ନାମାଙ୍କନ ପତ୍ର ନକଚକୁ ନେଇ ଉତେଜନା

0 143

ରାୟଗଡ଼ା : ରାୟଗଡ଼ା ସଦର ବ୍ଲକ ଅଧିନ ବାଇସିଇଂ ପଞ୍ଚାୟତ ସରପଞ୍ଚ ଉପନିର୍ବାଚନ ପାଇଁ ଦାଖଲ ହୋଇଥିବା ନାମାଙ୍କନ ପତ୍ର ନକଚକୁ ନେଇ ଆଜି ବ୍ଲକ କାର୍ଯ୍ୟାଳୟ ପରିସରରେ ପ୍ରବଳ ଉତେଜନା ଦେଖିବାକୁ ମିଳିଛି। ସରପଞ୍ଚ ପ୍ରାଥିତ୍ୱ ପାଇଁ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କ ଠାରେ ଦାଖଲ ୩ଜଣ ପ୍ରାଥିଙ୍କ ପ୍ରଥିତ୍ୱ ଗୋଷ୍ଟି ଉନ୍ନୟନ ଅଧିକାରୀ ନାକଚ କରିଥିବାରୁ ନାକଚ ହୋଇଥିବା ପାର୍ଥୀଙ୍କ ସମର୍ଥକ ଏହାକୁ ବିରୋଧ କରି ବ୍ଲକ କାର୍ଯ୍ୟଳୟରେ ହୋ ହଲ୍ଲା କରିଥିବା ଦେଖିବାକୁ ମିଳିଛି । ସରପଞ୍ଚ ଉପନିର୍ବାଚନ ପାଇଁ ବଇସିଇଂ ପଞ୍ଚାୟତର ପ୍ରାର୍ଥୀ ରାଇ ତାଡିଙ୍ଗି, ଭାସ୍କର ତଡିଙ୍ଗି, ଦସୁ ତାଡିଙ୍ଗି ଓ ତାପସ ତାଡିଙ୍ଗି ପ୍ରମୁଖ ଆଶାୟୀ ସରପଞ୍ଚ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ତେବେ ରାଇ ତାଡିଙ୍ଗିଙ୍କ ପ୍ରାର୍ଥୀପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗ୍ରହଣ କରିଥିବା ସ୍ଥଳେ ଅନ୍ୟ ପ୍ରାଥିମାନଙ୍କ ପ୍ରାର୍ଥୀପତ୍ରରେ କିଛି ତ୍ରୁଟି ଦର୍ଶାଇ ନାକଚ କରିଛନ୍ତି। ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଏଭଳି କାର୍ଯ୍ୟନୁଷ୍ଠାନ ଯୋଗୁଁ ନାକଚ ହୋଇଥିବା ପାର୍ଥୀଙ୍କ ସମର୍ଥକ ଦୁର୍ଗା ପ୍ରସାଦ ପଣ୍ଡା ଓ ଭବାନୀ ଶଙ୍କର ଜେନାଙ୍କ ନେତୃତ୍ୱରେ ଶତାଧିକ ଲୋକ ବ୍ଲକ ପରିସରରେ ପାଟିତୁଣ୍ଡ କରିବା ସହ ହୋହାଲ୍ଲା କରିଛନ୍ତି । ପରିସ୍ଥିତି ବିଗିଡିବାରୁ ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲେ। ଏଥିସହିତ ସ୍ଥାନୀୟ ତସିଲଦାର ଉମାଶାଙ୍କର ବେହେରା ଉତ୍ୟକ୍ତଙ୍କୁ ବୁଝା ସୁଝା କରିଥିବା ଦେଖିବାକୁ ମୁଳିଛି। ପରବର୍ତ୍ତୀ ମୁହୂର୍ତ୍ତରେ ଉତ୍ତେଜନା ପରିସ୍ଥିତି ଅଣାୟତ ହେବାରୁ ତହସିଲଦାର ଉମାଶଙ୍କର ବେହେରା ଦାଖଲ ହୋଇଥିବା ପ୍ରାର୍ଥୀପତ୍ରକୁ କଡ଼ା ସୁରକ୍ଷା ମଧ୍ୟରେ ରଖି ଉକ୍ତ କକ୍ଷକୁ ଆସନ୍ତା ଦିନଯାଇଁ ନିଷେଧାଞ୍ଚଳ ଘଷଣା କରିଛନ୍ତି।

Leave A Reply

Your email address will not be published.