ସନ୍ନି ଲିଓନଙ୍କ ବିରୁଦ୍ଧରେ ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗ

0 75

ମୁମ୍ବାଇ, ୮ ।୨ : ବଲିଉଡର ବୋଲ୍ଡ ଅଭିନେତ୍ରୀ ତଥା ବେବି ଡଲ୍ ଭାବରେ ଲୋକପ୍ରିୟ ସନ୍ନି ଲିଓନଙ୍କ ପାଇଁ ସମସ୍ତେ ଦିୱାନା । ସେ ତାଙ୍କର ଲୁକ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ପୁଣି ଥରେ ସନ୍ନି ଲିଓନ ଚର୍ଚ୍ଚାର ବିଷୟ ପାଲଟିଛନ୍ତି କିନ୍ତୁ ଏଥର ଏହାର ପଛର କାରଣ ଅଭିନେତ୍ରୀଙ୍କ ଉପରେ ଲାଗିଥିବା ଠକାମୀର ଅଭିଯୋଗ । ଏହି ମାମଲା ସାମ୍ନାକୁ ଆସିବା ପରେ କ୍ରାଇମବ୍ରାଞ୍ଚ ସତ୍ତି ଲିଓନୀଙ୍କୁ ଘଣ୍ଟାଘଣ୍ଟା ଧରି ପଚରାଉଚରା କରିଛି । ସୂଚନା ଅନୁସାରେ, ଜଣେ ବ୍ୟକ୍ତି ସନ୍ନି ଲିଓନଙ୍କ ଉପରେ ୨୯ଲକ୍ଷ ଟଙ୍କାର ଠକେଇ କରିଥିବା ଅଭିଯୋଗ ଆଣିଛନ୍ତି । ପେରୁ ମବରୁରରେ ରହୁଥିବା ଆର ଶ୍ରେୟସ ନାମକ ଜଣେ ବ୍ୟକ୍ତି ସନ୍ନି ଲିଓନଙ୍କ ବିରୋଧରେ ଏହି ଅଭିଯୋଗ କରିଛନ୍ତି । ଏବେ ସନ୍ନି ଲିଓନ କେରଳରେ ରହି ଛୁଟି ଉପଭୋଗ କରୁଛନ୍ତି । ଆର ଶ୍ରେୟସ ମାମଲାରେ ଦର୍ଶାଇଛନ୍ତି ଯେ, ସନ୍ନି ଲିଓନ ତାଙ୍କଠାରୁ ୨୯ଲକ୍ଷ ଟଙ୍କାର ଠକେଇ କରିଛନ୍ତି । ଶ୍ରେୟସ ତାଙ୍କ ଅଭିଯୋଗ ରେ କହିଛନ୍ତି ସେ ସନ୍ନିଙ୍କୁ ଦୁଇଟି ଇଭେଣ୍ଟ ପାଇଁ ଏହି ଟଙ୍କା ଦେଇଥିଲେ । କିନ୍ତୁ ସେ ଇଭେଣ୍ଟକୁ ଆସିବାକୁ ମନା କରିଦେଇଥିଲେ । ପରେ ଟଙ୍କା ମଧ୍ୟ ଫେରାଇନଥିଲେ । ଯାହାଫଳରେ ବାଧ୍ୟ ହୋଇ ଉକ୍ତ ବ୍ୟକ୍ତିଜଣକ ଥାନାରେ ମାମଲା ରୁଜୁ କରିଥିଲେ । ଯାହାଫଳରେ କ୍ରାଇମ ବ୍ରାଞ୍ଚ ସନ୍ନି ଲିଓନୀଙ୍କୁ ଏହି ମାମଲାରେ ପଚାର ଉଚରା କରିଛି । ସନ୍ନି ଲିଓନଙ୍କ କହିବା କଥା କରୋନା ମହାମାରୀ କାରଣରୁ ସେ କିଛି ଇଭେଣ୍ଟସର୍ ଭାଗିଦାରୀ ହୋଇ ପାରିନଥିଲେ । ଅଭିନେତ୍ରୀ ଆହୁରି ମଧ୍ୟ କହିଛନ୍ତି, ଯେ ଆୟୋଜକମାନେ ଏହି ସୋ’କୁ ପାଞ୍ଚଥର ବାତିଲ କରିଛନ୍ତି ଏବଂ କାର୍ଯ୍ୟସୂଚୀ ଅନୁଯାୟୀ ସୋ ସ୍ଥିର କରାଯାଇ ନାହିଁ । ଅନ୍ୟପକ୍ଷରେ କ୍ରାଇମ୍ବ୍ରାଞ୍ଚର ଅଧିକାରୀମାନେ କହିଛନ୍ତି, ଯଦି ଅନ୍ୟଦିନ ପାଇଁ ଆୟୋଜକମାନେ କାର୍ଯ୍ୟକ୍ରମ ସ୍ଥିର କରିବେ, ତେବେ ସେ ସେହି କାର୍ଯ୍ୟକ୍ରମକୁ ଯିବାକୁ ପ୍ରସ୍ତୁତ ଅଛନ୍ତି । ତଥାପି ଏବେ ବି ଏହି କଥାକୁ ନେଇ ସନ୍ନି ଏବଂ ଅଭିଯୋଗକାରୀଙ୍କ ମଧ୍ୟରେ କଥାବାର୍ତ୍ତା ଜାରି ରହିଛି । ଯଦି କାମ କଥା କୁହାଯାଏ ତେବେ ସତ୍ତିଙ୍କୁ ଶେଷ ଥର ପାଇଁ ୱେବ୍ ସିରିଜ୍ “ବୁଲେଟ୍’ରେ ନଜର ଆସିଥିଲେ । ଏହି ୱେବ୍ ସିରିଜ୍ରେ ତାଙ୍କ ସହିତ ଅଭିନେତ୍ରୀ କରିସ୍ମା ତନ୍ନା ମଧ୍ୟ ନଜର ଆସିଥିଲେ । ଏବେ ସନ୍ନି ୱେବ୍ ସିରିଜ୍ “ଅନାମିକା’ ରେ ନଜର ଆସିବେ ।

Leave A Reply

Your email address will not be published.