ଦିଲ୍ଲୀ ହିଂସାକାଣ୍ଡର ଆଉ ଜଣେ ଅଭିଯୁକ୍ତ ଇକବାଲ୍ ସିଂହ ଗିରଫ

0 161

ନୂଆଦିଲ୍ଲୀ, ୧୦ ।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ କରାଯାଇଥିବା ତିନି କୃଷି ଆଇନ୍ ବିରୋଧରେ ଜାନୁଆରୀ ୨୬ ତାରିଖରେ ଟ୍ରାକ୍ଟର ରାଲି ବେଳେ ହୋଇଥିବା ହିଂସା ଓ ଲାଲକିଲ୍ଲାରେ ଏକ ଧାର୍ମିକ ଧ୍ୱଜା ଉଡ଼ାଇବା ମାମଲାରେ ଆଉଜଣେ ଗିରଫ ହୋଇଛନ୍ତି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଇକବାଲ୍ ସିଂହ । ମଙ୍ଗଳବାର ରାତିରେ ପଞ୍ଜାବର ହୋଶିୟାରପୁରରୁ ଦିଲ୍ଲୀ ପୁଲିସ୍ ତାଙ୍କୁ ଗିରଫ କରିଛି । ତାଙ୍କ ଗିରଫଦାରୀ ଉପରେ ୫୦ହଜାର ଟଙ୍କାର ପୁରସ୍କାର ରଖାଯାଇଥିଲା । ଏହା ପୂର୍ବରୁ ମଙ୍ଗଳବାର ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁଙ୍କୁ ଗିରଫ କରିଥିଲା । ଦୀପ ସିଦ୍ଧୁଙ୍କ ଉପରେ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ଧାର୍ଯ୍ୟ ହୋଇଥିଲା । ଜାନୁଆରୀ ୨୬ ତାରିଖରେ ସାଧାରଣତନ୍ତ୍ର ଦିବସ ଅବସରରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ରାଜଧାନୀ ଦିଲ୍ଲୀରେ ବଡ଼ ହିଂସାକାଣ୍ଡ ଘଟିଥିଲା । ତେବେ କିଛି ଚାଷୀ ଗୋଷ୍ଠୀ ନିର୍ଦ୍ଧାରିତ ସମୟ ପୂର୍ବରୁ ହିଁ ଟ୍ରାକ୍ଟର ରାଲି ପାଇଁ ସୀମା ଭିତରେ ଅନୁପ୍ରବେଶ କରିଥିଲା । ପୁଲିସ୍ ଏହାକୁ ରୋକିବାକୁ ପ୍ରୟାସ କରିଥିଲା । କିନ୍ତୁ ପୁଲିସ ବ୍ୟାରିକେଡ୍ ଭାଙ୍ଗି ଏହି ଗୋଷ୍ଠୀ ପ୍ରଥମେ ଆଇଟିଓ ପହଞ୍ଚିଥିଲା ଏବଂ ସେଠାରେ ଜୋରଦାର ହଙ୍ଗାମା କରିଥିଲେ । ପୁଲିସ୍ ଯେତେବେଳେ ସେମାନାଙ୍କୁ ରୋକିବାକୁ ପ୍ରୟାସ କଲା, ସେହି ସମୟରେ ସେମାନେ ଓଲଟା ପୁଲିସ୍ ଉପରକୁ ଆକ୍ରମଣ କରିଥିଲେ । ଆଇଟିଓ ପରେ ଏହି ଗୋଷ୍ଠୀ ଲାଲକିଲ୍ଲାରେ ପହଞ୍ଚିଥିଲା । ସେଠାରେ ଏମାନେ ପ୍ରବଳ ହିଂସା ଘଟାଇଥିଲେ । ପୁଲିସ୍ ଉପରକୁ ଆକ୍ରମଣ କରି ସେମାନେ ଲାଲ କିଲ୍ଲାର ପ୍ରାଚୀରରେ ତ୍ରିରଙ୍ଗା ବଦଳରେ ଏକ ଧାର୍ମିକ ଧ୍ୱଜା ଉଡ଼ାଇଥିଲେ ।

Leave A Reply

Your email address will not be published.