ଗଙ୍ଗା ମାଙ୍କ ଘଟ ଯାତ୍ରା ଆରମ୍ଭ

158

ଜୟପୁର : ଜୟପୁର ଗଙ୍ଗାନଗରେ ଥିବା ଗଙ୍ଗା ମା ଙ୍କ ଘଟ ଯାତ୍ରା ଗୁରୁବାର ଆରମ୍ଭ  ହୋଇଛି । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ କୋଭିଡ ନିୟମ ଅନୁଯାଇ ଯାତ୍ରା ଆରମ୍ଭ ହୋଇଛି । ରୀତିନୀତି ଅନୁଯାଇ ପ୍ରଥମେ  ବାଜା ବଜାଇ  ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବା ମା ଭଗବତୀଙ୍କ ନିକଟକୁ ଯାଇ ପୂଜା ପାଠ କରାଯାଇ ଆଜ୍ଞାମାଳ ଅଣାଯାଇଥାଏ ।  ପରେ  ନୂତନ  କଳସ ଆଣାଯାଇ ପୂଜା ପାଠ କରାଯାଇ ଥାଏ । ଚୈତ୍ର ଦଶମିରେ ଯାତ୍ରା ଆରମ୍ଭ ହୋଇ ୫ ଦିନ ଏହି ଯାତ୍ରା ଚାଲିଥାଏ । ମନ୍ଦିର ସମ୍ମୁଖରେ ଆକର୍ଷଣିୟ ତୋରଣରେ ମନ୍ଦିରକୁ  ସାଜସଜ୍ଜା କରାଯାଇଛି । ଏହି ୫ ଦିନ ବାଜା ବଜାଇ ମାଙ୍କ  ପ୍ରତିକ ଘଂଟ ହାଣ୍ଡି ଓ ଫୁଲ ଚାଙ୍ଗୁଡି ମୁଣ୍ଡରେ ଧରି ଭକ୍ତ ମାନେ ସାହି ସାହି ପରିକ୍ରମା କରନ୍ତି । ରାଷ୍ଟ୍ର ମଙ୍ଗଳ ପାଇଁ ମା ସାହି ସାହି ଘର ଘର ବୁଲନ୍ତି ।  ଏହି ସମୟରେ ଭକ୍ତ ମାନେ ଘର ସମ୍ମୁଖରେ ଲିପା ପୋଛା କରି ଭୋଗ ଲାଗି କରିଥାନ୍ତି ।  ପରେ  ବିଳମ୍ବିତ  ରାତ୍ରରେ  ମାଙ୍କ ପ୍ରତୀକ ଘଂଟହାଣ୍ଡି ମନ୍ଦିରକୁ ଫେରିଥାଏ । ସେହି ସମୟରେ  ଘଂଟକୁ ଧରିଥିବା ଭକ୍ତକୁ ଖଣ୍ଡାରେ ଝୁଲାଯାଇ ଶାନ୍ତି କରାଯାଇ ମନ୍ଦିରକୁ ନିଆଯାଏ । ଏପରି ଭାବେ ୫ ଦିନ ଧରି ଯାତ୍ରା ଚାଲିଥାଏ । ଯାତ୍ରା ସମୟରେ ଯୁବକ ଓ ଯୁବତୀ ମାନେ ଆନନ୍ଦର ସହ ମଜା ଉଠାଇ ସାମିଲ ହୋଇଥାନ୍ତି । ପ୍ରତ୍ୟେକ ବର୍ଷ ସଂନ୍ଧ୍ୟାରେ  ମାଙ୍କ ପ୍ରତିକ ସହର ପରିକ୍ରମା କରୁଥିବା ବେଳେ ଚଳିତ ବର୍ଷ ନାଇଟ କର୍ଫ୍ୟୁ ଥିବାରୁ ୫ଟା ସମୟରେ  ବିଧି ରଖିବା ପାଇଁ  ସାହି ପରିକ୍ରମା କରାଯାଇଥିଲା । ସେତେ ଧୁମ ଧାମରେ ପାଳନ କରାଯାଇନଥିଲେ ବି ନୀତିକାନ୍ତ ଭିତରେ ଯାତ୍ରା କରାଯିବ ବୋଲି ପୂଜା କମିଟି ସୂଚନା ଦେଇଛି ।

Comments are closed.