ଗୁଜୁରାଟ ନଗର ନିଗମ ନିର୍ବାଚନରେ ବିଜେପିର ବିପୁଳ ବିଜୟ

0 144

ଅହମଦାବାଦ, ୨୩ ।୨: ଗୁଜୁରାଟ ପୌର ନିର୍ବାଚନରେ ଶାସକ ବିଜେପି ଉଲ୍ଲେଖନୀୟ ସଫଳତା ପାଇଛି । ନିର୍ବାଚନ ହୋଇଥିବା ୬ଟି ପୌରନିଗମ ମଧ୍ୟରୁ ବିଜେପି ୫ଟି ପୌର ନିଗମରେ ବିଜୟ ହାସଲ କରିଛି । ବିଜେପି ଜିତିଥିବା ୫ଟି ପୌର ନିଗମ ହେଲା ଜାମନଗର, ଅହମଦାବାଦ, ଭାବନଗର, ଭଦୋଦରା ଓ ରାଜକୋଟ । ସୁରତରେ ମଧ୍ୟ ବିଜେପି ଆଗୁଆ ଅଛି । ସୁରତ ନଗର ନିଗମରେ ବିଜେପି ୯୩ଟି ଆସନ ଜିତିଥିବାବେଳେ ଆମ ଆଦମୀ ପାର୍ଟିର ଆସନ ସଂଖ୍ୟା ୨୭ରେ ପହଞ୍ଚିଛି ଓ କଂଗ୍ରେସ ଖାତା ଖୋଲିପାରିନାହିଁ । ଫଳରେ ସୁରତରେ ବିଜେପି ଜିତିବା ଏକରକମ ନିଶ୍ଚିତ ହୋଇଯାଇଛି । ଗୁଜୁରାଟରେ ଗତ ୨୧ ତାରିଖରେ ଏହି ୬ଟି ପୌର ନିଗମ ପାଇଁ ନିର୍ବାଚନ ହୋଇଥିଲା । ଏହି ୬ଟି ନଗର ନିଗମର ୧୪୪ଟି ୱାର୍ଡରେ ଥିବା ମୋଟ ୫୭୬ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା । ମିଳିଥିବା ସବିଶେଷ ଖବର ଅନୁସାରେ ଏହି ୫୭୬ଟି ଆସନରୁ ବିଜେପି ୩୩୧ଟି ଆସନରେ ବିଜୟ ହାସଲ କରିସାରିଛି ଓ ଆଉ କେତେକ ଆସନରେ ଆଗୁଆ ରହିଛି । ଏହି ବିଜୟରେ ଆନନ୍ଦ ପ୍ରକାଶ କରି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି କହିଛନ୍ତି ଯେ ଏହି ନିର୍ବାଚନ ଫଳାଫଳ ପ୍ରମାଣ କରୁଛି ଯେ ଗୁଜୁରାଟ ହେଉଛି ବିଜେପିର ଦୁର୍ଗ । ନିଗମ ନିର୍ବାଚନ ପରେ ରାଜ୍ୟର ଅନ୍ୟ ମୁନିସିପାଲିଟି ଓ ପଞ୍ଚାୟତ ପାଇଁ ନିର୍ବାଚନ ହେବ ।

Leave A Reply

Your email address will not be published.