ରାୟଗଡ଼ା ଜିଲ୍ଲାରେ ମୃଦୁ ଭୂକମ୍ପ

0 148

ରାୟଗଡ଼ା : ରାୟଗଡ଼ା ଜିଲ୍ଲାର ଆଜି ଭୋରରୁ ବିଭିନ୍ନ ସ୍ଥାନରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୨ ଥିବା ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ଭୂକମ୍ପ ଯୋଗୁ ଧନଜୀବନ ହାନୀ ହୋଇଥିବାର କୌଣସି ସୂଚନା ମିଳିପାରିନି। ଭୋରରୁ ଲୋକେ ଶୋଇଥିବା ବେଳେ ଭୂକମ୍ପ ହୋଇଥିବାରୁ ଅଧିକାଂଶ ଲୋକ ଏହାର ଝଟକା ଅନୁଭବ କରିପାରିନଥିଲେ । ତଥାପି କିଛି ଲୋକ ମୃଦୁ ଭୂକମ୍ପ ଅନୁଭବ କରିପାରି ଭୟଭୀତ ହୋଇପଡିଥିବା ସୂଚନା ମିଳିଛି ।

Leave A Reply

Your email address will not be published.