ହୋଟେଲରୁ ମିଳିଲା ସାଂସଦଙ୍କ ମୃତଦେହ

0 154

ମୁମ୍ୱାଇ, ୨୨ ।୨: ଦକ୍ଷିଣ ମୁମ୍ୱାଇର ଏକ ହୋଟେଲରୁ ମିଳିଲା ସାଂସଦଙ୍କ ମୃତ ଦେହ । ତାଙ୍କ ନାମ ମୋହନ ଡେଲକର । ସେ ଦାଦରା ନଗର ହାବେଲୀ ଲୋକସଭା ଆସନରୁ ବିଜୟୀ ହୋଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିସହ ପୁଲିସ ମୃତ ସାଂସଦଙ୍କ ଶବ ବ୍ୟବଚ୍ଛେଦ କରିବାକୁ ପଠାଇଛି । ପ୍ରାଥମିକ ତଦନ୍ତରୁ ସାଂସଦ ଜଣଙ୍କ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ହେଲେ ପୁଲିସ ଏଯାବତ କୌଣସି ସ୍ପଷ୍ଟୀକରଣ ରଖିନାହିଁ । ମୃତ ସାଂସଦଙ୍କୁ ୫୮ ବର୍ଷ ହୋଇଥିଲା । ୧୯୮୯ରେ ସେ ପ୍ରଥମ ଥର ପାଇଁ ଏହି ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ଏହାପରେ ଦାଦରା ନଗର ହାବେଲୀ ଲୋକସଭା ଆସନରୁ ଅନେକ ଥର ନିର୍ବାଚିତ ହୋଇଥିଲେ । ମୋହନ ଡେଲକର ପ୍ରଥମେ ଭାରତୀୟ ନବଶକ୍ତିରୁ ସାଂସଦ ହୋଇଥିଲେ । ୨୦୦୯ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । ହେଲେ ୨୦୧୯ ଲୋକସଭା ନିର୍ବାଚନରେ ସେ ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ ।

Leave A Reply

Your email address will not be published.