ଗୁଗୁଲ, ଫେସବୁକ ପାଖରୁ ଅର୍ଥ ଦାବି କଲା ପ୍ରିଣ୍ଟ ମିଡ଼ିଆ

0 67

ନୂଆଦିଲ୍ଲୀ, ୨୬ ।୨: ବହୁ ବାଦ ବିବାଦ ପରେ ଶେଷରେ ଅଷ୍ଟ୍ରେଲିଆ ହୋଇଛି ଏକମାତ୍ର ଦେଶ ଯେଉଁଠି ଗୁଗୁଲ ଏବଂ ଫେସବୁକ ମିଡିଆ କମ୍ପାନୀମାନଙ୍କୁ ପଇସା ଦେବାକୁ ରାଜି ହୋଇଛନ୍ତି । ଏବେ କିନ୍ତୁ ସମାନ ଦାବି ଦୋହରାଇଛନ୍ତି ଦେଶର ପ୍ରିଣ୍ଟ ମିଡିଆ କମ୍ପାନୀ । ବର୍ତ୍ତମାନ ଦେଶରେ ହ୍ରାସ ପାଉଥିବା ପ୍ରିଣ୍ଟ ମିଡିଆ ବ୍ୟବସାୟକୁ ବଞ୍ଚାଇବା ପାଇଁ ଏକକ ଆଇନ ଆଣିବାକୁ ଭାରତୀୟ ଗଣମାଧ୍ୟମ ଦାବି କରିଛନ୍ତି । ଫେସବୁକ ଏବଂ ଗୁଗୁଲ ପ୍ରିଣ୍ଟି ମିଡିଆର କଣ୍ଟେଣ୍ଟ ସାହାଯ୍ୟରେ ଅନ୍ଲାଇନରେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । କିନ୍ତୁ କଣ୍ଟେଣ୍ଟ ପାଇଁ ସଂପୃକ୍ତ ପ୍ରିଣ୍ଟମିଡିଆ କମ୍ପାନୀ କୌଣସି ଲାଭ ପାଇନାହାନ୍ତି । ଏବେ ପ୍ରିଣ୍ଟ ମିଡିଆର ପବ୍ଲିସରମାନେ କିଛି ଟେକ୍ନୋଲୋଜି ବିଶାରଦଙ୍କ ସହ କଥା ହୋଇ ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଛନ୍ତି । ଏଥିପାଇଁ ସରକାରଙ୍କ ସହାୟତା ମଧ୍ୟ ମାଗିଛନ୍ତି । ଇଣ୍ଡିଆନ୍ ନ୍ୟୁଜ ପେପର ସୋସାଇଟିର ଉପ-ସଭାପତି ମୋହିତ ଜୈନ କହିଛନ୍ତି, ପ୍ରିଣ୍ଟ ମିଡିଆର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ପାଠକଙ୍କୁ ୧୦୦ ପ୍ରତିଶତ ସତ୍ୟ ଖବର ଦେବାରେ ପ୍ରିଣ୍ଟ ମିଡିଆ ଗୁରୁତ୍ୱ ଦେଇଥାଏ । ଆଉ ଏହି କଣ୍ଟେଣ୍ଟକୁ ଗୁଗୁଲ ତାର ନ୍ୟୁଜ ପ୍ଲାଟଫର୍ମରେ ପବ୍ଲିସ କରି ଅନେକ ଟଙ୍କା ରୋଜଗାର କରୁଛି । ଆଉ ଏହି କଣ୍ଟେଣ୍ଟ ପାଇଁ ତାର ବିଶ୍ୱସନୀୟତା ମଧ୍ୟ ବଢ଼ିଛି । ତେଣୁ ଗୁଗୁଲ ସହ ଆଗାମୀ ଦିନରେ କଥାବାର୍ତ୍ତା ହେବା ବେଳେ ଏକ ଉପଯୁକ୍ତ ମୋନିଟାଇଜେସନ୍ ମଡେଲ ଆସିବା ଦରକାର ବୋଲି ଜୈନ କହିଛନ୍ତି । ଗୁଗୁଲ୍ ସର୍ବାଧିକ ରାଜସ୍ୱ ଆଦାୟ କରୁଛି ନ୍ୟୁଜ ପ୍ଲାଟଫର୍ମରୁ । ଅକ୍ଟୋବର ୨୦୨୦ରେ ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ୍ ଏହାର ତ୍ରୈମାସିକ (୩) ରିପୋର୍ଟ ଦେଖାଇଛି ଯେଉଁଠି କେତେ ଟଙ୍କା ଗୁଗୁଲ ରାଜସ୍ୱ ପାଇଛି ତାହା ଜଣାପଡ଼ିଛି । ଗୁଗୁଲ ମୋଟ ୪୬.୨ ବିଲିୟନ ଡଲାର ଆୟ କରିଥିବା କହିଛି । ସେହିପରି ୩ ୨୦୧୯ରେ ଏହି ଆୟ ୪୦.୫ ବିଲିୟନ ଡ଼ଲାର ଥିଲା । ଯାହାକି ପୂର୍ବ ୩ ତୁଳନାରେ ୬.୯୬ ବିଲିୟନ ଡ଼ଲାର ଅଧିକ । ଏଥିମଧ୍ୟରୁ ବିଜ୍ଞାପନରୁ ୩୭.୦୯ ବିଲିୟନ ଆୟ ହୋଇଥିବା ବେଳେ ୩ ୨୦୧୯ ରେ ୩୩.୭୯ ବିଲିୟନ ଡ଼ଲାର ଥିଲା ।

Leave A Reply

Your email address will not be published.