ଦେଶବ୍ୟାପୀ ୩୫ ଲକ୍ଷ ୨୭ ଜଣଙ୍କୁ ଟିକାକରଣ

0 69

ନୂଆଦିଲ୍ଲୀ, ୩୦ ।୧ : ଦେଶବ୍ୟାପୀ ଚାଲିଥିବା କୋଭିଡ଼- ୧୯ ଟିକାକରଣ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ସ୍ୱାସ୍ଥ୍ୟକର୍ମୀମାନଙ୍କ ଟିକାକରଣ ସଂଖ୍ୟା ୩୫ ଲକ୍ଷ ୨୭ ରହିଛି । ୬୨ ହଜାର ୯୩୯ଟି ସେସନରେ ଏହି ଟୀକା ପ୍ରଦାନ କରାଯାଇଛି । ଆଜି ସୁଦ୍ଧା ଆଣ୍ଡାମାନ ନିକବରରେ ୨୭୨୭ ଜଣଙ୍କୁ କୋଭିଡ ଟିକା ଦିଆଯାଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୧ ଲକ୍ଷ ୭୭ ହଜାର ୮୫୬, ଅରୁଣାଚଳ ପ୍ରଦେଶରେ ୯ ହଜାର ୨୨୬, ଆସାମରେ ୩୬ ହଜାର ୭୭୧, ବିହାରରେ ୧ ଲକ୍ଷ ୧୦ ହଜାର ୩୮୨, ଚଣ୍ଡିଗଡ଼ରେ ୨ ହଜାର ୯୭୭, ଛତିଶଗଡ଼ରେ ୬୨ ହଜାର ୫୨୯, ଦାଦର ଓ ନଗର ହାଭେଳିରେ ୬୦୭, ଡାମନ ଡ଼ିଉରେ ୩୩୩, ଦିଲ୍ଲୀରେ ୪୮ ହଜାର ୮, ଗୋଆରେ ୩୩୯୧, ଗୁଜରାଟରେ ୨ ଲକ୍ଷ ୧୬ ହଜାର ୪, ହରିୟାଣାରେ ୧ ଲକ୍ଷ ୨୩ ହଜାର ୯୩୫, ହିମାଚଳ ପ୍ରଦେଶରେ ୨୨ ହଜାର ୯୧୮, ଜାମ୍ମୁ କାଶ୍ମୀରରେ ୨୬ ହଜାର ୬୩୪, ଝାଡ଼ଖଣ୍ଡରେ ୩୩ ହଜାର ୭୪, କର୍ଣ୍ଣାଟକରେ ୩ ଲକ୍ଷ ୭ ହଜାର ୭୫୨, କେରଳରେ ୧ ଲକ୍ଷ ୩୫ ହଜାର ୮୩୨, ଲଦାଖରେ ୯୮୯, ଲାକ୍ଷାଦ୍ୱୀପରେ ୬୪୬, ମଧ୍ୟ ପ୍ରଦେଶରେ ୨ ଲକ୍ଷ ୨୨ ହଜାର ୧୯୩, ମହାରାଷ୍ଟ୍ରରେ ୨ ଲକ୍ଷ ୫୭ ହଜାର ୧୭୩, ମଣିପୁରରେ ୩ ହଜାର ୩୯୯, ମେଘାଳୟରେ ୪ ହଜାର ୨୦୦, ମିଜୋରାମରେ ୮ ହଜାର ୪୯୭, ନାଗାଲାଣ୍ଡରେ ୩ ହଜାର ୯୭୩, ଓଡିଶାରେ ୨ ଲକ୍ଷ ୫ ହଜାର ୨୦୦, ପୁଡୁଚେରୀରେ ୨ ହଜାର ୨୯୯, ପଞ୍ଜାବରେ ୫୪ ହଜାର ୯୯୧, ରାଜସ୍ଥାନରେ ୨ ଲକ୍ଷ ୭୩ ହଜାର ୮୬୬, ସିକିମରେ ୧ ହଜାର ୯୭୬, ତାମିଲନାଡୁରେ ୯୭ ହଜାର ୧୨୫, ତେଲେଙ୍ଗାନାରେ ୧ ଲକ୍ଷ ୫୭ ହଜାର ୮୩୧, ତ୍ରିପୁରାରେ ୨୭ ହଜାର ୬୧୭, ଉତ୍ତର ପ୍ରଦେଶରେ ୪ ଲକ୍ଷ ୩୧ ହଜାର ୮୭୯, ଉତ୍ତରାଖଣ୍ଡରେ ୨୫ ହଜାର ୬୭, ପଶ୍ଚିମବଙ୍ଗରେ ୨ ଲକ୍ଷ ୨୦ ହଜାର ୩୫୬ ଏବଂ ଅନ୍ୟାନ୍ୟ ୮୪ ହଜାର ୪୦୧ଟି ଟିକା ଦିଆଯାଇଛି । ଏବେସୁଦ୍ଧା ମାତ୍ର ୨୧୩ ଜଣଙ୍କ ଦେହରେ ଟୀକା ନେବା ପରେ ସାମାନ୍ୟ ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଇଥିଲେ ମଧ୍ୟ ସେମାନେ ବିପଦମୁକ୍ତ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.