କେନ୍ଦ୍ରାପଡା : ସପ୍ତମ ଶ୍ରେଣୀରୁ କମ୍ ଶିକ୍ଷାଗତ ଯୋଗ୍ୟତା ଥିବା ଆଶାର୍ମୀ ମାନଙ୍କର ସ୍ୱତନ୍ତ୍ର ଆବଶ୍ୟକତା ନିମନ୍ତେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଶୂକ୍ରବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅନିତା ପଟ୍ଟନାୟକ ଉଦ୍ଘାଟନ କରିଥିବା ବେଳେ ଡାକ୍ତର ସଚିତାନନ୍ଦ ମିଶ୍ର ଉପସ୍ଥିତ ଥିବା ୯ଟି ବ୍ଲକର ଆୟୁସ ଡାକ୍ତର ଓ ପ୍ରୋଗ୍ରାମ ମ୍ୟାନଜର, ଡିଏମ୍ ଆରସିଏଚ୍ , ଜିକେଏସ୍ ମାନଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
ଲଳିତାଞ୍ଜଳୀ ଦାସ ଓ ଅନନ୍ତ କୁମାର କର ପ୍ରଶିକ୍ଷକ ଭାବେ କମ୍ ଶିକ୍ଷାଗତ ଯୋଗ୍ୟତା ଥିବା ଆଶାକର୍ମୀ ମାନେ ଗ୍ରାମାଂଚଳରେ ଜନ ସାଧାରଣଙ୍କ ସହିତ ସଂପର୍କ ସ୍ଥାପନ ସମୟରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେଗୁଡିକୁ କିପରି ସମାଧାନ କରିବେ ସେ ସମ୍ବନ୍ଧୀୟ କୈାଶଳ ପ୍ରଦାନ କରିଥିଲେ ।
ବିଶେଷକରି ମାତୃ ଶିଶୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା, ତଥ୍ୟ ସଂଗ୍ରହ, ଟୀକାକରଣ, ଶିଶୁ ମାନଙ୍କର ଅସୁସ୍ଥତାର କାରଣ ଚିହ୍ନଟ କରିବା, ମ୍ୟାଲେରିଆ, ଟି.ବି ଓ ଅଣ ସଂକ୍ରମକ ରୋଗ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହରେ ଆଶାକର୍ମୀ ମାନେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ଦୂର କରିବା ପାଇଁ ତାଲିମ ପ୍ରଦାନ କରାଯାଇ ଥିଲା । ଏହି ତାଲିମ କାର୍ଯ୍ୟକ୍ରମ ୩ଦିନ ଧରି ଚାଲିବ ବୋଲି ଡାକ୍ତର ସଚିତାନନ୍ଦ ମିଶ୍ର ସୂଚନା ଦେଇଛନ୍ତି ।
Comments are closed.