ଘରେ ନିଆଁ ଲାଗି ଦୁଇ ବଖରା ପୋଡ଼ି ପାଉଁଶ

0 129

ବୈପାରିଗୁଡା – କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ କୋଲାର ପଞ୍ଚାୟତ ର ଟାଙ୍ଗିଣୀଗୁଡା ଗ୍ରାମର ମଙ୍ଗଳା ଦଳେଇ ଙ୍କ ଘରେ ନିଆଁ ଲାଗି ସମସ୍ତ ଜିନିଷ ପତ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି ।ଘରେ ଲାଗିଥିବା ନିଆଁର କାରଣ ସର୍ଟ ସର୍କିଟ ବୋଲି ସନ୍ଦେହ କରାଯାଉଛି ।ଅଗ୍ନିକାଣ୍ଡରେ ଘରର ୨ ବଖରା ପୋଡ଼ି ପାଉଁଶ ହୋଇ ଯାଇଛି ।ଖବର ପାଇ ଘଟଣାସ୍ଥଳରେ ବୈପାରିଗୁଡାରୁ ଦମକଳବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ ।ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନଥିଲେ ମଧ୍ୟ ସର୍ଟ ସର୍କିଟ ଯୋଗୁ ଏହା ଘଟିଥିବା ସନ୍ଦେହ କରାଯାଉଛି ଏବଂ ମଙ୍ଗଳା ଦଳେଇ ସର୍ଟ ସର୍କିଟ ଯୋଗୁଁ ହୋଇଛି ବୋଲି ପ୍ରକାଶ କରିଛନ୍ତି ।ଏହି ସର୍ଟ ସର୍କିଟ ରେ ମଙ୍ଗଳା ଦଳେଇ ଙ୍କ ୨୦ରୁ ୩୦ହଜାର ଟଙ୍କାର ଧନ ସମ୍ପତ୍ତି ନଷ୍ଟ ହେବା ସହ ନଗଦ ୬ହଜାର ଟଙ୍କା ପୋଡ଼ି ପାଉଁଶ ହୋଇଯାଇଥିବା ଦୁଃଖ ର ସହ ପ୍ରକାଶ କରିଛନ୍ତି ଏବଂ ସରକାରୀ ସୁବିଧା ପାଇଁ ଦାବୀ କରିଛନ୍ତି ।

Leave A Reply

Your email address will not be published.