ତାରିଖ ଘୋଷଣା ପରେ ତତ୍ପରତା : ଶଙ୍ଖ-ପଦ୍ମ ପ୍ରସ୍ତୁତ: ପ୍ରାର୍ଥୀ ଖୋଜୁଛି ହାତ

0 68

ପିପିଲି : ପୁଣି ଚଳଚଞ୍ଚଳ ପିପିଲି ରାଜନୀତି । ଉପ- ନିର୍ବାଚନ ନେଇ ସାନି ତାରିଖ ଘୋଷଣା ପରେ ଏବେ ପୁଣି ସକ୍ରିୟ ହୋଇଛନ୍ତି ଉଭୟ ନେତା ଓ କର୍ମୀ । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପୁଣି ନୂଆ ପ୍ରାର୍ଥୀ ଦେବ କଂଗ୍ରେସ । ୫ରୁ ୭ଜଣ ପ୍ରାର୍ଥୀ ହେବାକୁ ଆଶାୟୀ ଥିବାବେଳେ ୨ରୁ ୪ଦିନ ମଧ୍ୟରେ ଦଳ ପ୍ରାର୍ଥୀ ଘୋଷଣା କରିବ । ଅଜିତ୍ ମଙ୍ଗରାଜଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିବୁ ବୋଲି କଂଗ୍ରେସର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ।

ଅଜିତଙ୍କ ପ୍ରାର୍ଥୀ ବନ୍ଦନା ପ୍ରାର୍ଥୀ ହେଲେ ଉଭୟ ବିଜେପି ଓ ବିଜେଡିକୁ ଭଲ ଫାଇଟ ଦେବୁ ଓ ଆମ ଭୋଟ ପ୍ରତିଶତ ବି ବଢ଼ିବ । ତେବେ ଚୂଡ଼ାନ୍ତ ନିଷ୍ପତ୍ତି ଏଆଇସିସି ହିଁ ନେବ ବୋଲି ଶ୍ରୀ ରାଉତରାୟ କହିଛନ୍ତି । ଅପରପକ୍ଷରେ ପିପିଲି ଉପନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛି ଶାସକ ବିଜେଡି । ଏବେ ବିଭିନ୍ନ ପଞ୍ଚାୟତର ଦାୟିତ୍ୱରେ ଥିବା ନେତାମାନେ ନିଜ ଦାୟିତ୍ୱ ତୁଲାଉଛନ୍ତି । ରବିବାର ପିପିଲିରେ ବିଭିନ୍ନ ଦଳର ନେତା ବିଜେଡିରେ ସାମିଲ ହେବେ । ଏକ ଦୁଃଖଦ ଘଟଣା ଘଟିବାରୁ ର୍ନବାଚନ ପ୍ରକ୍ରିୟା ସ୍ଥଗିତ ରହିଥିଲା । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ଯୋଗୁ ଭୋଟିଂ ସ୍ଥଗିତ ରହିଥିଲା ।

ଆସନ୍ତା ମେ ୧୩ ତାରିଖରେ ଭୋଟ୍ ଗ୍ରହଣ ପାଇଁ ସାନି ସମୟ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ବିଜେଡି ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ବିଜେପିର ନିର୍ବାଚନ ପ୍ରସ୍ତୁତି ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ୧୭ ତାରିଖରେ ନିର୍ବାଚନ ହୋଇଥିଲେ ଯାହା ହୋଇଥାନ୍ତା ତାହା ମେ’ ୧୩ ତାରିଖରେ ବି ହେବ । ଭାରତୀୟ ଜନତା ପାର୍ଟି ସପକ୍ଷରେ ଫଳାଫଳ ଯିବ ବୋଲି ବାହାସ୍ଫୋଟ ମାରିଛନ୍ତି । ସେଠି କୌଣସି ପ୍ରକାରର ଅନୁକମ୍ପା ମୂଳକ ଭୋଟ ନାହିଁ ।

ଆଗାମୀ ଦିନରେ କ’ଣ ହେବ ତାହା ସେବେ ଜଣାପଡିବ । ଦୀର୍ଘ ଦିନ ଧରି ପିପିଲିବାସୀ ଅବହେଳିତ ହୋଇଛନ୍ତି ଓ ସେଠି ଅରାଜକତା ଚାଲିଛି । ଏହା ବିରୁଦ୍ଧରେ ଜନମତ ସୃଷ୍ଟି ହେଉଛି । ଯେଉଁମାନେ ଆମର ପଞ୍ଚାୟତ ଦାୟିତ୍ୱରେ ଥିଲେ ସେମାନେ ତାଙ୍କ ଦାୟିତ୍ୱ ତୁଲାଉଛନ୍ତି ଓ ଯିବାଆସିବା ବି କରୁଛନ୍ତି । ପିପିଲିରେ ସ୍ଥାନୀୟ କାର୍ଯ୍ୟକର୍ତ୍ତା ବହୁତ ସକ୍ରିୟ ସକ୍ଷମ ଅଛନ୍ତି । ପୂର୍ବରୁ ଯେଉଁ ଯୋଜନା ହୋଇଛି ସେହି ପ୍ରକ୍ରିୟାରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟ କରୁଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

Leave A Reply

Your email address will not be published.