ବେଙ୍ଗାଲୁରୁରେ ଆରମ୍ଭ ହେଲା ଏରୋ ଇଣ୍ଡିଆ ଶୋ’

0 151

ବେଙ୍ଗାଲୁରୁ, ୩ ।୨: ବେଙ୍ଗାଲୁରୁର ୟେଲହାଙ୍କା ଏୟାରଫୋର୍ସ ଷ୍ଟେସନରେ ଆଜି ୧୩ତମ ଏରୋ ଇଣ୍ଡିଆ ଶୋ’ ଆରମ୍ଭ ହୋଇଛି । ଏହି ଶୋ’ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଉଦଘାଟନୀ ସମାରୋହରେ ତେଜସ୍, ରାଫେଲ୍ ଓ ଲାଇଟ୍ ୟୁଟିଲିଟି ହେଲିକପ୍ଟର ଉଡ଼ାଣ ଦେଖିବାକୁ ମିଳିଛି । ଭାରତୀୟ ବାୟୁସେନା, ସ୍ଥଳ ସେନା, ନୌସେନା, ହାଲ, ତଟରକ୍ଷୀ ବାହିନୀର ଅନେକ ବିମାନ ଏହି ପ୍ରଦର୍ଶନୀରେ ସାମିଲ ହେବେ । ପ୍ରଥମ ଥର ପାଇଁ ଏହି ଏୟାର ଶୋ’ ହାଇବ୍ରିଡ୍ ମୋଡରେ ହୋଇଛି । ୟେଲହାଙ୍କା ଏୟାରଫୋର୍ସ ଷ୍ଟେସନରେ ଅତ୍ୟାଧୁନିକ ବିମାନର ଉଡାଣ ସହ ଭର୍ଚୁଆଲ ମୋଡରେ ମଧ୍ୟ ଅନେକ ଦେଶ ଭାଗ ନେଇଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ସାମିଲ ଥିବା ୧୪ଟି ଦେଶର ୭୮ଟି କଂପାନୀ ଏଥିରେ ସାମିଲ ହୋଇଛନ୍ତି । ଡିଆରଡିଓ ପକ୍ଷରୁ ତିନି ଦିନ ଧରି ହେବାକୁ ଥିବା ଏରୋ ଇଣ୍ଡିଆ ଶୋ’ରେ ଉଭୟ ଫିଜିକାଲ୍ ଓ ଭର୍ଚୁଆଲ୍ ଏୟାର ଶୋ’ ଦେଖିବାକୁ ମିଳିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଏରୋ ଇଣ୍ଡିଆ ଶୋ’କୁ ଉଦଘାଟନ କରିଛନ୍ତି । ସିଡିଏସ ବିପିନ ରାୱତଙ୍କ ସହ ତିନି ସେନାର ମୁଖ୍ୟ ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ । ଏହି ଅବସରରେ ରାଜନାଥ କହିଛନ୍ତି, ମୋଦି ସରକାର ଦେଶର ସୁରକ୍ଷା ପଦ୍ଧତିକୁ ଅଧିକ ମଜଭୁତ୍ କରିବା ଲାଗି ଅନେକ ପଦକ୍ଷେପ ଉଠାଇଛନ୍ତି । ବୃହତ ଓ ଜଟିଳ ପ୍ରତିରକ୍ଷା ପ୍ଲାଟଫର୍ମର ଘରୋଇ ନିର୍ମାଣ ଦ୍ୱାରା “ଆତ୍ମନିର୍ଭର ଭାରତ ଅଭିଯାନ’କୁ ଫୋକସ୍ କରାଯାଇଛି । ଏହାସହ ଆଗାମୀ ୭-୮ ବର୍ଷ ପାଇଁ ସେନାର ଆଧୁନିକୀକରଣ ଉପରେ ୧୩୦ ବିଲିୟନ୍ ଡଲାର ଖର୍ଚ୍ଚ କରିବାକୁ ଯୋଜନା କରାଯାଇଛି । ରାଜନାଥ ଆହୁରି କହିଛନ୍ତି, ଏରୋ ଇଣ୍ଡିଆର ୨୦୨୧ ଆମ ଦେଶର ପ୍ରତିରକ୍ଷା ଓ ଏରୋସ୍ପେଶ୍ କ୍ଷେତ୍ରରେ ଭାରତର ବିଶାଳ ସମ୍ଭାବନା ଓ ବିଭିତ୍ତ ସୁଯୋଗକୁ ପ୍ରଦର୍ଶିତ କରିବ । ଏହାବ୍ୟତୀତ ଏହା ପୁଞ୍ଜି ନିବେଶକୁ ବଢ଼ାଇବା, ଉତ୍ପାଦନକୁ ବିସ୍ତାର କରିବ, ଉଦ୍ୟୋଗଗୁଡ଼ିକ ସମର୍ଥନ କରିବ, ଟେକ୍ନୋଲୋଜି ସ୍ତରକୁ ବୃଦ୍ଧି ଏବଂ ଦେଶର ଆର୍ଥିକ ବିକାଶକୁ ମଧ୍ୟ ପ୍ରୋତ୍ସାହିତ କରିବ । ବାୟୁସେନା ପାଇଁ ୮୩ ତେଜସ୍ କିଣିବା ପାଇଁ ସହ ଡିଲ୍ ଫାଇନାଲ୍ ହୋଇଛି । ୪୮ ହଜାର କୋଟି ଟଙ୍କାରେ ଏହା ଘରୋଇ ପ୍ରତିରକ୍ଷା ଡିଲ୍ ହୋଇଚି । ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ତେଜସର ନୂଆ ଉତ୍ପାଦ ୟୁନିଟର ଉଦଘାଟନ କରିଥିଲେ ।

Leave A Reply

Your email address will not be published.