ନୁସରତଙ୍କୁ କରୋନା

0 72

କୋଲକାତା, ୧ ।୩: ପାଖେଇ ଆସୁଛି ପଶ୍ଚିମବଙ୍ଗ ନିର୍ବାଚନ । ଏହାକୁ ନେଇ ଚରିଆଡେ ରାଜନୀତି ସରଗରମ ରହିଛି । ଏହାରି ଭିତରେ ତ୍ରୁଣମୂଳ କଂଗ୍ରେସ ସାଂସଦ ତଥା ବଙ୍ଗଳା ଅଭିନେତ୍ରୀ ନୁସରତ ଜାହାନ୍ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଖବର ସାମ୍ନାକୁ ଆସିଛି । ଏହି ଖବର ଭାଇରାଲ ହେବା ପରେ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ଏବଂ ସଭା ଓ ଅନ୍ୟାନ୍ୟ ମିଟିଂକୁ ବାତିଲ କରିଦିଆଯାଇଛି । ସେପଟେ ନୁସରତ୍ଙ୍କ ସମସ୍ତ ଫ୍ୟାନମାନେ ଏହି ଖବର ଶୁଣି ଚିନ୍ତିତ ହୋଇପଡିଛନ୍ତି । ପ୍ରଶଂସକମାନେ ନୁସରତ୍ଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ନୁସରତଙ୍କର କରୋନା ପଜିଟିଭ୍ ହେବା ପ୍ରଭାବ ପଶ୍ଚିମବଙ୍ଗ ନିର୍ବାଚନରେ ଦେଖିବାକୁ ମିଳିଛି । ସେପଟେ ଏହି ଖବରକୁ ଖଣ୍ଡନ କରିଛନ୍ତି ଟିଏମସି ସାଂସଦ ନୁସରତ୍ । ଏକ ୱେବସାଇଟ୍ ସହ କଥାବାର୍ତ୍ତା କରୁଥିବାବେଳେ ନୁସରତ କରୋନା ସଂକ୍ରମିତ ହୋଇଥିବା କଥାକୁ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି ମୋତେ କେବଳ ଜ୍ୱର ହୋଇଥିଲା । ଏଥିପାଇଁ ମୁ ମୋର ଚିକିତ୍ସା କରାଇବା ପରେ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଉଛି । କରୋନା ଟେଷ୍ଟ ପାଇଁ ବର୍ତ୍ତମାନ ଯାଏଁ ଡାକ୍ତର କହି ନାହାନ୍ତି । ଏଭଳି ସ୍ଥିତିରେ ମୁଁ କିପରି କୋଭିଡ ପଜିଟିଭ ହେଲି ବୋଲି ସେ ପ୍ରଶ୍ନ କରିଛନ୍ତି । ଖୁବଶୀଘ୍ର କରୋନା ପରୀକ୍ଷା କରାଇବି । ଯଦି ଟେଷ୍ଟ ରିପୋର୍ଟ ପଜିଟିଭ ଆସେ ତା’ହେଲେ ଜଣାଇବି ବୋଲି ନୁସରତ କହିଛନ୍ତି । ସୂଚନାଯୋଗ୍ୟ ଯେ, ନୁସରତ ମନୋରଞ୍ଜନ ଦୁନିଆ ସମେତ ରାଜନୀତିରେ ମଧ୍ୟ ବେଶ ଆକ୍ଟିଭ ରୁହନ୍ତି । ୨୦୧୯ ଠିକ ନିର୍ବାଚନ ପୂର୍ବରୁ ସେ ଟିଏମସିରେ ଯୋଗ ଦେଇଥିଲେ । ପରେ ସେ ପଶ୍ଚିମବଙ୍ଗ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ମଧ୍ୟ ଜିତିଥିଲେ । ସେ ଅଧିକାଂଶ ସମୟରେ ସଭା ସମିତି ହେଉ ଅବା ସୋଶାଲ ମିଡିଆ, ସେ ବିଜେପିକୁ ଟାର୍ଗେଟ କରନ୍ତି । ରାଜନୀତି ବ୍ୟତୀତ ନୁସରତ ନିଜ ବୈବାହିକ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ନୁସରତଙ୍କୁ ତାଙ୍କ ସ୍ୱାମୀ ଛାଡପତ୍ର ନୋଟିସ ପଠାଇଥିଲେ । କିନ୍ତୁ ନୁସରତ ଏହାକୁ ଅମାନ୍ୟ କରିଥିଲେ । ଛାଡପତ୍ର ଖବର ମଧ୍ୟରେ ନୁସରତଙ୍କ ନାମ ୟଶ ଦାସଗୁପ୍ତାଙ୍କ ସହ ଯୋଡା ହୋଇଥିଲା । ଯାହା ବିଷୟରେ ଏକ ଇଣ୍ଟରଭ୍ୟୁରେ ନୁସରତ କହିଥିଲେ, “ମୋର ବ୍ୟକ୍ତିଗତ ଜୀବନର ମାମଲା ପବ୍ଲିକ୍ ଚର୍ଚ୍ଚା ପାଇଁ ନୁହେଁ । ମୁଁ ଏହା ବିଷୟରେ କିଛି କହିବାକୁ ଚାହୁଁନାହିଁ । ଲୋକମାନେ ମୋ କାମକୁ ନେଇ ଜଜ କରନ୍ତୁ । ମୋର ବ୍ୟକ୍ତିଗତ ଜୀବନକୁ ମୁଁ କାହା ସହିତ ସେୟାର କରିବି ନାହିଁ ବୋଲି କହିଥିଲେ ।

Leave A Reply

Your email address will not be published.