ନୂଆଦିଲ୍ଲୀ ୨/୨: ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉଜ୍ୱଲା ଯୋଜନା ଅନୁସାରେ ୧ କୋଟି ଗ୍ୟାସ୍ କନେକ୍ସନ ଦେବା ପାଇଁ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି କି ମାଗଣା ରୋଷେଇ ଗ୍ୟାସ୍ ଏଲପିଜି ଯୋଜନାର ବିସ୍ତାର କରାଯିବ ଏବଂ ଏକ କୋଟି ହିତାଧିକାରୀଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯିବ । ଉଜ୍ୱଲା ଯୋଜନାରେ ୨୦୧୧ର ଜନଗଣନା ଅନୁସାରେ ଯେଉଁ ପରିବାର ବିପିଏଲ୍ କାଟାଗୋରୀରେ ଆସୁଛନ୍ତି ସେମାନେ ଏହି ଯୋଜନାର ଲାଭ ନେଇପାରିବେ । ଖୁବ୍ ଶୀଘ୍ର ଏକ କୋଟି ମହିଳା ଉଜ୍ୱଲା ସ୍କିମର ଫାଇଦା ଉଠାଇ ପାରିବେ । ପ୍ରଧାନମନ୍ତ୍ରୀ ଉଜ୍ୱଲା ଯୋଜନା ଅନୁସାରେ ସରକାର ଗରିବୀ ରେଖା ତଳେ ରହୁଥିବା ପରିବାରକୁ ଘରୋଇ ରୋଷେଇ ଗ୍ୟାସ୍ ଏଲପିଜି କନେକ୍ସନ ଦେଉଛନ୍ତି । ଏହି ଯୋଜନାରେ ସମୁଦାୟ ୮ କୋଟି ବିପିଏଲ୍ ପରିବାରଙ୍କୁ ଫ୍ରିରେ ଏଲପିଜି କନେକ୍ସନ ଉପଲବ୍ଧ କରାଇବା ଲକ୍ଷ୍ୟ ରଖାଯାଇଛି । ଭାରତ ସରକାର ଉଜ୍ୱଲା ଯୋଜନାରେ ଗରିବୀ ରେଖାରୁ ତଳେ ଥିବା ପରିବାରଙ୍କୁ ଆର୍ଥିକ ସହାୟତା ଯୋଜନାରେ ଉଜ୍ୱଲା ଯୋଜନାରେ ୧୬୦୦ଟଙ୍କାର ଆର୍ଥିକ ସହାୟତା ଦେବେ । ଏହି ରକମ ଏଲପିଜି ଗ୍ୟାସ୍ କନେକ୍ସନ କ୍ରୟ ପାଇଁ ହେବ । ଏହା ସହିତ ଚୁଲା କିଣିବା ଓ ପ୍ରଥମ ଥର ଗ୍ୟାସ୍ ସିଲିଣ୍ଡର ଭରିବା ଖର୍ଚ୍ଚ ପୈଠ ପାଇଁ ଇଏମଆଇ ସୁବିଧା ମଧ୍ୟ ଦିଆଯାଉଛି ।
କେମିତି କରିବେ ଆବେଦନ ?
ଆଜି ମଧ୍ୟ ଗାଁ ମାନଙ୍କରେ କୋଟି କୋଟି ମହିଳା ଜାଳ ବା କାଠରେ ରୋଷେଇ କରୁଛନ୍ତି । ଏଥି ଯୋଗୁଁ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡୁଛି । ଉଜ୍ୱଲା ଯୋଜନା ଅନୁସାରେ ଗ୍ୟାସ୍ କନେକ୍ସନ ନେବା ପାଇଁ ବିପିଏଲ୍ ପରିବାରର କୌଣସି ମହିଳା ହିଁ ଆବେଦନ କରିପାରିବେ । ଏଥିପାଇଁ କେୱାଇସି ଫର୍ମ ଭରି ଏଲପିଜି ସେଣ୍ଟରରେ ଦେବାକୁ ପଡିବ । ଆବେଦନ କରିବା ସମୟରେ ଆପଣଙ୍କୁ ଏହା ମଧ୍ୟ ଧ୍ୟାନରେ ରଖିବାକୁ ହେବ ଯେ ଆପଣ ୧୪.୨ କିଲୋଗ୍ରାମର ସିଲିଣ୍ଡର ନେବାକୁ ଚାହୁଁଛନ୍ତି ବା ୫ କିଲୋଗ୍ରାମର । ଉଜ୍ୱଲା ଯୋଜନାର ଆବେଦନ ପତ୍ର ଆପଣ ପ୍ରଧାନମନ୍ତ୍ରୀ ଉଜ୍ୱଲା ଯୋଜନାର ୱେବସାଇଟରୁ ଡାଉନଲୋଡ୍ କରିପାରିବେ ବା ଏଲପିଜି ସେଣ୍ଟରରୁ ମଧ୍ୟ ମିଳିଯିବ ।
କେଉଁ କେଉଁ ଡକ୍ୟୁମେଣ୍ଟ ଜରୁରୀ ?
ଏଥିପାଇଁ ପଞ୍ଚାୟତ ବା ନଗର ନିଗମ ପାଳିକା ଅଧ୍ୟକ୍ଷ ଦ୍ୱାରା ଅଧିକୃତ ବିପିଏଲ୍ କାର୍ଡ, ବିପିଏଲ୍ ରାସନ କାର୍ଡ, ଭୋଟର ଆଇଡି, ପାସପୋର୍ଟ ସାଇଜ୍ ଫଟୋ, ପାସନ କାର୍ଡର କପି, ଏଲଆଇସି ପଲିସି, ବ୍ୟାଙ୍କ ଷ୍ଟେଟମେଣ୍ଟ ଦରକାର ।