ଭାଗିରଥି ଠାକୁର ମେମୋରିଆଲ କ୍ରିକେଟ

0 70

ଝରିଆଗୁଡା କୁ ହରାଇ ବଡ ଚେରଗାଁ ଦଳ ଚାମ୍ପିଆନ

ଧର୍ମଗଡ-୨୦ା୨ା୨୧- ଧର୍ମଗଡ ବ୍ଲକ ଅନ୍ତର୍ଗତ ଖୁଟଲୁଗୁଡା ଗ୍ରାମ ଖେଳ ପଡିଆ ଠାରେ ଚାଲୁଥିବା ଭାଗିରଥି ଠାକୁର ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଆଜି ଉଦଯାପିତ ହୋଯାଇଛି । ଉଦଯାପନି ଦିବସ ରେ ଆୟୋଜିତ ଫାଇନାଲ ମୂକାବିଲା ଝରିଆଗୁଡା ଓ ବଡ ଚେରଗାଁ ଦଳ ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା । ବଡ ଚେରଗାଁ ଦଳ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୫ ଓଭ ରେ ୭ ଓିକେଟ ବିନିମୟ ରେ ୧୩୪ ରନ କରିଥିଲେ । ଜବାବ ର ଝରିଆଗୁଡା ଦଳ ସମସ୍ତ ଓିକେଟ ହରାଇ ମାତ୍ର ୧୧୨ ରନକରି ବାକୁ ସମର୍ଥ ହୋଇଥିଲେ । ବଡଚେରଗାଁ ଦଳ ୨୨ ରନ ରେ ବିଜୟି ହୋଇ ଚାମ୍ପିଆନ ହୋଇଥିଲେ । ବଡ ଚେରଗାଁ ଦଳ ର ଟୁନା ସାହୁ ଙ୍କୁ ମ୍ୟାନ ଅଫଦି ମ୍ୟାଚ ଓ ସିରଜ ପୁରସ୍କାର ପ୍ରଦାନ କରାଯାଇଥିଲା । ଅମ୍ପାୟାର ଭାବେ ଅକ୍ଷୟ କୁମାର ଗୋପାଲ, ରୋହିତାସ୍ୱ ଦୀପ ଖେଳ ପରିଚାଳନା କରିଥିଲେ । ପରିଚାନା କମିଟି ସଭାପତି ନିର୍ମଳ ଗୋପାଲ, ସଂପାଦକ ରମେଶ ଗୋପାଲ, ପ୍ରେମାନଂଜନ ଠାକୁର,ବେଦପ୍ରକାଶ ଦୀପ,ବରୁଣ ଗୋପାଲ ରଶ୍ମି ରଂଜନ ଗୋପାଲ ଓ ଅନ୍ୟମାନେ କ୍ରିଡା ପରିଚାଳନା କରିଥିଲେ । ପୁରସ୍କାର ବିତଣୀ ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ଧର୍ମଗଡ ବ୍ଲକ ଅଧ୍ୟକ୍ଷ ବଳରାମ ପୁଝାରୀ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଇଙ୍ଗିତ କୁମାର ପଣ୍ଡା, ବୈଦ୍ୟନାଥ ବେହେରା,ବ୍ରଜେଶ ପଣ୍ଡା ପ୍ରମୂକ ଯୋଗ ଦେଇ ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲେ । ପୁରସ୍କାର ବିତଣୀ ଉତ୍ସବ କୁ ଅଧ୍ୟାପକ ଅକ୍ଷୟ ପଟ୍ଟନାୟକ ପରିଚାଳନା କରିଥିଲେ ।

Leave A Reply

Your email address will not be published.