ଜିଲ୍ଲା ସ୍ଥରୀୟ 86ତମ ଓଡିଶା ଦିବସ ପାଳିତ

0 81

ରାୟଗଡ :-ତା.01/04- ରାୟଗଡ ଜିଲ୍ଲା ସ୍ଥରୀୟ 86ତମ ଓଡିଶା ଦିବସ ପାଳିତ ହୋଇ ଯାଇଛି l ସ୍ଥାନୀୟ ଗଜପତି ଛକରେ  ଅବସ୍ଥାପିତ ମହାରାଜ କୃଷ୍ଣ  ଚନ୍ଦ୍ର ଗଜପତି ଦେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ସେଠାରୁ ଶୋଭାଯାତ୍ରାରେ ବାହାରି ଡ. ବି. ଆର ଆମ୍ବେଦକର,ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ଜିଲ୍ଲା  ଅଦାଲତ ପରିସରରେ ଥିବା  ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟର୍ପଣ କରlଯାଇଥିଲା l କୋଭିଡ କଟକଣାକୁ ଦୃଷ୍ଟିରେ ରଖି ମାସ୍କ ବ୍ୟବହାର କରି ସୀମିତ କାର୍ଯ୍ୟକ୍ରମ  ମଧ୍ୟରେ  ପାଳନ କରାଯାଇଥିଲା l ସେଠାରୁ ପୁଣି ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଗାନ୍ଧୀ ପାର୍କରେ ସମାବେଶ ହୋଇଥିଲେ  l  ଗାନ୍ଧୀ ପାର୍କରେ ଅବସ୍ଥାପିତ ବରପୁତ୍ର ଯଥା ଉତ୍କଳ ମଣି ଗୋପବନ୍ଧୁ ଦାଶ, ଜାତିର ଜନକ ମହାତ୍ମା ଗାନ୍ଧୀ, ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର  ଶାସ୍ତ୍ରୀ, ସନ୍ଥ ବିନୋବା ଭlବେଙ୍କ  ପ୍ରତିମୂର୍ତ୍ତିମାନଙ୍କୁ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା l ଏହାପରେ ସ୍ଥାନିୟ ଶାସ୍ତ୍ରୀ ନଗର ଜାତୀୟ ରାଜପଥ କଡ଼ରେ ଅବସ୍ଥାପିତ ଶହୀଦ ଲକ୍ଷ୍ମଣ ନାୟକ, ଠକ୍କର ବାପ୍ପା ଆଶ୍ରାମରେ ଅବସ୍ଥାପିତ ଠକ୍କର  ବାପ୍ପା ଓ ଆଜାଦ ହିନ୍ଦ ୟୁଥ ଆସୋସିଏସନରେ ଅବସ୍ଥାପିତ ନେତାଜୀ ଶୁଭlଷ ଚନ୍ଦ୍ର  ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୂଯ୍ୟପୂଜା କରାଯାଇଥିଲା l ଏହି ଦିବସରେ ପ୍ରେସ ୟୁନିୟନ, ରାୟଗଡା, ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଏବଂ ଓଡିଶା ସାମ୍ବାଦିକ ସଂଘ ତରଫରୁ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ l     ଏହିଁ କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି, ଅଧକ୍ଷ ଜିଲ୍ଲା ପରିଷଦ ରାୟଗଡ ଗଙ୍ଗାଧର ପୂଅlଲା, ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ, ଜିଲ୍ଲାପାଳ ରାୟଗଡ ସରୋଜ କୁମାର ମିଶ୍ର, ଅତିରକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ଜିଲ୍ଲା ଗ୍ରାମୀୟା ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ନାଏକ, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଉମାଶଙ୍କର ବେହେରାଙ୍କ ସମେତ ବିଭନ୍ନ ବିଭାଗର ଅଧିକାରୀ ମାନେ, ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା, ଲଇୟାନ୍ସ କ୍ଲବର କରକର୍ତ୍ତା, ପ୍ରେମ ପାହାଡ଼ ୱାକର୍ସ କ୍ଲବର ସଦସ୍ୟ ବୃନ୍ଦ, ଜିସିଡ଼ି ୱାକର୍ସ କ୍ଲବର ସଦସ୍ୟ ମାନେ,  ସଂସ୍କୃତି ମହିଳା କ୍ଲବର ସଦସ୍ୟା ମାନେ, ସେବlସ୍ଥମ୍ବର କର୍ମକର୍ତ୍ତା, ସହରର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ସାମ୍ବାଦିକ ବନ୍ଧୁ ମାନେ  ଯୋଗଦେଇଥି ଓଡ଼ିଶାର ବରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରଥିଲେ l ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଡକାଵାଜି ଯନ୍ତ୍ର ମାଧ୍ୟମରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲଯସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନଙ୍କ ସହ  କାର୍ଯ୍ୟାଳୟର କର୍ମଚାରୀ ଓ ପୌରପରିଷଦର କର୍ମଚାରି ମାନେ ଆୟୋଜନରେ ସହଯୋଗ  କରିଥିଲେ l

Leave A Reply

Your email address will not be published.