ପ୍ରାଣଘାତୀ କରୋନା ନେଲା ଆଉ ୮୩ ମୁଣ୍ଡ

0 162

ନୂଆଦିଲ୍ଲୀ, ୨୨ ।୨: କ୍ରମାଗତ ଭାବେ ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୪ ହଜାର ଅତିକ୍ରମ କରିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ପୁଣିଥରେ ଭାରତରେ ୧୪,୧୯୯ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ଏହି ପ୍ରାଣଘାତୀ ଭାଇରସ ଆଉ ୮୩ ଜଣଙ୍କ ମୁଣ୍ଡ ନେଇଛି । ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୧,୧୦,୦୫,୮୫୦ରେ ପହଞ୍ଚି ଯାଇଛି । ଏମାନଙ୍କ ମଧ୍ୟରୁ ୧,୦୬,୯୯,୪୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧,୫୦,୦୫୫ ଆକ୍ଟିଭ କେସ୍ ରହିଛି । ସେହିପରି ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୫୬,୩୮୫ରେ ପହଞ୍ଚି ଯାଇଛି । ଦେଶରେ ଚିହ୍ନଟ ହୋଇଥିବା ୧୪,୧୯୯ ଜଣଙ୍କ ମଧ୍ୟରୁ କେବଳ ମହାରାଷ୍ଟ୍ରରୁ ଅଧେ ସଂକ୍ରମିତ ରହିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୬,୯୭୧ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ନୂଆ ରୋଗୀଙ୍କ ପରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧,୦୦,୮୮୪ରେ ପହଞ୍ଚି ଯାଇଛି । ୨୪ ଘଣ୍ଟାରେ କରୋନା ୩୫ ଜଣଙ୍କ ମୁଣ୍ଡ ନେବାରୁ ମହାରାଷ୍ଟ୍ରରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୧,୭୮୮ ଛୁଇଁଛି । ଆଇସିଏମଆର କହିଛି ଯେ ଗତକାଲି ସମଗ୍ର ଦେଶରେ ୬,୨୦,୨୧୬ଟି ନୁମନା ପରୀକ୍ଷା କରାଯାଇଥିଲା । ଏହା ମଧ୍ୟରୁ ୧୪,୧୯୯ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ମହାରାଷ୍ଟ୍ର ସରକାର ଏକାଧିକ ସହରରେ ଲକଡାଉନ ଲାଗୁ କରିଛନ୍ତି । ସେହିପରି କେନ୍ଦ୍ର ସରକାର ମଧ୍ୟ କରୋନା ଟେଷ୍ଟ ସଂଖ୍ୟା ବୃଦ୍ଧି କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.