ଏଇଠି ବଟନ୍ ଦାବିଲେ ଦିଦିଙ୍କୁ କୋଲକାତାରେ କରେଣ୍ଟ ଲାଗିବ : ଶାହ

0 75

ନୂଆଦିଲ୍ଲୀ, ୧୮ ।୪ : ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ନଦିୟା ଜିଲ୍ଲାର ନକାଶିପାରାରେ ରବିବାର ଦିନ ଏକ ରୋଡ଼ ଶୋ’ କରିଛନ୍ତି । ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆକ୍ଷେପ କରିଛନ୍ତି । ସେ କହିଛନ୍ତି ଯେ ନକାଶିପାରାରେ ବଟନ୍ ଏତେ ଜୋରରେ ଚାପିବେ ଯେ ବଟନ୍ ଏଇଠି ଚାପିଲେ ଦିଦିଙ୍କୁ କୋଲକାତାରେ କରେଣ୍ଟ ଲାଗିବ । ରୋଡ଼ ଶୋ’ ବେଳେ ଲୋକଙ୍କୁ ସମ୍ବୋଧିତ କରି ଅମିତ ଶାହ କହିଥିଲେ, “ପଦ୍ମ ଫୁଲରେ ତ ଆପଣମାନଙ୍କୁ ବଟନ୍ ଚାପିବାର ଅଛି । ତେବେ ଗୋଟିଏ କଥା ପ୍ରତି ଦୃଷ୍ଟି ଦିଅନ୍ତୁ, ବଟନ୍ ଏତେ ଜୋରରେ ଓ ରାଗିକି ଚାପିବେ ଯେ ବଟନ୍ ଏଇଠି ଚାପିଲେ ଦିଦିଙ୍କୁ କୋଲକାତାରେ କରେଣ୍ଟ ଲାଗିବ ।’ ପଶ୍ଚିମବଙ୍ଗ ସ୍ୱରୂପନଗରରେ ରବିବାର ଦିନ ଗୃହମନ୍ତ୍ରୀ ଅମିତ ଶାହ ଏକ ରାଲିରେ ସାମିଲ ହୋଇଥିଲେ । ସେ କହିଥଲେ, “ଦିଦି କୁହନ୍ତି ଆମେ ସିଏଏ ଆସିବାକୁ ଦେବୁନି, ଆରେ ଦିଦି ତୁମେ କଣ ସିଏଏ ରୋକିବ । ୨ ତାରିଖରେ ଆପଣଙ୍କର ବିଦାୟ ନିଶ୍ଚୟ । ତାପରେ ସିଏଏ ଆସିବ । ମେ’ ୨ କୁ ବିଜେପି ସରକାର ସବୁ ଶରଣାର୍ଥୀଙ୍କୁ ଆଲିଙ୍ଗନ କରି ସମ୍ମାନର ସହ ନାଗରିକତା ପ୍ରଦାନ କରିବ ।’ ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ଏକ ରାଲିକୁ ସମ୍ବୋଧିତ କରି ଅମିତ ଶାହ ଦୃଢୋକ୍ତି ପ୍ରକାଶ କରି କହିଥିଲେ ମୁଖ୍ୟମନ୍ତ୍ରୀ ଓ ତୃଣମୂଳ କଂଗ୍ରେସ ପ୍ରମୁଖ ମମତା ବାନାର୍ଜୀ ନନ୍ଦିଗ୍ରାମରେ ବିଜେପି ପ୍ରାର୍ଥୀଠୁ ପରାଜିତ ହେବେ ଓ ତାପରେ ତାଙ୍କୁ ଏଠାରୁ ଯିବାକୁ ହେବ । ସେ କହିଛନ୍ତି, ୫ଟି ପର୍ଯ୍ୟାୟରେ ଯେଉଁ ୧୮୦ ଆସନ ପାଇଁ ମତଦାନ ହୋଇଛି । ସେଥିରୁ ୧୨୨ ରୁ ଅଧିକ ଆସନରେ ବିଜେପି ଜିତିବ । ରାଲିରେ ଅମିତ ଶାହ କହିଛନ୍ତି ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଆସନ ଜିତିବେ । ସେ କହିଛନ୍ତି ମମତା ବାନାର୍ଜୀଙ୍କୁ ତାଙ୍କ ଦକ୍ଷତା ଅନୁସାରେ ବଡ ପରାଜୟ ସହ ବିଦା କରାଯିବା ଉଚିତ ।

Leave A Reply

Your email address will not be published.