ବେଙ୍ଗାଲୁରୁ, ୨୩ ।୨: କର୍ଣ୍ଣାଟକା ସରକାର ବିରୋଧରେ ଗର୍ଜିଛନ୍ତି ରାଜ୍ୟରେ ଥିବା ସମସ୍ତ ଘରୋଇ ସ୍କୁଲର ଶିକ୍ଷକ ଓ କର୍ମକର୍ତ୍ତା । ସରକାର ଟ୍ୟୁସନ ଫି’ ହ୍ରାସ କରିବା ସହ ଘରୋଇ ସ୍କୁଲ ଉପରେ ଏକାଧିକ କଟକଣା ଲଗାଇଥିବାରୁ ଏହା ବିରୋଧରେ ୩ ହଜାରରୁ ଅଧିକ ଶିକ୍ଷକ ଓ କର୍ମକର୍ତ୍ତା ବେଙ୍ଗାଲୁରୁ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସେମାନଙ୍କ ଆନ୍ଦୋଳନ ଏତେ ବଡ଼ ଥିଲା ଯେ ଜଣେ ବ୍ୟକ୍ତିର ଆଖି ମଧ୍ୟ ପାଇବ ନାହିଁ । ଆନ୍ଦୋଳନରେ ଶିକ୍ଷକଙ୍କ ସହ ଡ୍ରାଇଭର, ସହାୟକ, ସିକ୍ୟୁରିଟି ଷ୍ଟାଫ ଓ ସ୍କୁଲ ମ୍ୟାନେଜମେଣ୍ଟର ସଦସ୍ୟମାନେ ସାମିଲ ହୋଇଥିଲେ । ବେଙ୍ଗାଲୁରୁରେ ଥିବା ଗୋଟିଏ ଫ୍ଲାଏଓଭରରେ ଏମାନେ ଚାଲିଚାଲି ଯାଉଥିବା ବେଳେ ଏହାର ଦୃଶ୍ୟକୁ ଡ୍ରୋନ କ୍ୟାମେରାରେ କଏଦ କରାଯାଇଛି । ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ୩୦ରୁ ୪୫ ମିନିଟ୍ ଧରି ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଯାଇଥିଲା । ଏହି ଆନ୍ଦୋଳନକୁ କର୍ଣ୍ଣାଟକା ପ୍ରାଇଭେଟ ସ୍କୁଲ ମ୍ୟାନେଜମେଣ୍ଟ, ଟିଚିଂ ଓ ନନ୍ ଟିଚିଂ ଷ୍ଟାଫ କମିଟି ପକ୍ଷରୁ ଆୟୋଜନ କରାଯାଇଥିଲା । ପ୍ରାୟ ୩ ହଜାର ଲୋକ ବେଙ୍ଗାଲୁରୁ ମୁଖ୍ୟ ରେଳବାଇ ଷ୍ଟେସନରୁ ସହରର ପ୍ରମୁଖ ଆନ୍ଦୋଳନ ସ୍ଥଳ ଫ୍ରିଡମ ପାର୍କରେ ପହଞ୍ଚିଥିଲେ । ଚଳିତ ଶିକ୍ଷା ବର୍ଷରେ ଘରୋଇ ସ୍କୁଲ ଗୁଡ଼ିକ ୭୦% ଟ୍ୟୁସନ ଫି’ ଆଦାୟ କରିପାରିବେ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ବିରୋଧ କରି ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଅ