କୋଭିଡ କଟକଣା ମଧରେ ଚାଲିଛି ଅସୁରେଶ୍ୱର ର ପ୍ରସିଧ୍ୟ ରାମନବମୀ

61

ସାଲେପୁର : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ୱରର ପ୍ରସିଧ୍ୟ ରଘୁନାଥଜୀଉଙ୍କ ପୀଠରେ ଚଳିତ ବର୍ଷ କୋଭିଡ କଟକଣା ପାଇଁ ୧୪୪ଧାର ଜାରିକରାଯାଇଛି । ମିନ୍ଦିର ପ୍ରଶାସନ ପକ୍ଷରୁ କେବଳ ବିଧିରକ୍ଷା ପାଇଁ ପୂଜାର୍ଚ୍ଚନା କରାଯାଉଥିବା ଦେଖିବାକୁ ମିଳୁଛି । ଏଠାରେ ଉଲେଖନିୟ ଯେ ଅସୁରେସ୍ୱର ରାମନବମୀକୁ ନେଇ ଲୋକକଥା ମଧ୍ୟ ରହିଛି । କଥାରେ ଅଛି” ଓଳକଣା ମେଲଣ ଆଳି ରାଜା ଝୁଲଣ ଅସୁରେଶ୍ୱର ରାମନବମୀ ପୁରସ୍ତମ ଚନ୍ଦନ । ପୌରାଣିକ କଥା ଅନୁଯାଇ ଏହି ଯାତ୍ରା ମହାଦ୍ରୁମ ପାଲଟି ଯାଇଛି । ବହୁ ବିଶ୍ୱାସ ଓ ଆସ୍ଥାର ପ୍ରତୀକ ଭାବେ ଶ୍ରଦ୍ଧାଳୁ ମାନେ ନିଜର ମନୋବାଞ୍ଛା ପୂର୍ଣ ପାଇଁ ଏହି ପୀଠରେ ଭକ୍ତି ଓ ନିଷ୍ଠାର ସହ ହନୁମାନ ହୋଇ ନିଜର ମାନସିକ ପୂର୍ଣ କରିଥାନ୍ତି । ଏଠାରେ ବହୁ ଶ୍ରଦ୍ଧାଳୁ ଓ ଭକ୍ତ ମନସ୍କାମନା ପୂର୍ଣ ପାଇଁ ବାଣ ଫୁଟାଇ ଥାନ୍ତି । ଏଠାରେ ପ୍ରସିଧ୍ୟ ଦାଣ୍ଡ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଶହ ଶହ ସଂଖ୍ୟାରେ ଦୋକାନ ବଜାର ଖୋଲାଯାଇ କିଣାବିକା ହୋଇଥାଏ । କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ପାଇଁ ୧୪୪ ଧାରା ଜାରିହେବା ସହ ଭକ୍ତ ଶୂନ୍ୟ ପରିଲକ୍ଷିତ ହେଉଛି ।

Comments are closed.