୪୫ ହଜାର ଟଙ୍କା ତଳକୁ ଖସିଲା ସୁନା

0 93

ନୂଆଦିଲ୍ଲୀ, ୨ ।୩: ଭାରତୀୟ ବଜାରରେ ମଙ୍ଗଳବାର ସୁନା ଏବଂ ରୁପା ଦର ବ୍ୟାପକ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ରାଜଧାନୀ ଦିଲ୍ଲୀରେ ସୁନାର ଦାମ ୧୦ ଗ୍ରାମ୍ ପ୍ରତି ୬୭୯ ଟଙ୍କା ହ୍ରାସ ପାଇ ୪୪,୭୬୦ ଟଙ୍କାକୁ ଖସିଆସିଛି । ସେହିଭଳି ରୁପାର ଦାମ ମଧ୍ୟ ହ୍ରାସ ପାଇଛି । କିଲୋ ପିଛା ୧୮୪୭ ଟଙ୍କା ହ୍ରାସ ପାଇଛି ରୁପା । ଏହା ସହିତ ରାଜଧାନୀ ଦିଲ୍ଲୀରେ ରୁପାର ଦାମ ରହିଛି ୬୭,୦୭୩ ଟଙ୍କା । ସୋମବାର ଦିନ ରାଜଧାନୀ ଦିଲ୍ଲୀରେ ସୁନା ଦର ୧୦ ଗ୍ରାମ ପିଛା ୪୫,୪୩୯ ଟଙ୍କା ରହିଥିଲା । ସେହିପରି ରୁପାର ଦାମ କିଲୋ ପିଛା ୬୮,୯୨୦ ଟଙ୍କାରେ ବନ୍ଦ ହୋଇଥିଲା । ଅନ୍ତରାଷ୍ଟ୍ରୀୟ ବଜାରରେ ମଧ୍ୟ ସୁନା ଏବଂ ରୁପାର ମୂଲ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ସେହିପରି ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୪୫,୯୩୦ ଟଙ୍କା ରହିଛି । ସୋମବାର ଦିନ ସୁନାର ଦାମ ୧୦ ଗ୍ରାମ ପିଛା ୪୬,୯୭୦ ଟଙ୍କା ରହିଥିଲା । ଅର୍ଥାତ୍ ରବିବାର ତୁଳନାରେ ସୋମବାର ସୁନାର ଦାମ ୧୦୪୦ ଟଙ୍କା ଟଙ୍କା ହ୍ରାସ ପାଇଛି । ଘରୋଇ ବଜାରରେ ରୁପାର ଦାମ ହ୍ରାସ ପାଇବା ସଙ୍ଗେ ସଙ୍ଗେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସୁନାର ଦାମ ହ୍ରାସ । ମଙ୍ଗଳବାର ଭୁବନେଶ୍ୱରରେ ରୁପାର ଦାମ କିଲୋ ପିଛା ୭୨,୦୦ ଟଙ୍କାକୁ ଖସି ଆସିଛି । ସୋମବର ତୁଳନାରେ ମଙ୍ଗଳବାର ରୁପାର ଦାମ କିଲୋ ପିଛା ୧୩୦୦ ଟଙ୍କା ହ୍ରାସ ପାଇଛି । ଗତ ୮ ମାସ ମଧ୍ୟରେ ଦେଶରେ ସୁନା ଏବଂ ରୁପାର ଦାମ ନ୍ୟୁନତମ ସ୍ତରରେ ପହଞ୍ଚିଛି । ଯାହାଫଳରେ ସୁନା ଏବଂ ରୁପା କ୍ରୟ ବୃଦ୍ଧି ପାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଅବକାରୀ ଶୁଳ୍କ କମାଯିବା ଫଳରେ ଦେଶରେ ସୁନା ଓୁ ରୁପା ଦାମ ହ୍ରାସ ପାଇଛି । ଅନ୍ତର୍ଜାତୀୟ ମାର୍କେଟ୍ରେ ସୁନା ଏବଂ ରୁପାର ଦାମ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । ତେଣୁ ଯଦି ଦାମ ବୃଦ୍ଧି ପାଏ ତେବେ ନିବେଶ ମଧ୍ୟ ବୃଦ୍ଧି ପାଇପାରେ । ବିଶେଷଜ୍ଞମାନଙ୍କ କହିବା କଥା ଯେ, ବର୍ଷ ୨୦୨୧ର ଆଗାମୀ ଦିନରେ ସୁନା ଏବଂ ରୁପାର ଦାମ ଅହେତୁକ ବୃଦ୍ଧି ପାଇବ । ଅର୍ଥାତ୍ ଆଗାମୀ ଦିନରେ ସୁନାର ଦାମ ୧୦ ଗ୍ରାମ ପିଛା ୬୩ ହଜାର ଟଙ୍କା ପାର କରିପାରେ ।

Leave A Reply

Your email address will not be published.