ତଳେ ବସିଲେ, ବିରିୟାନୀର ମଜା ନେଲେ

0 65

ଚେନ୍ନାଇ, ୩୦ ।୧ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ପୁରା ଦମ ଲଗାଇଛନ୍ତି । ଗତ ସପ୍ତାହରେ ସେ ତାମିଲନାଡୁ ଗସ୍ତରେ ଯାଇଥିଲେ । ସେଠାରେ ସେ ଅନେକ ସଭାରେ ଯୋଗ ଦେଇଥିଲେ । ରାହୁଲ ଗାନ୍ଧୀ ତାମିଲନାଡୁ ଜନତାଙ୍କ ସହ ସିଧା ଯୋଡି ହେବାକୁ ଚେଷ୍ଟା କରୁଛନ୍ତି । ସେଥିପାଇଁ ସେଠାରେ ସେ ଏକ ୟୁଟ୍ୟୁବ ଚାନେଲର ଶୋ’ରେ ପହଞ୍ଚିଥିଲେ । ସେଠାରେ ସେ ମଶରୁମ ବିରିୟାନୀର ମଜା ନେଇଥିଲେ । ବିରିୟାନୀ ତିଆରି କରିଥିବା ଲୋକଙ୍କ ସହ ମଧ୍ୟ କଥା ହେଇଥିଲେ । ତାଙ୍କର ଏହି ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେଉଛି । ଏହି ଭିଡିଓ ସାରା ଦୁନିଆରେ ଭାଇରାଲ ହେଉଛି । ଭିଲେଜ୍ କୁକିଙ୍ଗ୍ ରାହୁଲ ଗାନ୍ଧୀଙ୍କ ଏହି ଭିଡିଓ ପୋଷ୍ଟ କରି ଲେଖିଛି, ଏହା ସେମାନଙ୍କ ପାଇଁ ଏକ ବଡ ଦିନ ଥିଲା । ରାହୁଲ ଗାନ୍ଧୀ ଖୁବ ଆନନ୍ଦର ସହ ବିରିୟାନୀର ମଜା ନେଇଥିଲେ ଓ ଶୋ’ର ସଦସ୍ୟଙ୍କ ମନୋବଳ ମଧ୍ୟ ବଢାଇଥିଲେ । ୧୪ ମିନିଟର ଏହି ଭିଡିଓରେ ରାହୁଲ ଗାନ୍ଧୀ କିଛି ସମୟ ପରେ ନଜର ଆସିଛନ୍ତି । ସେହି ସମୟ ମଧ୍ୟରେ ବିରିୟାନୀ ପ୍ରସ୍ତୁତି ଚାଲିଥିଲା । ଭିଡିଓରେ ରାହୁଲ ଗାନ୍ଧୀ ବହୁତ ଖୁସି ଥିବା ନଜର ଆସିଛନ୍ତି । ଭିଡିଓରେ ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସ ନେତା ଓ କରୁର ସାଂସଦ ଜୋଥିମାନି ମଧ୍ୟ ନଜର ଆସିଛନ୍ତି । ରାହୁଲ ବିରିୟାନୀ ପ୍ରସ୍ତୁତି ବେଳେ ରୋଷେଇୟାଙ୍କୁ ସାହାଯ୍ୟ କରୁଥିବା ମଧ୍ୟ ନଜର ଆସିଛନ୍ତି । କଥାବାର୍ତ୍ତା ବେଳେ ସେ କିଛି ତାମିଲ୍ ଶବ୍ଦ ମଧ୍ୟ ବ୍ୟବହାର କରିଛନ୍ତି । ଏହାପରେ ରାହୁଲ ତଳେ ବସି କଦଳୀ ପତ୍ରରେ ବିରିୟାନୀ ଖାଇଥିଲେ । ଏହି ଭିଡିଓ ଶୁକ୍ରବାର ଦିନ ଅପଲୋଡ଼ ହୋଇଥିଲା । ଅପଲୋଡ୍ ହେବାପରେ ଭିଡିଓ ଖୁବ ଭାଇରାଲ୍ ହୋଇଛି । ଲୋକେ ରାହୁଲ ଗାନ୍ଧୀଙ୍କ ଖୁବ ପ୍ରଶଂସା କରୁଛନ୍ତି ।

Leave A Reply

Your email address will not be published.