ପୁଣେ, ୬ ।୨ : ଅନଲାଇନ୍ ଡେଟିଂ ଆପ୍ ଜରିଆରେ ଜଣେ ମହିଳା ୧୬ ଜଣ ଯୁବକଙ୍କୁ ଲୁଟିଥିବା ଭଳି ଘଟଣା ସାମ୍ନାକୁ ଆସିଛି । ପ୍ରଥପେ ଡେଟିଂ ଆପ୍ ମାଧ୍ୟମରେ ଯୁବକମାନଙ୍କ ସହିତ ବନ୍ଧୁତା କରୁଥିଲେ । ସମୟ ସୁବିଧା ଦେଖି ସେମାନଙ୍କ ଆସିବା ପାଇଁ ଜିଦ୍ କରୁଥିଲେ । ଯେଉଁମାନେ ରାଜି ହେଉଥିଲେ ଯୁବତୀଜଣକ ତାଙ୍କ ଘରକୁ ଯାଇ ଥଣ୍ଡା ପାନୀୟରେ ନିଶା ମିଶାଇ ପିଇବାକୁ ଦେଉଥିଲେ । ବେହୋସ୍ ହୋଇଯିବା ପରେ ଘରର ମୂଲ୍ୟବାନ ଜିନିଷସବୁକୁ ନେଇ ଫେରାର ହୋଇଯାଉଥିଲେ ଅଭିଯୁକ୍ତ ମହିଳା । ପୋଲିସ କହିବା ମୁତବାକ ମହିଳାଜଣକ, ନେଟଫ୍ଲିକ୍ସ୍ରେ ଏକ ୱେବ୍ ସିରିଜ୍ ଦେଖି ସେହିଭଳି ଉପାୟରେ ଲୁଟ୍ କରିବା ପାଇଁ ଯୋଜନା କରିଥିଲେ । ପୁରା ଯୋଜନା କରି ଡେଟିଂ ଆପ୍ ଜରିଆରେ ପ୍ରଥମେ ଯୁବକମାନଙ୍କୁ ଫସାଉଥିଲେ । ପରେ ସର୍ବସ୍ୱ ଲୁଟି ନେଉଥିଲେ । ଗିରଫ ମହିଳାଙ୍କ ନାଁ ଶିଖା ଦେବେନ୍ଦ୍ର କାଲେ (୨୭) ବୋଲି ପୋଲିସ ସୂଚନା ଦେଇଛି । ମହିଳାଜଣକ ଯେଉଁମାନଙ୍କୁ ନିଜ ମାୟା ଜାଲରେ ପକାଇଥିଲେ ସେମାନେ ସମସ୍ତେ ପିଂପରୀ ଚିଞ୍ଚୱାଡ୍ ଜିଲ୍ଲାର । ପୋଲିସ କମିଶନର କୃଷ୍ଣପ୍ରକାଶ କହିଛନ୍ତି, ମହିଳାଜଣକ ଡେଟିଂ ଆପ୍ ଜରିଆରେ ଯୁବକମାନଙ୍କୁ ଠକୁଥିଲେ । ପ୍ରଥମେ ବନ୍ଧୁତା କରିବା ପରେ ଯୁବକମାନଙ୍କ ଘରକୁ ଯାଇ ଖାଦ୍ୟ କିମ୍ବା ପାନୀୟରେ ନିଶା ମିଶାଇ ଘରେ କଳାକନା ବୁଲାଇ ଦେଉଥିଲେ । ପୋଲିସ ଆହୁରି ମଧ୍ୟ କହିଛି ଯେ, ଅଭିଯୁକ୍ତ ମହିଳାଙ୍କର ମା ଅସୁସ୍ଥ ରହୁଥିଲେ । ତେଣୁ ଡାକ୍ତର ତାଙ୍କୁ ବିଶ୍ରାମ ନେବା ପାଇଁ କହିଥିଲେ ଏବଂ ସେଥିପାଇଁ ନିଦ ମେଡିସିନ୍ ମଧ୍ୟ ଦେଇଥିଲେ । ଉକ୍ତ ମହିଳାଜଣକ ନିଜକୁ ଲେସବିୟାନ୍ କହି କିଛି ଯୁବତୀଙ୍କୁ ମଧ୍ୟ ନିଜ ଜାଲରେ ଫସାଇଥିବା ପୋଲିସ କହିଛି । ଯୁବତୀମାନଙ୍କୁ ମଧ୍ୟ ସମାନ ଢଙ୍ଗରେ ବେହୋସ୍ କରିବା ଲୁଟ୍ କରୁଥିଲେ ଏବଂ ସେମାନଙ୍କ ମୋବାଇଲ୍ରୁ ଆପ୍ ଡିଲିଟ୍ କରିଦେଉଥିଲେ । ଯାହାଫଳରେ କି ପୋଲିସ ତାଙ୍କୁ ଧରିବାରେ ସକ୍ଷମ ହୋଇପାରୁନଥିଲା । ମହିଳାଙ୍କୁ କାବୁ କରିବା ପାଇଁ ପୋଲିସ ଅନେକ ଗୁଡିଏ ଜାଲ ଆକାଉଣ୍ଟ ମଧ୍ୟ ଖୋଲିଥିଲା । କିନ୍ତୁ ଏହା ବେଶି ସମୟ ରହିନଥିଲା । ଯୁବତୀଜଣକ ଓଲଟା ପୋଲିସ ଜାଲରେ ଫସିଯାଇଥିଲେ । ଡମି ଆକାଉଣ୍ଟ ଖୋଲି ପୋଲିସ ଉକ୍ତ ଯୁବତୀଙ୍କୁ ଫସାଇବାରେ ସକ୍ଷମ ହୋଇଥିଲା । ଯୁବତୀଜଣକ ଦେଖା କରିବାକୁ ଆସି ସେହି ଉପାୟରେ ଲୁଟ୍ ପାଇଁ ପ୍ରସ୍ତୁତି ଚଳାଉଥିବା ବେଳେ କାବୁ କରିନେଇଥିଲା ପୋଲିସ । ମହିଳାଙ୍କ ନିକଟରୁ ପ୍ରାୟ ୧୫ ଲକ୍ଷ ଟଙ୍କାର ଉପକରଣ ଜବତ କରିଛି ପୋଲିସ । ସେ ପୂର୍ବରୁ କଲ୍ ସେଣ୍ଟରରେ କାମ କରୁଥିଲେ । କିନ୍ତୁ କରୋନା ମହାମାରୀ ସମୟରେ ଲକ୍ଡାଉନ୍ ଯୋଗୁଁ ତାଙ୍କର ଚାକିରି ଚାଲିଯାଇଥିଲା