SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର

0 76

କଟକ ୧୧।୦୪: କଟକ ବଡ଼ ମେଡିକାଲରୁ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହେବା ଘଟଣା । ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ଜିଲ୍ଲା ପୋଲିସ । ହାଇଦରର ସୁରକ୍ଷା ଦାୟିତ୍ୱରେ ଥିବା ୬ଜଣ ପୋଲିସ କର୍ମଚାରୀଙ୍କ ସସ୍‌ପେଣ୍ଡ କଲେ ସମ୍ବଲପୁର ଏସ୍‌ପି ବାତୁଲା ଗଙ୍ଗାଧର। ଜଣେ ହାବିଲଦାର ଓ ୫ଜଣ କନେଷ୍ଟବଳଙ୍କୁ ସସ୍‌ପେଣ୍ଡ କରିଛନ୍ତି ଏସ୍‌ପି । ଖବର ଅନୁଯାୟୀ, ଶନିବାର ଦିନ କଟକ ଏସସିବିର ସର୍ଜରୀ ଓ୍ୱାର୍ଡରେ ଚିକିତ୍ସିତ ହେଉଥିବା ବେଳେ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହୋଇଯାଇଥିଲା । ଡାକ୍ତରଖାନା ବେଡ୍‌ରୁ ଚମ୍ପଟ ମାରିଛି କେନ୍ଦ୍ରାପଡାର କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର। ସୁରକ୍ଷାକର୍ମୀଙ୍କୁ ସାନିଟାଇଜର ସ୍ପ୍ରେ ମାରି ହସ୍ପିଟାଲ୍ ବେଡରୁ ହାଇଦର ଫେରାର ହୋଇଯାଇଛି । ହାଇଦରକୁ ଧରିବା ପାଇଁ କଟକରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ସହରର ସମସ୍ତ ପ୍ରବେଶ ପଥ ସିଲ୍ କରାଯିବା ସହ ନାକାବନ୍ଦୀ କରାଯାଇ ଯାଞ୍ଚ ଜାରି ରହିଛି। କଟକ ଡିସିପିଙ୍କ ନେତୃତ୍ଵରେ ଏହି ଅପରେସନ ଜାରି ରହିଛି । ତେବେ କଟକ ବଡ଼ ମେଡିକାଲରୁ ହାଇଦର ଫେରାର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏସ୍‌ପି ବାତୁଲା ଗଙ୍ଗାଧର । ସୁରକ୍ଷା ଦାୟିତ୍ୱରେ ଥିବା ୬ଜଣ ପୋଲିସ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି । ତେବେ ସସ୍‌ପେଣ୍ଡ ହୋଇଥିବା ପୋଲିସ କର୍ମଚାରୀମାନେ ହେଲେ-ହାବିଲଦାର ରମେଶ ଚନ୍ଦ୍ର ଦେହୁରୀ, କନେଷ୍ଟବଳ ବୁଲବୁଲ ସାହୁ, କନେଷ୍ଟବଳ ଦୀପକ ସାହୁ, କନେଷ୍ଟବଳ ଏମଡି ମୌସୁମ, କନେଷ୍ଟବଳ ଉମାକାନ୍ତ ବେହରା, କନେଷ୍ଟବଳ ସୁଦର୍ଶନ ମାଝି ରହିଛନ୍ତି । ସେପଟେ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର । ସେ କହିଛନ୍ତି ଯେ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଏସପିଙ୍କୁ ଆଲର୍ଟ କରାଯାଇଛି । ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ଏସପିଙ୍କୁ ମଧ୍ୟ ଜାଗ୍ରତ ରହିବାକୁ କୁହାଯାଇଛି । ସିସିଟିଭି ଫୁଟେଜ ଓ ସୁରକ୍ଷା କର୍ମୀଙ୍କ ମତ ଅପେକ୍ଷା ହାଇଦରର ଅତୀତ ଓ ବର୍ତ୍ତମାନର ସଂପର୍କକୁ ଖୋଜାଚାଲିଛି ।

Leave A Reply

Your email address will not be published.