୭.୭ ତୀବ୍ରତାର ଭୂକମ୍ପ ଝଟକା

0 143

ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆରେ ସୁନାମି ଆଲର୍ଟ

ୱାଶିଂଟନ, ୧୧ ।୨: ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲର ଭୂକମ୍ପର ତୀବ୍ରତା ୭.୭ ଥିବାରୁ ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ ଓ ଇଣ୍ଡୋନେସିଆରେ ସୁନାମି ଆଲର୍ଟ ଜାରି କରାଯାଇଛି । ଲୋକଙ୍କୁ ସୁମଦ୍ର କୂଳ ନିକଟକୁ ଯିବାକୁ ବାରଣ କରାଯାଇଛି । ପ୍ରଶାନ୍ତ ମହାସାଗରର ଲୟାଲଲିଟି ଦ୍ୱୀପପୁଞ୍ଜ ଭୂକମ୍ପର ସବୁଠାରୁ ବଡ଼ ଝଟକା ଅନୁଭୂତ ହୋଇଥିଲେ ହେଁ ନ୍ୟୁଜିଲ୍ୟାଣ୍ଡ ଠାରୁ ଇଣ୍ଡୋନେସିଆ ଯାଏ ଏହାକୁ ଲୋକମାନେ ଅନୁଭବ କରିଛନ୍ତି । ନ୍ୟୁଜିଲ୍ୟାଣ୍ଡର ଜାତୀୟ ଜରୁରୀକାଳୀନ ମ୍ୟାନେଜମେଣ୍ଟ ଝଟକା ପରେ ବିଭିତ୍ତ ସମୁଦ୍ରରେ ଗାଧୋଉ ଥିବା ଲୋକଙ୍କୁ ତୁରନ୍ତ ଉଚ୍ଚ ସ୍ଥାନକୁ ଚାଲି ଆସିବାକୁ କହିଛି । ସେହିପରି ଅହିପାରା, ଗ୍ରେଟ ବ୍ୟାରିୟର ଓ ମାଟାଟାରୁ ଟଲାଗା ଉପକୂଳରେ ଥିବା ଲୋକମାନଙ୍କୁ ନଦୀ, ସୁମଦ୍ର ଏବଂ ଜଳାଶୟରୁ ଦୂରେଇ ରହିବାକୁ କୁହାଯାଇଛି । ନ୍ୟୁଜିଲ୍ୟାଣ୍ଡର ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର ଜୁଆର ସ୍ଥଳ ଭାଗକୁ ମାଡ଼ି ଆସିବାର ଆଶଙ୍କା ପ୍ରକାଶ ପାଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ଭୂକମ୍ପର ତୀବ୍ରତା ୭.୭ ଥିବା ବେଳେ ଏହାର କେନ୍ଦ୍ର ସ୍ଥଳ ନ୍ୟୁକାଲେଡେନିଆର ଟାଡିନେ ସହର ଠାରୁ ୪୧୭ କିମି ଦୂର । ଏହା ଭୂପୃଷ୍ଠର ୧୦ କିମି ଗଭୀରରେ ସୃଷ୍ଟି ହୋଇଥିଲା । ୭.୭ ତୀବ୍ରତାର ଭୂକମ୍ପ ଝଟକାର ଘଣ୍ଟାଏ ମଧ୍ୟରେ ଆଉ ୩ଟି ଝଟକା ଅନୁଭୂତ ହୋଇଛି । ଏହାର ତୀବ୍ରତା ୫.୬ରୁ ୭.୧ ମଧ୍ୟରେ ରହିଥିଲା । କେବଳ ନ୍ୟୁଜିଲ୍ୟାଣ୍ଡ ନୁହେଁ ଅଷ୍ଟ୍ରେଲିଆର ଲର୍ଡ ଦ୍ୱୀପରେ ମଧ୍ୟ ସୁନାମି ଆସିବାର ଆଶଙ୍କା ପ୍ରକାଶ ପାଇଛି । ସେହିପରି ଆମେରିକାର ସୁନାମି ଚେତାବନୀ କେନ୍ଦ୍ର ଫିଜି ଓ ଭାନୁଆତୁରେ ସମୁଦ୍ର ଜୁଆର ୧ରୁ ୩.୩ ଫୁଟ ଉପରକୁ ଉଠିପାରେ ବୋଲି ସତର୍କ କରାଇଛି । ତେବେ ଏଯାଏ ଭୂକମ୍ପର କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ ।

Leave A Reply

Your email address will not be published.