣୁ ଉତ୍ପତ୍ତି ସଂକ୍ରାନ୍ତରେ ବୁଝିବାକୁ ବିଶେଷଜ୍ଞ ଦଳ ବିଜ୍ଞାନକୁ ଆଧାର କରିଛନ୍ତି । ଏହି ଭୂତାଣୁର ଉତ୍ପତ୍ତି ସୁନିଶ୍ଚିତ କରିବାକୁ ବର୍ଷ ବର୍ଷ ଲାଗିପାରେ । ଯେଉଁ ପ୍ରାଣୀ ଦେହରୁ ଏହି ଭୂତାଣୁ ବ୍ୟାପିଛି, ତାହାକୁ ଚିହ୍ନଟ କରିବା ଲାଗି ପ୍ରାଣୀମାନଙ୍କ ନମୁନା, ଗୁଣସୂତ୍ରୀୟ ବିଶ୍ଳେଷଣ ଏବଂ ମହାମାରୀ ଅଧ୍ୟୟନ ଭଳି ବ୍ୟାପକ ଗବେଷଣା ଆବଶ୍ୟକ । ସ୍ମରଣଯୋଗ୍ୟ, ବିଳମ୍ବିତ ୨୦୧୯ରେ ପ୍ରଥମେ ଊହାନ୍ରେ କୋଭିଡ୍-୧୯ ଭୂତାଣୁ ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ଏହି ଭୂତାଣୁ ଦ୍ୱାରା ୮୯୦୦ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି ଏବଂ ୪,୬୦୦ଜଣଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.