ବିଭିନ୍ନ ଦଳର ନେତାଙ୍କୁ ମମତାଙ୍କ ଚିଠି

0 111

ଲୋକତନ୍ତ୍ର ବଞ୍ଚାନ୍ତୁ, ବିଜେପି ବିରୋଧରେ ଏକଜୁଟ୍ ହୁଅନ୍ତୁ

କୋଲକାତା, ୩୧ ।୩: ପଶ୍ଚିମବଙ୍ଗରେ ଦ୍ୱିତୀୟଚରଣ ମତଦାନାର ଗୋଟିଏ ଦିନ ପୂର୍ବରୁ ତୃଣମୂଳ କଂଗ୍ରେସର ପ୍ରମୁଖ ମମତା ବାନାର୍ଜୀ ବୁଧବାର ବିରୋଧୀ ଦଳ ନେତାଙ୍କୁ ଚିଠି ଲେଖିଛନ୍ତି । ସେ ଏହି ଚିଠି ଜରିଆରେ ଲୋକତନ୍ତ୍ରକୁ ରକ୍ଷା କରିବା ପାଇଁ ଅପିଲ୍ କରିଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ନନ୍ଦିଗ୍ରାମରେ ନିର୍ବାଚନ ସରିବା ପରେ ଟିଏମ୍ସି ନେତା ମମତା ବାନାର୍ଜୀ ଅଣବିଜେପି ନେତାଙ୍କୁ ବ୍ୟକ୍ତିଗତ ଭାବେ ଉକ୍ତ ଚିଠି ଲେଖିଥିବା ଜଣାଯାଇଛି । ସେ ଏହି ଚିଠିରେ ଲୋକତନ୍ତ୍ରକୁ ସୁରକ୍ଷା ସହ ବିରୋଧୀ ଦଳ ବିଜେପି ବିରୋଧରେ ଏକଜୁଟ୍ ହେବା ପାଇଁ ଆହ୍ୱାନ ଦେଇଛନ୍ତି । ଯେଉଁ ବ୍ୟକ୍ତିମାନଙ୍କୁ ମମତା ବାନାର୍ଜୀ ଚିଠି ଲେଖିଛନ୍ତି ସେମାନଙ୍କ ମଧ୍ୟରେ କଂଗ୍ରେସ ନେତା ସୋନିଆ ଗାନ୍ଧି, ଅରବିନ୍ଦ କେଜରିୱାଲ, ଶରଦ ପାୱାର, ଡିଏମ୍କେ ପ୍ରମୁଖ ଷ୍ଟାଲିନ୍, ସପା ପ୍ରମୁଖ ଅଖିଳେଶ ଯାଦବ, ଆର୍ଜେଡି ନେତା ତେଜସ୍ୱୀ ଯାଦବ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍, ନବୀନ ପଟ୍ଟନାୟକ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ରେଡ୍ଡି, ଫାରୁକ୍ ଅବଦୁଲ୍ଲା, ମେହବୁବା ମୁଫ୍ତି ଓ ଦିପାଙ୍କର ଭଟ୍ଟାଚାର୍ଯ୍ୟ ସାମିଲ ଅଛନ୍ତି ।

Leave A Reply

Your email address will not be published.