କେରଙ୍ଗ ଅହମଦୀୟା ମୁସଲିମ କ୍ଲବ ଚମ୍ପିଆନ: ଗଡ଼ନିଆଳ ଫୁଟବଲ ଟୁର୍ଣ୍ଣାମେଂଟ ଉଦ୍ୟାପିତ

0 85

 ଖୋର୍ଦ୍ଧା : ୧୫/୩   ମଲ୍ଲିପୁର ପଂଚାୟତ ଅଧୀନ ଗଡ଼ ନିଆଳ ଗ୍ରାମରେ ଅନୁଷ୍ଠିତ ଫୁଟବଲ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଛି  । ଏହି ଟୁର୍ଣ୍ଣାମେଂଟରେ କେରଙ୍ଗ ଅହମଦୀୟା ମୁସଲିମ କ୍ଲବ, ବଜରଙ୍ଗବଳୀ ସ୍ପୋର୍ଟିଙ୍ଗ ଭୁବନେଶ୍ୱର, ଶିବଶକ୍ତି କ୍ଲବ ଭୁବନେଶ୍ୱର, ୟୁନାଇଟେଡ଼ କ୍ଲବ ଟାଙ୍ଗୀ, ଗୋଲ୍ଡେନ ବାଉତି କ୍ଲବ ଅରୁଗୁଳ, ଆର.ଏନ. ଏକାଡ଼େମୀ ଖୋର୍ଦ୍ଧା, ମହାବୀର କ୍ଲବ ଗୋପାଳପୁର, ରଣପୁର ଏବଂ ପି.କେ କ୍ଲବ ଜଟଣୀ ଅଂଶ ଗ୍ରହଣ କରିଥିଲେ  । ଫାଇନାଲ ମ୍ୟାଚ ଜଟଣୀ ପି.କେ କ୍ଲବ ଏବଂ କେରଙ୍ଗ ଅହମଦୀୟା ମୁସଲିମ କ୍ଲବ ମଧ୍ୟରେ ଖେଳା ଯାଇଥିଲା  । କେରଙ୍ଗ ଅହମଦୀୟା ମୁସଲିମ କ୍ଲବ ୧-୦ ଗୋଲରେ ଜଟଣୀ ପି.କେ କ୍ଲବ ପରାସ୍ତ କରି ଚମ୍ପିଆନ ହୋଇଛି  । ଏହି ଫାଇନାଲ ମ୍ୟାଚକୁ ରବି ନାରାୟଣ ରଣା ପରିଚାଳନା କରିଥିଲେ  । ଚମ୍ପିଆନ ଦଳ କେରଙ୍ଗ ଅହମଦୀୟା ମୁସଲିମ କ୍ଲବକୁ ୬ ହଜାର ଟଙ୍କା ଓ ଚମ୍ପିଆନ୍ସ ଟ୍ରଫି ଏବଂ ରନର୍ସଅପ ଦଳ ଜଟଣୀ ପି.କେ କ୍ଲବକୁ ୪ ହଜାର ଟଙ୍କା ଓ ରନିଂ ଟ୍ରଫି ପ୍ରଦାନ କରା ଯାଇଥିଲା  । ସ୍ଥାନୀୟ ସରପଂଚ ବିଜୟ କୁମାର ଦାସ, ସମିତିସଭ୍ୟ ଦୁଷ୍ମନ୍ତକୁମାର ଦାସ, ପୁବୁସାହି ସରପଂଚ ପ୍ରମୋଦ କୁମାର ସ୍ୱାଇଁ, ହଳଦିଆ ସମିତି ସଭ୍ୟ ସୁକାନ୍ତ କୁମାର ଭଞ୍ଜ, ଜିଲ୍ଲା ପରିଷଦ ସଭ୍ୟ ୧ ନମ୍ବର ଜୋନ ବିଜୟିନୀ ବେହେରା, ହଳଦିଆ ସରପଂଚ ଶୋଭନକୁମାର ସାହୁ, କେରଙ୍ଗ ଅହମଦୀୟା ମୁସଲିମ ଯୁବସଂଗଠନ ସଭାପତି ସେକ ହବିବ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଏବଂ ଜିଲ୍ଲା ବିଜେଡ଼ି ସଭାପତି ତଥା ଜଟଣୀ ପୂର୍ବତନ ବିଧାୟକ ବିଭୁତିଭୂଷଣ ବଳବନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ  ।  
Leave A Reply

Your email address will not be published.