କୂଅରୁ ଯୁବତୀର ମୃତ ଦେହ ଉଦ୍ଧାର

74

ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗା ଥାନା ରାହାଣିଆ ପଞ୍ଚାୟତ ରାହାଣିଆ ଠାରେ କୂଅ ଭିତରୁ ଜଣେ 21 ବର୍ଷୀୟା ଯୁବତୀର ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଯୁବତୀ ଜଣକ ହେଲେ ସୁରେନ୍ଦ୍ର ନାୟକଙ୍କ ଝିଅ ଜ୍ୟୋତିପ୍ରିୟା ନାୟକ ଘର ଠାରୁ ୧୦୦ ମିଟର ଦୂରରେ ପଡ଼ୋଶୀ କୂଅ ଭିତରୁ ମୃତ ଦେହ ଉଦ୍ଧାର କରାଯାଇଛି । ଗତ କାଲିଠାରୁ ନିଖୋଜ ଥିବା ନେଇ ମୃତ ଯୁବତୀଙ୍କ ବାପା ସୁରେନ୍ଦ୍ର କହିଛନ୍ତି । ଘଟଣା ସ୍ଥଳରେ କୁଆଁ ପାଳ ଦମକଳ ବାହିନୀ ପହଞ୍ଚି କୂଅ ଭିତରୁ ମୃତ ଯୁବତୀକୁ ଉଦ୍ଧାର କରିଛି । ମାହାଙ୍ଗା ପୋଲିସ ରାହାଣିଆ ଗ୍ରାମରେ ପହଂଚି ତଦନ୍ତ ଚଳାଇଛି । ଯୁବତୀ ଜଣକ ନିଜ ଆତ୍ମହତ୍ୟା କରିଛି ନା ତାକୁ କେହି ହତ୍ୟା କରିଛି ତାହା ଜଣାପଡ଼ିନାହିଁ । ତେବେ ପୋଲିସ ତଦନ୍ତ ପରେ ସଠିକ୍ ତଥ୍ୟ ବାହାରକୁ ଆସିପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Comments are closed.