ଟ୍ରମ୍ପଙ୍କ ଗ୍ରୀନକାର୍ଡ ବ୍ୟାନକୁ ବାଇଡେନ୍ ରଦ୍ଦ କଲେ

0 142

ୱାଶିଂଟନ,୨୫ ।୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶରେ ଲାଗୁ କରିଥିବା ଗୋଟିଏ ପରେ ଗୋଟିଏ ନିୟମକୁ ତାଙ୍କ ଉତ୍ତରାଧିକାରୀ ଜୋ ବାଇଡେନ୍ ରଦ୍ଦ କରିବା ଆରମ୍ଭ କରିଛନ୍ତି । ଏହିକ୍ରମରେ ଆମେରିକାରେ ପ୍ରବେଶ କରି କାମ କରିବା ପାଇଁ ଆବଶ୍ୟକ ଗ୍ରୀନ କାର୍ଡ ଆବେଦନ ଉପରେ ଟ୍ରମ୍ପ ଗତବର୍ଷ ଲଗାଇଥିବା ବ୍ୟାନ୍କୁ ରାଷ୍ଟ୍ରପତି ବାଇଡେନ୍ ରଦ୍ଦ କରିଦେଇଛନ୍ତି । ଏଣିକି ଆମେରିକାକୁ ବାହାର ଦେଶର ଲୋକ କାମ କରିବାକୁ ଆସିବା ପାଇଁ ଗ୍ରୀନ୍ କାର୍ଡ ପାଇଁ ଆବେଦନ କରିପାରିବେ ଓ ଏହାକୁ ତାଙ୍କୁ ପୂର୍ବଭଳି ମିଳିପାରିବ । ମହାମାରୀ କରୋନା ଭାଇରସ ଯୋଗୁ ଆମେରିକା ସାଂଘାତିକ ଭାବେ ପ୍ରଭାବିତ ହୋଇଛି । ଦେଶର ଅର୍ଥନୀତି ଦୋହଲିଯିବା ସହ ବେକାର ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି । ଏହି କାରଣରୁ ଟ୍ରମ୍ପ ଆମେରିକାବାସୀଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଗ୍ରୀନ୍ କାର୍ଡ ଆବେଦନ ଉପରେ ବ୍ୟାନ୍ ଲାଗୁ କରିଥିଲେ । ବାଇଡେନ୍ ଏହାକୁ ରଦ୍ଦ କରି କହିଛନ୍ତି ବ୍ୟାନ୍ ନିଷ୍ପତ୍ତି ଦ୍ୱାରା ଆମେରିକାରେ ରହୁଥିବା ଲୋକମାନଙ୍କ ପରିବାରର ପରସ୍ପର ଠାରୁ ଅଲଗା ହୋଇ ଯାଉଛନ୍ତି । ସେହିପରି ଦେଶର ବ୍ୟବସାୟ ମଧ୍ୟ ପ୍ରଭାବିତ ହେଉଛି । ତେଣୁ ଆମ ପ୍ରଶାସନ ଦେଶରେ ଗ୍ରୀନ କାର୍ଡ ଆବେଦନ ଉପରେ ଲାଗୁ ହେଉଥିବା ବ୍ୟାନ୍କୁ ରଦ୍ଦ କରୁଛି । ଟ୍ରମ୍ପ କ୍ଷମତାରେ ଥିବା ବେଳେ ଶରଣାର୍ଥୀଙ୍କ ଉପରେ ଏକାଧିକ କଟକଣା ଲାଗୁ କରିଥିଲେ । ଏହି କାରଣରୁ ଆମେରିକାରେ ଥିବା କମ୍ପାନୀଗୁଡ଼ିକରେ କାମ କରୁଥିବା ବାହାର ଦେଶର ଲୋକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । କମ୍ପାନୀଗୁଡ଼ିକ ମଧ୍ୟ ବ୍ୟବସାୟିକ କ୍ଷତି ସହୁଥିଲେ । ଏହି କାରଣରୁ ସେମାନେ କୋର୍ଟର ଆଶ୍ରୟ ମଧ୍ୟ ନେଇଥିଲେ । ଏବେ ବାଇଡେନ କ୍ଷମତାକୁ ଆସିବା ପରେ ଅଗ୍ରାଧିକାର ଭିତ୍ତିରେ ଶରଣାର୍ଥୀଙ୍କ ଉପରେ ଟ୍ରମ୍ପ ଲଗାଇଥିବା ଏକାଧିକ ବ୍ୟାନ୍କୁ ରଦ୍ଦ କରିବା ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.