ଓସ୍କାର ବିଜେତା ସ୍କ୍ରିନ୍ ରାଇଟର ରବର୍ଟ ସି ଜୋନ୍ସଙ୍କ ୮୪ ବର୍ଷ ବୟସରେ ପରଲୋକ

0 77

ନୂଆଦିଲ୍ଲୀ, ୮ ।୨: ହଲିଉଡ଼ର ଫେମସ୍ ଫିଲ୍ମ ଏଡିଟର ତଥା ସ୍କ୍ରିନ୍ ରାଇଟର ରବର୍ଟ ସି ଜୋନ୍ସଙ୍କର ୮୪ ବର୍ଷ ବୟସରେ ପରଲୋକ ହୋଇଛି । ରବର୍ଟଙ୍କୁ “ଗେସ୍ ହୁଜ୍ କମିଙ୍ଗ ଟୁ ଡିନର’ ଏବଂ “ଲଭ୍ ଷ୍ଟୋରି ପାଇଁ’ ଜଣାଯାଏ । ଯୁଦ୍ଧ ଉପରେ ଆଧାରିତ ଫିଲ୍ମ “କମିଙ୍ଗ ହୋମ୍’ ପାଇଁ ତାଙ୍କୁ ଓସ୍କାର ପୁରସ୍କାର ମିଳିଥିଲା । ବେଷ୍ଟ ସ୍କ୍ରିନପ୍ଲେ ପାଇଁ ତାଙ୍କୁ ସମ୍ମାନଜନକ ଓସ୍କାର ଆୱାର୍ଡ ଦିଆଯାଇଥିଲା । ସୂଚନା ଅନୁସାରେ, ସେ ଅନେକ ଦିନ ଧରି ବାର୍ଦ୍ଧକ୍ୟଜନୀତ ରୋଗରେ ପୀଡିତ ଥିଲେ । ଗତ ୧ ଫେବୃଆରୀରେ ରବର୍ଟ ଲସ୍ ଏଞ୍ଜଲସ୍ ସ୍ଥିତ ନିଜ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପିତାଙ୍କ ମୃତ୍ୟୁର ସୂଚନା ତାଙ୍କ ଝିଅ ଲେସ୍ଲୀ ଦେଇଥିଲେ । ଲେସ୍ଲୀ ନିଜେ ମଧ୍ୟ ଜଣେ ଫିଲ୍ମ ଏଡିଟର । ସେ କହିଛନ୍ତି,’ମୋ ଫିଲ୍ମ ଏଡିଟିଙ୍ଗ କ୍ୟାରିୟରରେ ମୋ ବାପାଙ୍କର ବିଶେଷ ଭୂମିକା ରହିଛି । ତାଙ୍କ ସହିତ ଅନେକ ଫିଲ୍ମରେ ସହାୟକ ଭାବରେ କାମ ମଧ୍ୟ କରିଛି । ସେ ଆହୁରି ମଧ୍ୟ କହିଛନ୍ତି , ବାପାଙ୍କ ପରି ମୁଁ ଫିଲ୍ମ ସ୍କୁଲକୁ ଯାଇ ନାହିଁ କିମ୍ବା ଫିଲ୍ମ ଏଡିଟିଂ ପାଇଁ କୌଣସି ଆନୁଷ୍ଠାନିକ ତାଲିମ ନେଇନାହିଁ । ମୁଁ ଏହା ଶିଖିଛି ଯେ ଏଡିଟିଂ ପାଇଁ କୌଣସି ନିର୍ଦ୍ଦିଷ୍ଟ ଦକ୍ଷତା ଆବଶ୍ୟକ ନାହିଁ । ସେ ମୋତେ ଶିଖାଇଥିଲେ ଯେ ପ୍ରତିଭା ସର୍ବଦା ଦୟା, ନିଷ୍ଠା, ସତ୍ୟ, ସତ୍ୟତାର ସନ୍ଧାନ ଏବଂ ପ୍ରମାଣିକତାରେ ଦେଖାଯାଇଥାଏ ।

Leave A Reply

Your email address will not be published.