ଦୃଢ ମନୋବଳ ଆଗରେ ହାର ମାନିଲା ଅକ୍ଷମତା

0 139

କାନପୁର, ୩ ।୨ : କଥାରେ ଅଛି ସଫଳ ସେ ହୁଏ ଯାହା ସ୍ୱପ୍ନ ଜୀବନ ଥାଏ । ପର ଥିଲେ କଣ ହେବ ଯଦି ଉଡିବାକୁ ସାହସ ନାହିଁ । କାନପୁରର ଅନନ୍ତ ବୈଶ୍ୟ ନାମକ ଯୁବକ ଏହିଭଳି ଏକ କାମ କରି ଦେଖାଇଛନ୍ତି । ଦିବ୍ୟାଙ୍ଗ ହୋଇ ମଧ୍ୟ ଅନନ୍ତ କୁଶଳ ସଫ୍ଟୱେୟାର ଡେଭେଲପର ହେବାକୁ ଚାହୁଁଛନ୍ତି । ତାଙ୍କର ଏହି ଦୃଢ ମନୋବଳ ଓ ଜିଦ କୃଷକଙ୍କ ପାଇଁ ସାଥି ଗୁଡ ଆପ୍ ତିଆରି କରିଛନ୍ତି । ତାଙ୍କୁ ଏକେଟିୟୁ ଟପ-୬ରେ ସ୍ଥାନ ମିଳିଛି । ଗୋଟିଏ ଜିଲ୍ଲା ଗୋଟିଏ ପ୍ରକଳ୍ପ (ୱାନ ଡିଷ୍ଟ୍ରିକ୍ଟ ୱାନ ପ୍ରୋଜେକ୍ଟ)ରେ ହେବାକୁଥିବା ପ୍ରତିଯୋଗିତା ପାଇଁ ସେ ଆପ୍ ତିଆରି କରୁଛନ୍ତି । ସେ ନାକ ଦ୍ୱାରା ମୋବାଇଲ୍ ଅପରେଟ୍ କରନ୍ତି ଓ ଆଙ୍ଗୁଠି ସାହାଯ୍ୟରେ ଲାପଟପ୍ ଚଳାନ୍ତି । ଅନନ୍ତଙ୍କ ସ୍ୱପ୍ନ ବହୁତ ଉଚ୍ଚ । ନିଜ ସ୍ୱପ୍ନ ଆଡକୁ ସେ ଆଗେଇବା ଆରମ୍ଭ କରିଛନ୍ତି । ସରକାର ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ପ୍ରୋଜେକ୍ଟ ଯୋଜନା ଅନୁସାରେ ଏକେଟିୟୁ ସମସ୍ତ ଟେକ୍ନିକାଲ୍ ସଂସ୍ଥାକୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଇଡ଼ିଆ ମାଗିଥିଲେ । ଏହି ପ୍ରତିଯୋଗିତାରେ ବିଭିନ୍ନ ଟେକ୍ନିକାଲ୍ ସଂସ୍ଥାର ୧୫୭ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଚୟନ ହୋଇଥିବା ପ୍ରତିଯୋଗୀଙ୍କ ମଧ୍ୟରେ ଟପ୍-୬ ସ୍ଥାନ ପାଇଛନ୍ତି ଅନନ୍ତ ବୈଶ୍ୟ । ଅନନ୍ତ ଡାକ୍ତର ଆମ୍ବେଦକର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫର୍ ହ୍ୟାଣ୍ଡିକ୍ୟାପ୍ କଲେଜରେ ବିଟେକ୍ ଦ୍ୱିତୀୟ ବର୍ଷ ଛାତ୍ର । ଅନନ୍ତ କହିଛନ୍ତି ସେ ଭାବିଲେ ଯେ ଗୁଡ ଉତ୍ପାଦନ କରୁଥିବା କୃଷକଙ୍କୁ ତାଙ୍କର ସଠିକ ମୂଲ୍ୟ ମିଳୁନାହିଁ । ଗୋଟିଏ ବଜାର ନଥିବାରୁ କୃଷକ କମ ଦାମରେ ଗୁଡ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଗୁଡ ଆପ୍ ସାହାଯ୍ୟରେ ବ୍ୟବସାୟୀ, କ୍ରେତା ଓ କୃଷକଙ୍କୁ ସିଧା ଯୋଗାଯୋଗ କରାଯାଇପାରିବ । ଆପରେ ରେଜିଷ୍ଟାର କରିବା ପରେ କୃଷକ ଗୁଡର ଦାମ ନିର୍ଦ୍ଧାରିତ କରିବେ । କୃଷକ ନିଜେ ନିଜ ଗୁଡର ମାର୍କେଟିଙ୍ଗ କରିପାରିବେ । ଏହି ଆପ୍ ପାଇଁ ଅନନ୍ତ ବହୁତ କାମ କରିଛନ୍ତି । ଅନନ୍ତ ଜନ୍ମରୁ ଦିବ୍ୟାଙ୍ଗ । ସେ ଦୁଇ ହାତରେ କୌଣସି ଜିନିଷ ଧରି ପାରନ୍ତିନି । ସେ ଚାଲି ମଧ୍ୟ ପାରନ୍ତିନି । ସେ ନିଜର ଦୈନନ୍ଦିନ କାର୍ଯ୍ୟ ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭର କରନ୍ତି । କିନ୍ତୁ ଅନନ୍ତ ମନୋବଳ ବହୁତ ଦୃଢ । ସେ ସଫ୍ଟୱେୟାର ଡେଭେଲପର ହୋଇ ଅନେକ ସମସ୍ୟା ଦୂର କରିବାକୁ ଚାହାନ୍ତି । ନିଜ ଶାରୀରିକ ଅକ୍ଷମତାକୁ ଚ୍ୟାଲେଞ୍ଜ କରି ସେ ଆଗକୁ ବଢିବାକୁ ଚାହାନ୍ତି । ସେ କୁହନ୍ତି ଜୀବନରେ ଚ୍ୟାଲେଞ୍ଜ ନାହିଁ ଯଦି ଜୀବନରେ କିଛି ମଜା ନାହିଁ । ସେ ନାକ ସାହାଯ୍ୟରେ ମୋବାଇଲ ଚଳାନ୍ତି ଓ ଆଙ୍ଗୁଠି ସାହାଯ୍ୟରେ ଲାପଟପ୍ ଅପରେଟ୍ କରନ୍ତି । ଏକେଟିୟୁ ଟପ୍-୬ରେ ତାଙ୍କୁ ସ୍ଥାନ ମିଳିଛି । ଯାହାର ପ୍ରୋଟୋଟାଇପ୍ ଡେଭେଲପ୍ କରିବାକୁ ଏକେଟିୟୁରୁ ତାଙ୍କୁ ୧୨ ହଜାର ଟଙ୍କା ଦିଆଯାଇଛି । ଏହାକୁ ଆସନ୍ତା ମାସ ଯାଏଁ ପ୍ରସ୍ତୁତ କରି ଏକେଟିୟୁ ପ୍ରତିଯୋଗିତାରେ ଦେଖାଇବାକୁ ହେବ । ଅନନ୍ତ ନିଜ ମେଣ୍ଟରଙ୍କ ସାହାଯ୍ୟରେ ପ୍ରୋଟୋଟାଇପ ତିଆରି କରୁଛନ୍ତି । ଅନନ୍ତଙ୍କ ଏହି ଉପଲବ୍ଧି ପାଇଁ ତାଙ୍କ କଲେଜର ଅଧ୍ୟାପକ ବହୁତ ଖୁସି ଅଛନ୍ତି ।

Leave A Reply

Your email address will not be published.