ଲାଲକିଲ୍ଲା ଉପରେ ଚଢ଼ିଥିବା ବ୍ୟକ୍ତି ଗିରଫ

0 137

ନୂଆଦିଲ୍ଲୀ, ୨୨ ।୨: ଚଳିତ ବର୍ଷ ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀର ଲାଲକିଲ୍ଲାରେ ହୋଇଥିବା ହିଂସା ଘଟଣାରେ ଆଉ ଜଣେ ଗିରଫ୍ ହୋଇଛି । ଦିଲ୍ଲୀ ପୁଲିସ ଏହି ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ଦିଲ୍ଲୀର ଜସପ୍ରୀତ ସିଂହ ବୋଲି ପୁଲିସ କହିଛି । ହିଂସା ଦିନ ଲାଲକିଲ୍ଲା ଉପରେ ଜସପ୍ରୀତ ଚଢ଼ିଥିଲା ଯାହାର ଏକ ଫଟୋ ଗତ ସପ୍ତାହରେ ଜାରି କରିଥିଲା ପୁଲିସ । ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି ପାଇଁ ସ୍ଥିର ହୋଇଥିବା ରାସ୍ତା ଛାଡ଼ି ଅନ୍ୟ ରାସ୍ତାରେ ଚାଷୀ ପ୍ରବେଶ କରି ଆସିଥିଲେ । ପରେ ହିଂସା ହୋଇଥିଲା । ଏମିତିକି ଦିଲ୍ଲୀର ୪୦୦ ପୁଲିସ କର୍ମଚାରୀ ଆନ୍ଦୋଳନରତ ଚାଷୀଙ୍କ ଆକ୍ରମଣର ଶିକାର ହୋଇ ଆହତ ହୋଇଥିଲେ । ପୁଲିସ ଏବେ ହିଂସାକାଣ୍ଡ ଘଟାଇଥିବା ସମସ୍ତ ଲୋକଙ୍କୁ ଚିହ୍ନଟ କରି ଗିରଫ୍ କରୁଛି । ଦିଲ୍ଲୀ ପୁଲିସ ଗତ ସପ୍ତାହରେ ୨୦ରୁ ଅଧିକ ଲୋକଙ୍କ ଫଟୋ ଜାରି କରିଥିଲା । ଯେଉଁମାନେ ହିଂସା କାଣ୍ଡରେ ସାମିଲ୍ ଥିଲେ ବୋଲି ପୁଲିସ କହିଛି । ପୁଲିସ ଏବେ ଫଟୋ ଜାରି କରି ସଂପୃକ୍ତ ଲୋକଙ୍କୁ ଖୋଜୁଛି । ଏହିକ୍ରମେରେ ସୋମବାର ଜସପ୍ରୀତ ସିଂହକୁ ଗିରଫ କରିଛି ।

Leave A Reply

Your email address will not be published.