ବିଜେପିରେ ଯୋଗ ଦେବେ ମିଥୁନ ଚକ୍ରବର୍ତ୍ତୀ

0 72

କୋଲକାତା, ୫ ।୩: ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ପଶ୍ଚିମବଙ୍ଗ ବିଜେପିରେ ଯୋଗଦେବେ । ମାର୍ଚ୍ଚ ୭ ତାରିଖ ଦିନ ମୋଦିଙ୍କ ଉପସ୍ଥିତିରେ ଚକ୍ରବର୍ତ୍ତି ଦଳରେ ସାମିଲ ହେବେ ବୋଲି ଶୁକ୍ରବାର ଜଣାପଡିଛି । ଗତମାସରେ ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କ ସହ ମିଥୁନଙ୍କ ସାକ୍ଷାତ ଆଲୋଚନା ହୋଇଥିଲା । ସେବେଠାରୁ ରାଜ୍ୟ ବିଜେପିରେ ମିଥୁନ ଚକ୍ରବର୍ତ୍ତୀ ସାମିଲ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଉଲ୍ଲେଖଯୋଗ୍ୟଯେ ଅତୀତରେ ମିଥୁନ ମମତାଙ୍କ ତୃଣମୂଳ କଂଗ୍ରେସରୁ ରାଜ୍ୟସଭା ସାଂସଦ ମନୋନୀତ ହୋଇଥିଲେ । ପଶ୍ଚିମବଙ୍ଗରେ ମିଥୁନ ଚକ୍ରବର୍ତ୍ତୀ ଏକ ଜଣାଶୁଣା ନାଁ । ଆସନ୍ତା ମାର୍ଚ୍ଚ ୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତା ବ୍ରିଗେଡ ଗ୍ରାଉଣ୍ଡରେ ରାଜ୍ୟର ପ୍ରଥମ ନିର୍ବାଚନ ସଭାକୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମ ଅବସରରେ ମିଥୁନ ପଦ୍ମ ଧରିବେ ବୋଲି ଜଣାପଡିଛି । ପ୍ରଧାନମନ୍ତ୍ରୀଙ୍କ ଏହି ଜନସମାବେଶ ଦେଶର ରାଜନୈତିକ ଇତିହାସର ସବୁଠୁ ବଡ଼ ନିର୍ବାଚନ ରାଲି ହେବ ବୋଲି ବିଜେପି ଜାତୀୟ ସାଧାରଣ ସମ୍ପାଦକ ତଥା ପଶ୍ଚିମବଙ୍ଗ ବିଜେପି ନିର୍ବାଚନ ପ୍ରଭାରୀ କୈଳାଶ ବିଜୟ ବର୍ଗୀୟ କହିଥିଲେ । ଏହି ରାଲିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୧୦ ଲକ୍ଷ ଲୋକଙ୍କ ଆଗମନ ହେବ ବୋଲି ବିଜୟବର୍ଗୀୟ କହିଥିଲେ । ନିର୍ବାଚନ ଲାଗି ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ୨୫ରୁ ୩୦ ଜନସମାବେଶ ଲାଗି ରାଜ୍ୟ ବିଜେପି ଦାବି କରିଥିଲା । ତେବେ ବିଜେପିକୁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ୨୦ଟି ନିର୍ବାଚନୀ ସଭାକୁ ଅନୁମତି ମିଳିପାରିଛି । ପଶ୍ଚିମବଙ୍ଗ ବିଧାନସଭା ଲାଗି ଚଳିତ ଥର ୮ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଏଥିରୁ ପ୍ରଥମ ପର୍ଯ୍ୟାୟ ମତଦାନ ମାର୍ଚ୍ଚ ୨୭ରେ ହେବାକୁ ଥିବା ବେଳେ ଚୂଡାନ୍ତ ପର୍ଯ୍ୟାୟ ଭୋଟ ଏପ୍ରିଲ ୨୯ରେ ଓ ଭୋଟଗଣନା ମେ ୨ ତାରିଖରେ ହେବ ।

Leave A Reply

Your email address will not be published.