କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ; ଜଣେ ମୃତ, 5 ଗୁରୁତର

0 127


କେନ୍ଦୁଝର: କାଞ୍ଜିପାଣି ଘାଟିରେ ଓଲଟିଲା ବସ । ଢେଙ୍କିକୋଟରୁ ସ୍ନେହା ନାମକ ବସଟି ବରଯାତ୍ରୀ ନେଇ ରାଉରକେଲା ଯାଉଥିବା ସମୟରେ ଘଟିଛି ଦୁର୍ଘଟଣା । ବସରେ ୬୫ଜଣ ବରଯାତ୍ରୀ ଥିଲେ । ଏହି ଦୁର୍ଘଟଣାରେ ୧୦  ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣକର ମୃତ୍ୟୁ ହୋଇଥିବା ଖବରରୁ  ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ତେଲକୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଛି ଗୁରୁତରଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ର କାରଣ ଜଣାପଡ଼ି ନାହିଁ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କୁ ତ୍ୱରାନ୍ୱିତ କରିଥିଲେ ।

Leave A Reply

Your email address will not be published.