ରାଜ୍ୟରେ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୬୨୧୫ ପଜିଟିଭ୍

0 137

ଭୁବନେଶ୍ବର ୨୩।୦୪ : ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୨୧୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୬୦୪ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୨୬୧୧ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଅନୁଗୋଳରୁ ୧୭୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୭୯, ବରଗଡରୁ ୨୬୮, ଭଦ୍ରକରୁ ୮୬, ବଲାଙ୍ଗୀରରୁ ୨୧୧, ବୌଦ୍ଧରୁ ୨୦, କଟକରୁ ୩୮୩, ଦେବଗଡରୁ ୩୩, ଢେଙ୍କାନାଳରୁ ୧୬, ଗଜପତିରୁ ୪୭, ଗଞ୍ଜାମରୁ ୬୭, ଜଗତସିଂହପୁରରୁ ୬୨, ଯାଜପୁରରୁ ୮୫, ଝାରସୁଗୁଡାରୁ ୨୬୧, କଳାହାଣ୍ଡିରୁ ୬୮୨, କନ୍ଧମାଳରୁ ୩୪, କେନ୍ଦ୍ରାପଡାରୁ ୪୧, କେନ୍ଦୁଝରରୁ ୧୫୭, ଖୋର୍ଧାରୁ ୯୫୦, କୋରାପୁଟରୁ ୫୮, ମାଲକାନଗିରିରୁ ୨୧, ମୟୂରଭଞ୍ଜରୁ ୧୧୫, ନବରଙ୍ଗପୁରରୁ ୨୫୭, ନୟାଗଡରୁ ୮୨, ନୂଆପଡାରୁ ୪୪୬, ପୁରୀରୁ ୩୦୬, ରାୟଗଡାରୁ ୭୦, ସମ୍ବଲପୁରରୁ ୨୬୩, ସୋନପୁରରୁ ୬୫ ଓ ସୁନ୍ଦରଗଡରୁ ୬୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୯୪୬୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୯୧୧୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୫୩୫୫୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୯୭୯୩୪୭୦ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Leave A Reply

Your email address will not be published.