ମାତ୍ର ୨୦ ଟଙ୍କା ପାଇଁ ଇଡଲି ଦୋକାନୀଙ୍କୁ ହତ୍ୟା

0 137

ଥାନେ, ୬ ।୨: ମାତ୍ର ୨୦ ଟଙ୍କା ପାଇଁ ଦୋକାନୀକୁ ହତ୍ୟା । ଏହି ଘଟଣା ମହାରାଷ୍ଟ୍ରର ଥାନେ ଜିଲ୍ଲା ମୀରା ରୋଡ୍ ନିକଟରେ ଘଟିଛି । ରାସ୍ତା କଡରେ ଥିବା ଜଣେ ଇଡଲି ଦୋକାନୀଙ୍କୁ ୨୦ ଟଙ୍କା ନେଇ ଯୁକ୍ତିତର୍କ ପରେ ୩ ଅଜଣା ଗ୍ରାହକ ହତ୍ୟା କରି ଫେରାର ହୋଇ ଯାଇଛନ୍ତି । ଶନିବାର ପୋଲିସ ଏହି ବିଷୟରେ ସୂଚନା ଦେଇଛି । ଏହି ଘଟଣା ଶୁକ୍ରବାର ସକାଳେ ଘଟିଥିବା ପୋଲିସ କହିଛି । ମୃତକ ଦୋକାନୀଙ୍କ ନାମ ବୀରେନ୍ଦ୍ର ଯାଦବ । ସେ ରାସ୍ତା କଡରେ ଇଡଲି ଦୋକାନ ଦେଇ ନିଜର ଗୁଜୁରାଣ ମେଣ୍ଟାଉଥିଲେ । ଶୁକ୍ରବାର ତିନି ଗ୍ରାହକ ଉକ୍ତ ଇଡଲି ଦୋକାନକୁ ଆସିଥିଲେ । ୨୦ ଟଙ୍କା ବାକି ଥିବା ଦୋକାନୀକୁ କହିଥିଲେ । ୨୦ ଟଙ୍କାକୁ ନେଇ ସେମାନଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ପରେ ଏହି ଘଟଣା ମାରପିଟ୍ ପର୍ଯ୍ୟନ୍ତ ଯାଇଥିଲା ବୋଲି ପୋଲିସ କହିଛି । ତିନି ଜଣ ଠେଲା ପେଲା କରିବାରୁ ଦୋକାନୀ ତଳେ ପଡି ଯାଇଥିଲେ । ଏଥିରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ଏହି ଘଟଣା ପରେ ଅନ୍ୟ ଲୋକେ ଦୋକାନୀଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ପୋଲିସ କହିଛି । ମୀରା ରୋଡ୍ ନୟା ନଗର ପୋଲିସ ଷ୍ଟେସନରେ ତିନି ଜଣଙ୍କ ବିରୋଧରେ ହତ୍ୟା ମୋକଦ୍ଦମା ଦାୟର ହୋଇଛି । ମୀରା ଭୟାନ୍ଦର-ଭସାଇ ବିହାର ପୋଲିସ ତିନି ଅଭିଯକ୍ତଙ୍କୁ ଧରିବା ପାଇଁ ସନ୍ଧାନ ଚଳାଇଛି ।

Leave A Reply

Your email address will not be published.