ବିଦେଶୀ ମଦ ଦୋକାନ ହାତୋଇବା ପାଇଁ ବ୍ୟବସାୟୀଙ୍କ ମଧ୍ୟରେ ପ୍ରତିଯୋଗୀତା

0 124

ପାରଳାଖେମୁଣ୍ଡି, ୩୧ା୩ : ଗଜପତି ଜିଲ୍ଲାରେ ବିଦେଶୀ ମଦ ଦୋକାନ ନବୀକରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ଭାଗ ନେବା ପାଇଁ ବହୁ ବ୍ୟବସାୟୀ ଟେଣ୍ଡର ଭରିଛନ୍ତି । ମୋଟା ମୋଟି ଭାବେ ବିଦେଶୀ ମଦ ଦୋକାନ ହାତୋଇବା ପାଇଁ ବ୍ୟବସାୟୀମାନଙ୍କ ଠାରେ ବେଶ ପ୍ରତିଯୋଗୀତା ଆରମ୍ଭ ହୋଇଥିବା ଦେଖାଦେଇଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ସମେତ କାଶୀନଗର, ଗୋଷାଣୀ ବ୍ଲକ ମୁଖ୍ୟତଃ ଆନ୍ଧ୍ର ପରିସୀମାରେ ଅବସ୍ଥିତ । ଆନ୍ଧ୍ରରେ ମଦର ଦର ଓଡିଶା ବିଦେଶୀ ମଦର ଦର ଠାରୁ ବେଶ ଅଧିକା । ତେଣୁ ସୀମାନ୍ତରେ ଥିବା ଓଡିଶା ବିଦେଶୀ ମଦ ଦୋକାନ ଓ ବାର ଗୁଡିକରେ କମ୍ ଦରରେ ମଦ ମିଳୁଥିବାରୁ ଆନ୍ଧ୍ର ଅଞ୍ଚଳର ବ୍ୟାପକ ଲୋକ ସମାଗମ ହୁଅନ୍ତି । ଏହା ଦ୍ୱାରା ବେଶ ବିଦେଶୀ ମଦ ବ୍ୟବସାୟ ମଧ୍ୟ ଏଠାରେ ହୁଏ । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବିଦେଶୀ ମଦ ଦୋକାନ ପାଇବା ପାଇଁ ବ୍ୟବସାୟୀ ମାନଙ୍କ ଠାରେ ପ୍ରାୟତଃ ପ୍ରତିଯୋଗିତା ଆରମ୍ଭ ହୋଇଛି । ଦୋକାନ ବିଦେଶୀ ମଦ ଦୋକାନ ପାଇଁ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପରେ ଏବେ ଗଜପତି ଜିଲ୍ଲାରେ ବିଭିନ୍ନ ବ୍ଲକରେଥିବା ୧୯ ଦୋକାନ ପାଇଁ ୭୬୭ ଆଶାୟୀ ଆବେଦନ କରିଛନ୍ତି । ମିଳିଥିବା ତଥ୍ୟ ଅନୁସାରେ ଗୋଷାଣୀ ବ୍ଲକ ଗାରାବନ୍ଧ ଗ୍ରାମର ୭ନଂ ବିଦେଶୀ ମଦ ଦୋକାନ ପାଇଁ ସର୍ବାଧିକ ୧୧୪ ଜଣ ଆବେଦନ କରିଥିବା ବେଳେ ସର୍ବ ନିମ୍ନ ୯ନଂ ପାଇଁ ମାତ୍ର ୬ଜଣ ଆବେଦନ କରିଛନ୍ତି । ସହରାଞ୍ଚଳ ବିଦେଶୀ ମଦ ଦୋକାନ ପାଇଁ ଆବେଦକ ସଂଖ୍ୟା ସୀମିତ ଥିବା ବେଳେ ଆନ୍ଧ୍ର ସୀମାନ୍ତ ଗାରାବନ୍ଧ, ହାଡୁଭାଙ୍ଗି ଉପଲଡା ଓ କାଶୀନଗର ବିଦେଶୀ ମଦ ଦୋକାନର ମାଲିକାନା ହାତେଇବା ପାଇଁ ଛକାପଞ୍ଝା ଚାଲିଛି । ଏଗୁଡିକ ପାଇଁ ଶତାଧିକ ଲୋକେ ଆବେଦନ କରିଛନ୍ତି । ରାଜ୍ୟ ସରକାରଙ୍କ ନୂତନ ଅବକାରୀ ନୀତି ଅନୁସାରେ ଚଳିତବର୍ଷ ଠାରୁ ଲଟେରି ମାଧ୍ୟମରେ ବିଦେଶୀ ମଦ ଦୋକାନର ମାଲିକାନା ଜଣେ ବ୍ୟକ୍ତି ୫ବର୍ଷ ପାଇଁ ପାଇ ପାରିବା ନିୟମ ଅନୁସାରେ ଜଣେ ଆବେଦନକାରୀ ଏକ ଲକ୍ଷ ଟଙ୍କା (ଅଣଫେରସ୍ତ) ସହ ୩ ଲକ୍ଷ ଟଙ୍କାର ସିକ୍ୟୁରିଟି ଦେବାକୁ ପଡିବ । ଫେରସ୍ତ ନ ହେବାକୁ ଥିବା ଟଙ୍କା ହିସାବ କଲେ କେବଳ ଏହି ବାବଦରେ ରାଜ୍ୟ ରାଜକୋଷକୁ ଚଳିତ ବର୍ଷ କେବଳ ଗଜପତିରୁ ୭.୬୭ କୋଟି ଟଙ୍କା ରାଜକୋଷକୁ ମିଳିଛି ।

Leave A Reply

Your email address will not be published.