କନ୍ଧମାଳକୁ ପୁଣି ଶୀତ ଛୁଇଁଚି

0 138

ଫୁଲବାଣୀ : କିଛି ଦିନ ର ବ୍ୟବଧାନ ପରେ ଫୁଲବାଣୀ ସମେତ ସମଗ୍ର କନ୍ଧମାଳ କୁ ପୁଣି ଶୀତ ଛୁଇଁଚି।ପୁଣି ଦାରିଙ୍ଗବାଡି ସମେତ ସମଗ୍ର କନ୍ଧମାଳ ରେ ଏବେ ପାରଦ ତଳ ମୁହାହେବା ଫଳରେ ପ୍ରବଳଶୀତ ଅନୁଭବ ହେଉଛି ।|ସେପଟେ ଆଜି ଓଡ଼ିଶାର କାଶ୍ଵୀର ଦାରିଙ୍ଗବାଡିରେ ଆଜି ତାପମାତ୍ରା ୭.୫ଡିଗ୍ରୀ ସେଲସିୟସ ଥିବାବେଳେ ଫୁଲବାଣୀରେ ତାପମାତ୍ରା ଗତକାଲି ୪.୫ଡିଗ୍ରୀକୁ ଖସିଥିବାବେଳେ ଗତ ଚାଲି ୫ଡିଗ୍ରୀ ସେଲସିୟସ ରହିଥିଲା । ଫଳରେ ଫୁଲବାଣୀରେ ପ୍ରବଳ ଥଣ୍ଡ। ହେଉଛିଜିଲ୍ଲା ଓ ଜିଲ୍ଲା ବାହାର ପର୍ଯ୍ୟଟକମାନେ ଶିତର ବେଶମଜା ନେଉଥିବା ବେଖିବାକୁ ମିଳୁଛି।।ଘନ କୁହୁଡ଼ି ସୂରୁଜ କିରଣ କୁ ମଧ୍ୟ ଢାଙ୍କି ରଖୁଛି ସକାଳ ୧୦ ଟାଯାଏ । ଫଳରେ ସକାଳୁ ସକାଳୁ ଏହି ଶୀତ ର ମଜା ଉଠାଉଛନ୍ତି ସମସ୍ତେ ।| ଠାଏ ଠାଏ ଲୋକମାନେ ଗ୍ରବଳ ଶିତରୁ ରକ୍ଷାପାଇବା ପାଇଁ ନିଆଁ, ଜାଳି ନିଆଁ ପାଖରେ ଦିନ ରାତି ବସି ରହୁଥିବା ଦେଖିବାକୁ ମିଳୁଛି। ସେହିପରି ଜିଲ୍ଲାର ବାଲିଗୁଡ଼ା, ତୁମୁଡ଼ିବନ୍ଧ,କୋଟଗଡ଼, ବେଲଘର, ଜି ଉଦୟଗିରି, ରାଇକିଆ ଆଦି ଅଞ୍ଚଳରେ ମଧ୍ୟ ପୁଣି ପାରଦ ଖସିବାରେ ଲାଗିଛି | ଏ ସବୁ ସ୍ଥାନରେ ମଧ୍ୟ ତାପମାତ୍ରା ୫ରୁ ୭ ଡିଗ୍ରୀ ମଧ୍ୟରେ ରହୁଛି । ଏହା ଏହି ବର୍ଷର ଶେଷ ଥଣ୍ଡା ବୋଲି ଲୋକେ କହୁଥିବାବେଳେ କେହି କେହି ମIଘ ମାସ ଚାଲି ଥିବାରୁ ଆଗକୁ ମାଘ ମାସ ବୁଡ ଥିବାରୁ ଅଧିକ ଥଣ୍ଡା ହୋଇ ପାରେ ବୋଲି ମଧ୍ୟ କହୁଛନ୍ତି ।ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଇକୋ ରିଟ୍ରିଟ ଫେବୃୟାରୀ ୨୮ ଯାଏ ଚାଲିବାକୁ ଥିବାରୁ ଜିଲ୍ଲା କୁ ପର୍ଯ୍ୟଟକମାନେ ଆସିବାରେ ଲାଗିଛନ୍ତି।

Leave A Reply

Your email address will not be published.