ସିବିଏସ୍ଇ ଲଞ୍ଚ କଲା ଇ-ପୋର୍ଟାଲ

0 70

ନୂଆଦିଲ୍ଲୀ, ୩ ।୪: ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ସିବିଏସଏଇ ଲଞ୍ଚ କଲା ଇ-ପରୀକ୍ଷା ପୋର୍ଟାଲ୍ । ଏହାଦ୍ୱାରା ପରୀକ୍ଷା ସମ୍ୱନ୍ଧିତ ସମସ୍ତ ସୂଚନା ଉପଲବ୍ଧ ହେବ । ଏତଦବ୍ୟତୀତ ଛାତ୍ରଛାତ୍ରୀମାନେ ନିଜର ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ସଂପର୍କରେ ମଧ୍ୟ ଜାଣିପାରିବେ । ଏଥିପାଇଁ ପ୍ରଥମେ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ରେଜିଷ୍ଟାର କରିବାକୁ ପଡିବ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ୟୁଜର ଆଇଡି ଦିଆଯିବ । ପରୀକ୍ଷାର୍ଥୀମାନେ ୟୁଜର ଆଇଡି, ପାସୱାର୍ଡ ଏବଂ ସିକ୍ୟୁରିଟି ପିନ୍ ଜରିଆରେ ପୋର୍ଟାଲରେ ଖୋଲିପାରିବେ । ଏହାଛଡା ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ଇଣ୍ଟରନାସନାଲ୍ ଗ୍ରେଡ୍ ମଧ୍ୟ ଏହି ସାଇଟରେ ଉପଲବ୍ଧ ହେବ । ଇ-ପୋର୍ଟାଲରେ ଏସମସ୍ତ ସୁବିଧା ଉପଲବ୍ଧ ହେଲେ ଛାତ୍ରଛାତ୍ରୀଙ୍କୁ ବେଶ୍ ସହାୟକ ହେବ ବୋଲି କହିଛନ୍ତି ବୋର୍ଡ ନିୟନ୍ତ୍ରକ ସ୍ୱୟଂ ଭରଦ୍ୱାଜ୍ । ସୂଚନା ଅନୁଯାୟୀ ସିବିଏସଏଇ ଦ୍ୱାଦଶ ଶ୍ରେଣୀ ପାଇଁ ଜାରି ହୋଇଛି ନୂଆ ସିଲାବସ୍ । ୨୦୨୧-୨୨ ପାଠ୍ୟକ୍ରମରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇନି । ଆଗକୁ ବୋର୍ଡ ୱେବ୍ସାଇଟରେ ନୂଆ ସିଲାବସ୍ ଉପଲବ୍ଧ ହେବ ।

Leave A Reply

Your email address will not be published.