ମହଙ୍ଗା ମାଡ, ଲୋକେ ଘାଇଲା

0 70

ମହଙ୍ଗା ମାଡ଼ରେ ସାଧାରଣ ଲୋକେ ଘାଇଲା ହୋଇପଡ଼ିଲେଣି । ଲୋକଙ୍କ ବଞ୍ôଚବା ଏବେ ଦୁର୍ବିସହ ହୋଇପଡ଼ିଛି । ଡିଜେଲ, ପେଟ୍ରୋଲ ଠାରୁ ଆରମ୍ଭ କରି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦର ହୁ ହୁ ହୋଇ ବଢ଼ୁଥିବାରୁ ଲୋକେ ଏବେ ତ୍ରାହି ତ୍ରାହି ଡାକ ଦେଲେଣି । ଲୋକଙ୍କ ଏହି ଆର୍ତ୍ତ ଚିକ୍ରାର ଶୁଣିବାକୁ ସତେଯେପରି କେହି ନାହାନ୍ତି । କେବଳ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କାଦୁଅ ଫିଙ୍ଗା ଚାଲିଥିବା ବେଳେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଏହାମଧ୍ୟରେ ପୂରା ପେଶି ହୋଇଗଲେଣି । ବିଶେଷକରି ଶ୍ରମିକ ଶ୍ରେଣୀ ଓ ବେସରକାରୀ ସ୍ତରରେ କାମ କରୁଥିବା ଲୋକଙ୍କ ଅବସ୍ଥା ନକହିବା ଭଲ । କେମିତି ତେଲ, ଲୁଣରେ ସଂସାର କିପରି ଚଳାଇବେ ତାହା ଏବେ ସେମାନଙ୍କୁ ଚିନ୍ତା ଘାରିଛି । ମୁଦ୍ରାସ୍ପିତି ବୃଦ୍ଧିରେ ସାଧାରଣ ଖାଉଟିଙ୍କ ଅଣ୍ଟା ଭାଙ୍ଗିଛି । ଏ କଥା ଆମେ ନୁହେଁ କେନ୍ଦ୍ର ଉପଭୋକ୍ତା ମନ୍ତ୍ରାଳୟ ସ୍ୱୀକାର କରିଛନ୍ତି । ମନ୍ତ୍ରାଳୟଙ୍କ ୱେବ୍ ସାଇଟ୍ରେ ପ୍ରଦତ୍ତ ତଥ୍ୟ ଅନୁସାରେ ୧ ଏପ୍ରିଲ ୨୦୨୦ ମୁକାବିଲାରେ ୧ ଏପ୍ରିଲ ୨୦୨୧ରେ ଖାଦ୍ୟ ତୈଳ ମୁଲ୍ୟରେ ୪୭ପ୍ରତିଶତ, ଡାଲି ମୂଲ୍ୟରେ ୧୭, ଖୋଲା ଚା ମୂଲ୍ୟରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ସେହି ଅନୁସାରେ ଚାଉଳ ଦରରେ ୧୪.୬୫ ଓ ଗହମ ଏବଂ ଅଟା ମୂଲ୍ୟରେ ୩.୨୬ ପ୍ରତିଶତ ବୃଦ୍ଧି ହୋଇଛି । ତଥ୍ୟ ଅନୁସାରେ ଗତ ୧ ବର୍ଷରେ ଖାଇବା ତେଲ ମୂଲ୍ୟ ସର୍ବାଧିକ ବୃଦ୍ଧି ହୋଇଛି । ପ୍ୟାକେଟ୍ ପାମ ତେଲ ପ୍ରତି ଲିଟର ଦର ୮୭ ଟଙ୍କାରୁ ବଢି ୧୨୧ ଟଙ୍କାକୁ ପହଞ୍ଚିଛି । ସୂର୍ଯ୍ୟମୁଖୀ ତେଲ ୧୦୬ରୁ ୧୫୭, ବନସ୍ପତି ତୈଳ ୮୮ଟଙ୍କାରୁ ୧୨୧ ଓ ସୋରିଷ ତେଲ ୧୧୭ରୁ ଲିଟର ପିଛା ଦର ୧୫୧ ଟଙ୍କାକୁ ଛୁଇଁଛି । ଏଥିରେ ବାଦାମ ତେଲ ଲିଟର ପିଛା ଦର ୧୩୯ରୁ ୧୬୫ ଓ ସୋୟା ତେଲ ୯୯ଟଙ୍କାରୁ ବଢି ଲିଟର ୧୩୩ ଟଙ୍କାକୁ ଛୁଇଁଛି । କେବଳ ଡାଲି, ଚାଉଳ, ଗହମ କି ତେଲ ନୁହେଁ ଦୁଗ୍ଧ ଓ ଚା ଦର ମଧ୍ୟ ଢେର ବଢିଛି । ଦେଶରେ ଖୋଲା ଚା ପ୍ରତି କେଜି ଦର ୨୧୭ରୁ ୨୮୧ ଟଙ୍କାକୁ ପହଞ୍ଚିଛି । ଏଥିରୁ ଚା ଦରରେ ମୋଟ ୨୯ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ଲୁଣ ଦରରେ ମଧ୍ୟ ୧୦ ପ୍ରତିଶତ ବୃଦ୍ଧି ହୋଇଛି । ଏଥିରେ ଦୁଗ୍ଧ ଦର ମାତ୍ର ୭ ପ୍ରତିଶତ ମହଙ୍ଗା ହୋଇଥିବା କୁହାଯାଇଛି । କେନ୍ଦ୍ର ମନ୍ତ୍ରାଳୟଙ୍କ ଏହି ତଥ୍ୟ ସାରା ଦେଶରେ ଥିବା ୧୩୫ ଖୁଚୁରା କେନ୍ଦ୍ର ମଧ୍ୟରୁ ୧୧୧ଟିର ତଥ୍ୟ ଆଧାରରେ ପ୍ରସ୍ତୁତ ହୋଇଛି । ଏଥିରେ ଡାଲି ମୂଲ୍ୟରେ ହରଡ ପ୍ରତି କେଜି ୯୧ ଟଙ୍କାରୁ ବଢି ୧୦୬ ଟଙ୍କାରେ ବିକ୍ରି ହେଉଛି । ବିରିଡାଲି ୯୯ରୁ ୧୦୯, ମସୁର ୬୮ରୁ ୮୦, ମୁଗ ଡାଲି କେଜି ପିଛା ଦର ୧୦୩ରୁ ୧୦୫କୁ ବଢିଛି ।

Leave A Reply

Your email address will not be published.