ମହିଳା ଏସଆଇଙ୍କ ବିରଳ ମାନବିକତା,୨କିମି ଶବ କାନେ୍ଧଇ ନିଜ ଅର୍ଥରେ କଲେ ସକ୍ରାର

0 120

ପାରଳାଖେମୁଣ୍ଡି,୦୪ା୦୨: କୋରନା ଭୟରେ ମୃତ ବ୍ୟକ୍ତିର ଶବକୁ ସକ୍ରାର ପାଇଁ କେହି ଆସିଲେ ନାହିଁ । କାଳେ କୋରନାରେ ମୃତ୍ୟୁ ହୋଇଥିଲେ ପରିସ୍ଥିତି ଭୟାବହ ହେବ ବୋଲି ତାଟି କବାଟ ପକାଇ ଗ୍ରାମବାସୀ ନିଜନିଜ ଘରେ ଚୁପ ରହିଗଲେ । ଖବର ପୋଲିସ ଠାରେ ପହଞ୍ଚିବା ପରେ ଘଟଣା ସ୍ଥଳରେ ପହଞ୍ଚିଲେ ଜଣେ ମହିଳା ପୋଲିସ ଏସଆଇ । ଗ୍ରାମବାସୀମାନଙ୍କ ଏଭଳି ଆଚରଣରେ ଅନ୍ୟ କୌଣସି ରାସ୍ତା ନ ପାଇ ଶେଷରେ ନିଜ ମାନବିକତାର ପରିଚୟ ଦେଇ ମହିଳା ପୋଲିସ ଏସଆଇ ଶବକୁ କାନେ୍ଧଇ ୨କିମି ବୋହି ନେଲେ । ଘଟଣାରୁ ପ୍ରକାଶ,ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ଠାରୁ ୪୦କିମି ଦୁରରେ ଥିବା ପଲାଶା.କାଶୀବୁଗ୍ା ମ୍ୟୁନିସିପାଲଟିର ୧ନଂ ୱାର୍ଡରେ ଆଡବି କତ୍ତୁରୁ ବୋଲି ଏକ ଅଞ୍ଚଳ ରହିଛି । ପଲାଶା.କାଶୀବୁଗ୍ା ମ୍ୟୁନିସିପାଲଟି ଅଞ୍ଚଳରେ ଦୀର୍ଘ ଦିନ ଧରି ଜଣେ ଭିକ୍ଷୁକ ଭିକ୍ଷା ବୃତ୍ତି କରେ । ଏଥିରେ ଯାହା ମିଳେ ଏହି ଆଡବି କତ୍ତୁରୁ ଅଞ୍ଚଳର ପଡିଆର ଏକ ଗଛ ତଳେ ରୋଷେଇ କରି ଖାଏ ଓ ଆଶ୍ରୟ ନିଏ । ଏହି ଭିକ୍ଷୁକ ଜଣକ କିଏ,କେଉଁ ଠାରୁ ଆସିଛି କିମ୍ବା ତାର ନାମ କଣ ଆଜି ପର୍ଯ୍ୟନ୍ତ କାହାକୁ ଜଣା ପଡିନାହିଁ । ସମ୍ପୃକ୍ତ ଭିକ୍ଷୁକ ଗତ କିଛି ଦିନ ଧରି ଅସୁସ୍ଥ ହୋଇ ଭିକ୍ଷାବୃତ୍ତି ପାଇଁ ନ ଯାଇ ସେହି ଗଛମୁଳେ ସେପରି ପଡି ରହିଥିଲେ । ଗତ ୨୯ତାରିଖ ଦିନ ସମ୍ପୃକ୍ତ ଭିକ୍ଷୁକ ଜଣକ ଅସୁସ୍ଥତା ଯୋଗୁଁ ମୃତ୍ୟୁ ବରଣ କରିଥିଲେ । ମୃତ୍ୟୁ ବରଣ ଖବର ପ୍ରଚାରିତ ହେବା ପରେ ସମ୍ପୃକ୍ତ ଅଞ୍ଚଳରେ କୋରନା ଯୋଗୁଁ ଭିକ୍ଷୁକ ଜଣକର ମୃତ୍ୟୁ ଘଟିଥିବା ଲୋକେ ସଂଦେହ କଲେ । ତାର ଶବକୁ ଉଠାଇ ସକ୍ରାର କଲେ କାଳେ କୋରନା ଆକ୍ରାନ୍ତ ହେବା ଭୟରେ କେହି କାନ୍ଧ ଦେବାକୁ ରାଜି ନ ହୋଇ ନିଜ ଘରେ କବାଟ ପକାଇ ରହିଲେ । ଏହି ଖବର ଅପରାହ୍ନରେ ପୋଲିସ ନିକଟରେ ପହଞ୍ଚିଥିଲା । ପଦସ୍ଥ ପୋଲିସ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଘଟଣା ସ୍ଥଳରେ ମହିଳା ଏସଆଇ କେ.