ଭୁଶୁଡ଼ିଲା ଗୋଦାମ, ଚାପି ହୋଇଗଲେ ୭

0 159

ମୁମ୍ବାଇ,୧ ।୨: ମହାରାଷ୍ଟ୍ର ଠାଣେ ଜିଲ୍ଲାରେ ସୋମବାର ସକାଳେ ଏକ ଗୋଦାମ ଭୁଶୁଡ଼ି ପଡ଼ିଛି । ମନକୋଲିର ହରିହର କମ୍ପାଉଣ୍ଡ ପରିସରରେ ଥିବା ଏହି ଗୋଦାମଟି ଭୁଶୁଡ଼ି ପଡ଼ିବାରୁ ଏହା ଭିତରେ ୭ ଜଣ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ପୁଲିସ୍ ଅଗ୍ନିଶମ ବାହିନୀ ଓ ଏନଡିଆରଏଫ୍ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାଯାଇଛି । ତେବେ ଏଥିରେ ମୃତାହତଙ୍କ ଖବର ମିଳିପାରି ନ ଥିବା ବେଳେ ଗୋଦାମଟି କ’ଣ ପାଇଁ ଭୁଶୁଡ଼ିଲା ତାହା ଜଣାପଡ଼ିନି ।

Leave A Reply

Your email address will not be published.