ଉଠା ଦୋକାନୀ ଜବରଦଖଲ ଉଚ୍ଛେଦ ଅଭିଯାନ

0 70

ପାରଳାଖେମୁଣ୍ଡି, ୨୧ା୪ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଆଜି ଉଠା ଦୋକାନୀ ମାନଙ୍କ ଜବର ଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ବିଶେଷ କରି ନାଳ ଉପରେ ମାଡି ବସି ଉଠା ଦୋକାନକାରୀଙ୍କୁ ଉଚ୍ଛେଦ କରାଯାଇଛି । ସହରର ବଡଦାଣ୍ଡ ସାହି ତଥା ଜଗନ୍ନାଥ ମନ୍ଦିର ସମ୍ମୁଖ, ବଜାର ଛକ ଆଦି ଠାରେ ଥିବା ନାଳ ଓ ରାସ୍ତାକଡରେ ବହୁ ବର୍ଷ ଧରି ଅସ୍ଥାୟୀ ଉଠା ଦୋକାନୀ ମାନେ ଜବରଦଖଲ କରି ରହିଥିଲେ । ଏମାନଙ୍କୁ ବାରମ୍ବାର ହଠାଇବାପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଥିଲେ ମଧ୍ୟ ଏମାନେ ଭ୍ରୁକ୍ଷେପ କରୁନଥିଲେ । ଏହି ଉଠା ଦୋକାନୀ ଯୋଗୁଁ ଜନଗହଳି ଓ ଟ୍ରାଫିକ ସମସ୍ୟା ଉପୁଜିଥିଲା । ଏହାକୁ ଦୃଷ୍ଟିରେ ରଖି ପୌର ପ୍ରଶାସନ ଉଚ୍ଛେଦ ଅଭିଯାନ ଆରମ୍ଭ କରିଛି । ଏହି ଜବରଦଖଲ ଉଚ୍ଛେଦ ପରେ ଦୋକାନୀ ମାନେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ ନିକଟକୁ ଗୁହାରି କରିବା ନିମନ୍ତେ ଯାଇଥିଲେ । ଏମାନେ ଜିଲ୍ଲାପାଳଙ୍କୁ ଥଇଥାନ ନିମନ୍ତେ ନିବେଦନ କରିଥିଲେ । ସମସ୍ତ ବିଷୟ ଶୁଣି ଜିଲ୍ଲାପାଳ ଅନୁପମ ସାହା ସେମାନଙ୍କୁ ହାଟପଦା ଠାରେ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ସେମାନଙ୍କୁଏକ ସପ୍ତାହ ଲାଗି ରାସନ ସାମଗ୍ରୀ ପ୍ରଦାନ କରିବାପାଇଁ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କୁ ନିର୍ଦ୍ଦେଶ ଦେଇଥିବାର ଜଣାଇଛନ୍ତି ।

Leave A Reply

Your email address will not be published.