ସିଲିଣ୍ଡର ଉପରେ ବସି କଂଗ୍ରେସର ପ୍ରେସ କନଫରେନସ

0 156

ନୂଆଦିଲ୍ଲୀ,୨୫ ।୨: ଦେଶରେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହେଉଥିବା ବେଳେ ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ ମଧ୍ୟ ବଢ଼ିଛି । ଆଜି ୨୫ ଟଙ୍କା ଅଣ ସବସିଡି ଗ୍ୟାସ ଦର ବଢ଼ିଛି । ଏହାକୁ ବିରୋଧ କରି କଂଗ୍ରେସ ନିଆରା ଢ଼ଙ୍ଗରେ ପ୍ରତିବାଦ କରିଛି । ଦିଲ୍ଲୀରେ କଂଗ୍ରେସ ନେତା ପାର୍ଟି ଅଫିସରେ ଗ୍ୟାସ ସିଲିଣ୍ଡର ଉପରେ ବସି ପ୍ରେସ କନଫରେନସ କରିଛନ୍ତି । ଆଉ ବଢ଼ୁଥିବା ଦର ଦାମ ପାଇଁ ମୋଦି ସରକାର ବିରୋଧରେ ବର୍ଷିଛନ୍ତି ଦିଲ୍ଲୀ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ । ଏହାପୂର୍ବରୁ ୪ ଫେବୃଆରୀରେ ୨୫ ଟଙ୍କା, ୧୪ ଫେବୃଆରୀରେ ୫୦ ଟଙ୍କା ବୃଦ୍ଧି ଘଟିଥିଲା । ଆଜି ୨୫ ଫେବୃଆରୀରେ ଏହା ୨୫ ଟଙ୍କା ବୃଦ୍ଧି ପାଇଛି । ଅର୍ଥାତ୍ ଏହି ମାସରେ ଏଲପିଜି ଗ୍ୟାସର ୧୦୦ ଟଙ୍କା ବୃଦ୍ଧି ପାଇଛି । ଏଲପିଜି ଗ୍ୟାସ ମୂଲ୍ୟରେ ବୃଦ୍ଧି ପରେ ଦିଲ୍ଲୀରେ ଅଣ ସବସିଡି ୧୪.୨ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୭୬୯ ରୁ ୭୯୪ ଟଙ୍କାକୁ ବୃଦ୍ଧି ପାଇଛି । ଏଥି ସହିତ କୋଲକାତାରେ ଏହି ସିଲିଣ୍ଡରର ଦାମ ୮୨୦.୫୦ ଟଙ୍କା, ମୁମ୍ୱାଇ ୭୯୪ ଟଙ୍କା ଏବଂ ଚେତ୍ତାଇ ୭୬୦ ଟଙ୍କା ରହିଛି । ଏହାପୂର୍ବରୁ ଦିଲ୍ଲୀରେ ଏଲପିଜି ମୂଲ୍ୟ ୭୬୯ ଟଙ୍କା, କୋଲକାତାରେ ୭୯୫.୫୦ ଟଙ୍କା, ମୁମ୍ୱାଇରେ ୭୬୯ ଟଙ୍କା ଏବଂ ଚେତ୍ତାଇରେ ୭୮୫ ଟଙ୍କା ଥିଲା । ସୂଚନାଯୋଗ୍ୟ, ଜାନୁଆରୀ ମାସରେ ରୋଷେଇ ଗ୍ୟାସ ଏଲପିଜିର ଦାମ ବଢ଼ିନଥିଲା । ହେଲେ ଚଳିତ ମାସରେ ଏଯାବତ ତୃତୀୟ ଥର ପାଇଁ ସିଲିଣ୍ଡର ଦାମ ବଢ଼ିଛି ।

Leave A Reply

Your email address will not be published.