ଶୁଣାଗଲା ମଙ୍ଗଳ ଗ୍ରହର ସ୍ୱର

0 144

ୱାଶିଂଟନ, ୨୩ ।୨: ଶୁଣାଗଲା ମଙ୍ଗଳ ଗ୍ରହର ସ୍ୱର । ପ୍ରକାଶ ପାଇଲା ଓଡିଓ କ୍ଲିପ୍ । ମଙ୍ଗଳ ଅଭିଯାନରେ ନାସା ଆଉ ଏକ ସଫଳତା ହାସଲ କରିଛି । ମଙ୍ଗଳ ପୃଷ୍ଠର ଶବ୍ଦ ସଂଗ୍ରହ କରିବାରେ ସଫଳ ହୋଇଛି ନାସା । ଲୋହିତ ଗ୍ରହ ମଙ୍ଗଳ ପୃଷ୍ଠରେ ନାସା ଦ୍ୱାରା ପ୍ରେରିତ ମଙ୍ଗଳ ଯାନର ରୋଭର ଅବତରଣ ବେଳର ଶବ୍ଦ ସଂଗ୍ରହ କରିଛି ନାସା । ରୋଭର ଦ୍ୱାରା ରେକର୍ଡ ହୋଇଥିବା ଶବ୍ଦକୁ ନାସା ସାର୍ବଜନିନ କରିଛି । ରିଲିଜ୍ ହୋଇଥିବା ୩ ମିନିଟ୍ ୨୫ ସେକେଣ୍ଡର ଭିଡିଓ କ୍ଲିପରେ ମଙ୍ଗଳ ପୃଷ୍ଠରେ ରୋଭର ଅବତରଣ କରୁଥିବା ବେଳର ଶବ୍ଦ ରହିଛି । ରୋଭର ମଙ୍ଗଳ ପୃଷ୍ଠ ଛୁଇଁବାର ୨୦ ମିଟର ଉଚ୍ଚରେ ଥିବାବେଳେ ପବନ ବହୁଥିବାର ଶବ୍ଦ ଏଥିରେ ରେକର୍ଡିଂ ହୋଇଛି । ଏହାସହ ନାସା ରୋଭର ଲ୍ୟାଣ୍ଡିଂ ବେଳର ଅନ୍ୟ ଏକ ଭିଡିଓ ମଧ୍ୟ ସାର୍ବଜନୀନ କରିଛି । ଏନେଇ ନାସା ପକ୍ଷରୁ କୁହାଯାଇଛି ଯେ, ରୋଭର ମଙ୍ଗଳ ପୃଷ୍ଠ ଛୁଇଁଲାବେଳେ ମାଇକ୍ରୋଫୋନ କାମ କରିନଥିଲା । ହେଲେ ପୃଷ୍ଠରେ ଅବତରଣ ପରେ ମାଇକ୍ରୋଫୋନ୍ କାମ କରିବାରୁ ଶବ୍ଦ ସଂଗ୍ରହ ସମ୍ଭବ ହୋଇଥିଲା ବୋଲି ରୋଭର ପର୍ସେଭେରାନ୍ସ ପ୍ରୋଜେରେ ମୁଖ୍ୟ ଯନ୍ତ୍ରୀ ଥିବା ଦାଭେ ଗ୍ରୁଏଲ କହିଛନ୍ତି । ନାସାର ଜେଟ୍ ପ୍ରପୁଲସନ୍ ଲାବୋରେଟୋରୀର ନିର୍ଦ୍ଦେଶକ ମାଇକେଲ୍ ୱାଟକିନ୍ କହିଛନ୍ତି ଯେ ଏହା ପ୍ରଥମ ଥର ପାଇଁ ହୋଇଛି । ମଙ୍ଗଳ ଗ୍ରହରେ ଅବତରଣ ଭଳି କୌଣସି ଘଟଣାକୁ କ୍ୟାପଚର କରିବାରେ ସକ୍ଷମ ଆମେ ହୋଇପାରିଛୁ । ଏହା ଏକ ପ୍ରକୃତରେ ସବୁଠୁ ଆଶ୍ଚର୍ଯ୍ୟଜନକ ଭିଡିଓ ବୋଲି ସେ କହିଛନ୍ତି । ଅବତରଣ ପୂର୍ବରୁ ରୋଭରଟି ପାରାଚୁଟ୍ ସହ ହିଟ୍ ସିଲ୍ଡରୁ ଅଲଗା ହୋଇଥିଲା । ତେବେ ପ୍ରଥମ ଥର ପାଇଁ ମଙ୍ଗଳ ପୃଷ୍ଠରେ ରୋଭର ଲ୍ୟାଣ୍ଡିଂ କରିବାର ଭିଡିଓ, ମଙ୍ଗଳ ପୃଷ୍ଠର ଶବ୍ଦ ସଂଗ୍ରହ କରିବାରେ ସଫଳ ହୋଇଛି ନାସା ।

Leave A Reply

Your email address will not be published.