‘ରୁଚି’ ଇ.ସି.ଏଲ୍. କ୍ରିକେଟ ଟୁର୍ଣ୍ଣାମେଂଟ୍ – ୨୦୨୧ : ଆର୍ଟିଷ୍ଟ ରୟାଲ ଟାଇଗରସର୍୍ ଚମ୍ପିୟାନ

0 73

କଟକ, ତା ୧୪/୦୩ : ଇଭେଂଟ୍ ମ୍ୟାନେଜମେଂଟ୍ ଅସୋସିଏସନ ଅଫ ଓଡି଼ଶା ଆନୁକୁଲ୍ୟରେ ଏବଂ ଓଡି଼ଶାର ଅଗ୍ରଣୀ ମସଲା ଉଦ୍ୟୋଗ ରୁଚି କମ୍ପାନିର ସହଯୋଗେରେ ଜଗତପୁରସି୍ଥତ ନିମପୁର ସ୍ପୋର୍ଟ୍ସ ଖେଳ ପଡ଼ିଆଠାରେ ଦିବାରାତ୍ର ଏଟଂରଟେନର୍ସ କ୍ରିକେଟ୍ ମ୍ୟାଚ – ୨୦୨୧ ଅନୁଷ୍ଠିତ ହୋଇ୍ାଇଛି । ଏହି ବନ୍ଧୁତ୍ୱପୁର୍ଣ୍ଣ କ୍ରିକେଟ ମ୍ୟାଚଟିକୁ ଉଦ୍ଘାଟନ କରିଥିଲେ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲର ମେଡିସିନ ବିଭାଗର ମୂଖ୍ୟ ପ୍ରଫେସର ଡ଼. ଜୟନ୍ତ କୁମାର ପଣ୍ଡା । ଏହି ପ୍ରତିଯୋଗିତାରେ ଓଡି଼ଶାର ସମସ୍ତ ଇଭେଂଟ୍ ମ୍ୟାନେଜରସ୍, ଭେଣ୍ଡରସ୍, ମିଡିଆ ଓ କଳାକାରମାନଙ୍କୁ ନେଇ ୮ ଟି ଦଳ ଗଠନ କରାଯାଇଥିଲା । ପ୍ରଥମ ମ୍ୟାଚରେ ଆର୍ଟିଷ୍ଟ ରୟାଲ ଚ୍ୟାଲେଞ୍ଜର୍ସ ଭେଣ୍ଡର ଚ୍ୟଲେଞ୍ଜର୍ସକୁ ୪୭ ରନରେ ପରଜିତ କରିଥିବାବେଳେ ଦ୍ୱୀତୀୟ ମ୍ୟାଚରେ ଆର୍ଟିଷ୍ଟ ରୟାଲ ଟାଇଗର୍ସ ଇଭେଂଟ୍ ମ୍ୟାନେଜର ସୁପରକିଙ୍ଗ୍କୁ ୮୦ ରନ ରେ ପରାସ୍ତ କରିଥିଲା । ତୃତୀୟ ମ୍ୟାଚରେ ମିଡିଆ ୱ।।ରିୟର୍ସ ଇଭେଂଟ୍ ମ୍ୟାନେଜରର୍ସ ବ୍ଲାଷ୍ଟରକୁ ୭୩ ରନରେ ପରାଜିତ କରିଥିଲା । ନେଟ ରନରେଟରେ ଆଗରେ ଥିବା ଆର୍ଟିଷ୍ଟ ରୟାଲ ଟାଇଗର୍ସ ଓ ଆର୍ଟିଷ୍ଟ ରୟାଲ ଚ୍ୟାଲେଞ୍ଜର୍ସ ଫାଇନାଲକୁ ପ୍ରବେଶ କରିଥିଲେ । ଫାଇନାଲ ମ୍ୟାଚରେ ଆର୍ଟିଷ୍ଟ ରୟାଲ ଚ୍ୟାଲେଞ୍ଜର୍ସ ପ୍ରଥମେ ବ୍ୟାଟିଂ୍ କରି ନିର୍ଦ୍ଧାରିତ ଓଭରରେ ୭୦ ରନ ସ୍କୋର କରିଥିବା ବେଳେ ଆର୍ଟିଷ୍ଟ ରୟାଲ ଟାଇଗର୍ସ ୯ ୱିକେଟ୍ରେ ମ୍ୟାଚ ଜିଣି ଚମ୍ପିୟାନ ହୋଇଥିଲା । ଏତଦ୍ବ୍ୟତୀତ ଓଡ଼ଶାର ମହିଳା କଳାକର ମାନଙ୍କୁନେଇ ଦୁଇଟି ଦଳ ଗଠନ କରାଯାଇଥିବା ବେଳେ ଇମାଓ ମ୍ୟାଜେଣ୍ଡା ଇମାଓ ପିଙ୍କ୍ ଦଳକୁ ହରାଇ ଚମ୍ପିୟାନ ହେଇଥିଲା । ପୁରଷ୍କାର ବିତରଣ ଉତ୍ସବରେ ରୁଚିର ପରିଚାଳନା ନିର୍ଦ୍ଦେଶକ ଡଃ. ଶରତ କୁମାର ସାହୁ ମୁଖ୍ୟଅତିଥିଭାବେ ଯୋଗ ଦେଇଥିବା ବେଳେ ଆଡ୍ଭେଞ୍ଜ୍ର କର୍ପୋରେଟ୍ ମୁଖ୍ୟ ସୁଧୀର ରଞ୍ଜନ୍ ମିଶ୍ର, ଆସ୍ଥା ଫୁଡସ୍ ରାହୁଲ ଅଗ୍ରୱାଲ୍ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଇମାଓ ପକ୍ଷରୁ ଉପଦେଷ୍ଟା ବରିଷ୍ଠ ଅଭିନେତା କୁନା ତ୍ରିପାଠୀ, ସଭାପତି ସାନୁ ରଥ, ସମ୍ପାଦକ ସରୋଜ ମାଲିଆ, ଉପସଭାପତି ସିବୁ ପଟ୍ଟନାୟକ, ସହ ସମ୍ପାଦକ ଅକ୍ଷେୟନ୍ଦୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଟୁର୍ଣ୍ଣାମେଂଟ୍ର ମୁଖ୍ୟ ସଂଯୋଜକ ଉଲ୍ଲାସ ଚନ୍ଦ୍ର ବେହୁରାଙ୍କ ଅଧକ୍ଷତାରେ ସମସ୍ତ ଅତିଥିମାନେ ଚମ୍ପିୟାନ ଓ ରନର୍ସଅପ ଦଳକୁ ପୁରଷ୍କୃତ କରିଥିଲେ । ମ୍ୟାଚର ଶ୍ରେଷ୍ଠ ଖେଳାଳୀ ଓ ଶ୍ରେଷ୍ଟ ବ୍ୟାଟସ୍ମ୍ୟାନମାନେ ସଂବିତ, ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳୀଭାବେ ରୋହନ, ଶ୍ରେଷ୍ଠ ବୋଲରଭାବେ ତାରିକ ଅଜିଜ୍ ପୁରଷ୍କୃତ ହୋଇଥିଲେ । ଇମାଓ ପକ୍ଷରୁ ସମସ୍ତ ଖେଳାଳୀମାନଙ୍କୁ ମେଡାଲ୍ ପ୍ରଦାନ କରାଯାଇଥିବା ବେଳେ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭୂ ଶତପଥୀ ମ୍ୟାଚ ପରିଚାଳନା କରିଥିବାବେଳେ ଚିଟୁଂ ମିଶ୍ର, ସୌମ୍ୟଜିତ ପରିଡା, ଅମୃତ ରଞ୍ଜନ ଦାଶ, ଜ୍ଞାନରଞ୍ଜନ ରାୟ, ପ୍ରତାପ ପଣ୍ଡା, ସନ୍ତୋଷ ନାୟକ, ଅସିତ୍ ସାମଲ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.