ଶ୍ରୀର୍ଷା ପହଞ୍ଚିଥିଲେ । ଶବ ସକ୍ରାର ପାଇଁ ଅଞ୍ଚଳର ଲୋକଙ୍କ କଥା ଯାଣିବା ପରେ କୌଣସି ରାସ୍ତା ନ ପାଇ ପଲାଶା.କାଶୀବୁଗ୍ା ଅଞ୍ଚଳର ଲଳିତା ଚାରିଟେବୁଲ ଟ୍ରଷ୍ଟର ୨ଜଣ ସ୍ୱେଚ୍ଛାସେବୀଙ୍କ ସାହାଯ୍ୟରେ ଏକ ଷ୍ଟ୍ରାକଚର ଦ୍ୱାରା ଉଲଗ୍ନ ଅବସ୍ଥାରେ ଥିବା ଶବକୁ ନିଜେ ମହିଳା ଏସଆଇ କେ.ଶ୍ରୀର୍ଷା ୨କିମି ଦୁରରେ ଥିବା ଶ୍ମଶାନକୁ ବୋହି ନେଇ ନିଜସ୍ୱ ଖର୍ଚରେ ସବୁ କିଛି ଯୋଗାଡ କରି ଶବକୁ ସକ୍ରାର କରିଥିଲେ । ଏପରିକି ଶବଟିର ଅନ୍ତିମ ସଂସ୍କାର ଅର୍ଥାତ ଶବ ପୋଡିବା ଶେଷ ପର୍ଯ୍ୟନ୍ତ ଶ୍ମଶାନରେ ସେ ଅପେକ୍ଷା କରିଥିଲେ । ଏହି ଘଟଣା ସାଧାରଣରେ ଧିରେ ଧିରେ ପ୍ରଚାର ହେବା ପରେ ସ୍ଥାନୀୟ ମିଡିଆ ପ୍ରତିନିିଧିଗଣଙ୍କ ସମେତ ପଲାଶା.କାଶୀବୁଗ୍ା ଅଞ୍ଚଳର କିଛି ବ୍ୟକ୍ତି ଶ୍ମଶାନରେ ପହଞ୍ଚି ମହିଳା ଏସଆଇ କେ.ଶ୍ରୀର୍ଷାଙ୍କ ମାନବିକତା ଯୋଗୁଁ କୃତଜ୍ଞତା ଜ୍ଞାପନ କରିଥିଲେ । ଥାନାରେ ପହଞ୍ଚିବା ପରେ ମଧ୍ୟ ସମସ୍ତ ପୋଲିସ କର୍ମଚାରୀ ଏଭଳି କାର୍ଯ୍ୟଲାଗି ତାଙ୍କୁ ସାଲୁଟ୍ ମାରି ଅଭିନନ୍ଦନ ଜଣାଇଥିଲେ । ଗତ ୩୦ତାରିଖ ଦିନ ଏହି ଘଟଣା ଆନ୍ଧ୍ର ଡିଜିପି ଗୌତମ ସାବାଙ୍ଗ ଜାଣିବା ପରେ ସମ୍ପୃକ୍ତ ମହିଳା ଏସଆଇ କେ.ଶ୍ରୀର୍ଷାଙ୍କୁ ଫୋନ୍ ଦ୍ୱାରା ଅଭିନନ୍ଦନ ଜଣାଇ ଏଭଳି ମାନବିକତା କାର୍ଯ୍ୟର ପ୍ରଶଂସା କରିଥିଲେ । ଡିଜିପିଙ୍କ ନିର୍ଦ୍ଦେଶରେ ଗତକାଲି ୩ତାରିଖ ସଂଧ୍ୟାରେ ଆନ୍ଧ୍ରର ଟେକାଲି ପୋଲିସ ଥାନା ପରିସରରେ ବିଶାଖପାଟଣା ଡିଆଇଜି କାଳୀପ୍ରସାଦ ମହିଳା ଏସଆଇ କେ.ଶ୍ରୀର୍ଷାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଏକ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରି ସମସ୍ତ ପୋଲିସ ଅଧିକାରୀମାନେ ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ସାଲୁଟ ମାରି ଅଭିନନ୍ଦନ ଜଣାଇଥିଲେ । ଏହା ଏକ ବିରଳ ଘଟଣା । ପ୍ରତ୍ୟେକ ପୋଲିସ ଅଧିକାରୀଙ୍କ ସମେତ ସବୁ ବିଭାଗୀୟ ଅଧିକାରୀ,ଜନ ପ୍ରତିନିଧି ଓ ସାଧାରଣ ଲୋକ ଏଭଳି କାର୍ଯ୍ୟରେ ଆଗେଇ ଆସିବା ମହିଳା ଏସଆଇ କେ.ଶ୍ରୀର୍ଷା ଏହି କାର୍ଯ୍ୟ ଏକ ଉଦାହରଣ ହେଉ ।

Leave A Reply

Your email address will not be published.