ଏପ୍ରିଲ୍ ୧୫ ଯାଏଁ ଗୁଜରାଟରେ ନାଇଟ୍ କର୍ଫ୍ୟୁ

0 112

ନୂଆଦିଲ୍ଲୀ, ୩୧ ।୩: କରୋନା ଭାଇରସ୍ ସଂକ୍ରମଣ ମାମଲା ବୃଦ୍ଧିକୁ ଦେଖି ଗୁଜରାଟ ଏବଂ ପଞ୍ଜାବ ସରକାର ନାଇଟ୍ କର୍ଫ୍ୟୁ ସମୟସୀମା ବୃଦ୍ଧି କରିଛନ୍ତି । ପଞ୍ଜାବରେ ଏପ୍ରିଲ୍ ୧୦ ଏବଂ ଗୁଜରାଟରେ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବୃଦ୍ଧି କରାଯାଇଛି । ଗୁଜରାଟ ସରକାର ୪ଟି ସହରରେ ଲଗାଯାଇଥିବା ନାଇଟ୍ କର୍ଫ୍ୟୁ ମଙ୍ଗଳବାର ଦିନ ଅଧିକ ୧୫ ଦିନ ଅର୍ଥାତ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଅହମ୍ମଦାବାଦ, ସୁରଟ, ଭଦୋଦରା ଏବଂ ରାଜକୋଟରେ ଲାଗୁ କରାଯାଇଥିବା କର୍ଫ୍ୟୁ ଏବେ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରହିବ । ସରକାର ଯାଞ୍ଚ, ସକ୍ରମିତଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କ ସଂପର୍କରେ ପତ୍ତା ଲଗାଇବା ଏବଂ ଚିକିତ୍ସା ଏବଂ ଅନ୍ୟ ଉପାୟରେ କେନ୍ଦ୍ରର ନିର୍ଦ୍ଦେଶାବଳୀ ଲାଗୁ କରିବାକୁ ମଧ୍ୟ ଅପ୍ରେଲ ୩୦ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ପଞ୍ଜାବ ସରକାର କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧିକୁ ରୋକିବାକୁ ମଙ୍ଗଳବାର ଦିନ କଟକଣା ଅବଧି ବଢାଇ ଦିଆଯାଇଛି । ସ୍କୁଲ ଏବଂ କଲେଜ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ । ପଞ୍ଜାବ ସରକାର ମାର୍ଚ୍ଚ ୧୯ରେ ସିନେମା ହଲ୍, ମଲ୍ ଏବଂ ସାମାଜିକ କାର୍ଯ୍ୟକ୍ରମରେ ଲୋକଙ୍କ ଭିଡ ଉପରେ କଟକଣା ଲଗାଇବା ସହ ଶିକ୍ଷାନୁଷ୍ଠାନକୁ ଏଇ ମାସ ଶେଷ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁସବୁ କଟକଣା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଥିଲା ତାହାକୁ ବଢାଇ ଅପ୍ରେଲ ୧୦ ପର୍ଯ୍ୟନ୍ତ କରାଯାଇଛି । କରୋନା ଭାଇରସ୍ ଯୋଗୁଁ ସ୍ଥିତି ଅତି ସାଂଘାତିକ ହେବାରେ ଲାଗିଛି ବୋଲି କେନ୍ଦ୍ର ଚେତାବନୀ ଦେଇଛି । ଏହା କିଛି ରାଜ୍ୟ ପାଇଁ ବଡ ଚିନ୍ତାର ବିଷୟ ପାଲଟିଛି । କେନ୍ଦ୍ର କହିଛି ଯେ ପଞ୍ଜାବରେ କୋଭିଡ୍ ୧୯ ମାମଲା ବୃଦ୍ଧି ପରେ ରାଜ୍ୟରେ ନା ପର୍ଯ୍ୟାପ୍ତ ଯାଞ୍ଚ ହେଉଛି ନା ସଂକ୍ରମିତଙ୍କୁ ତୁରନ୍ତ ଆଇସୋଲେସନରେ ରଖିପାରୁଛି ।

Leave A Reply

Your email address will not be published.